ETV Bharat / state

କୁଖ୍ୟାତ ଅପରାଧୀ ଇଶ୍ୱର ଗିରଫ - ଡକାୟତି ଯୋଜନା

ବାଲେଶ୍ବର ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ଡକାୟତି କରୁଥିବା କୁଖ୍ୟାତ ଅପରାଧୀ ଇଶ୍ବରକୁ ରେମୁଣା ପୋଲିସ ଗିରଫ କରିବାରେ ସଫଳ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Aug 27, 2019, 10:43 PM IST

ବାଲେଶ୍ବର: ପୋଲିସ କବଜାରେ କୁଖ୍ୟାତ ଅପରାଧୀ ଇଶ୍ବର । ବିଭିନ୍ନ ଡକାୟତି ଓ ବଡ଼ ବଡ଼ ଅପରାଧୀକ ମାମଲାରେ ସଂପୃକ୍ତ ଥିବା ଇଶ୍ବରକୁ ଗରିଫ କରିବାରେ ସଫଳ ହୋଇଛି ପୋଲିସ । ବାଲେଶ୍ବର ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ନିଜର କାୟା ବିସ୍ତାର କରିଥିଲା ଇଶ୍ବର ମହାଳିକ । ଏନେଇ ରେମୁଣା ପୋଲିସ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଅପରାଧୀର ପେଡି ଖୋଲିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସୋମବାର ବିଳମ୍ବିତ ରାତିରେ ପୋଲିସ ପାଟ୍ରୋଲିଂ ବେଳେ ଜଗନ୍ନାଥପୁର ପୋଲରେ କିଛି ଦୁର୍ବୃତ୍ତ ଡକାୟତି ଯୋଜନା କରୁଥିବା ପୋଲିସ ଖବର ପାଇଥିଲା । ସେଠାରେ ପୋଲିସ ପହଞ୍ଚି ଇଶ୍ବର ମହାଳିକ ଓ ମିଟୁ ସିଂ ଙ୍କୁ ଗିରଫ କରିଥିଲା। ଅନ୍ୟ 3 ଜଣ ପୋଲିସ ହାତରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ଗିରଫ ଇଶ୍ବର ମହାଳିକ ନାମରେ 25ରୁ ଊର୍ଦ୍ଧ୍ଵ ମାମଲା ରହିଥିବା ଜଣାପଡିଛି ।

ଠକେଇ, ରାହାଜାନି, ଡ଼କାୟତି, ବାଇକ ଲୁଟ ଭଳି ବିଭିନ୍ନ ଅପରାଧିକ ମାମଲା ଓଡ଼ିଶାର ବିଭିନ୍ନ ଥାନାରେ ରହିଥିବା ଜଣାପଡିଛି। ତେବେ ରେମୁଣା ଆଇଆଇସି ଶୁଭ୍ରାଂଶୁ ଶେଖର ନାୟକଙ୍କ ନେତୃତ୍ବରେ ଟିମ ଗଠନ କରାଯାଇ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରାଯିବ ବୋଲି ସୂଚନା ଦିଆଯାଇଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:ବାଲେଶ୍ୱର ତଥା ଓଡ଼ିଶାର ବିଭିନ୍ନ ସ୍ଥାନରେ ଅପରାଧିକ ମାମଲାରେ ଜଡିତ ଥିବା ଈଶ୍ୱର ମହାଳିକକୁ ପୋଲିସ ଗିରଫ କରିଛି। ଏନେଇ ଆଜି ରେମୁଣା ପୋଲିସ ଏକ ସାମ୍ବାଦିକ ସମ୍ମିଳନୀ ଡାକି ଈଶ୍ୱରର ପେଡି ଖୋଲିଥିଲା।

Body:ଗତକାଲି ବିଳମ୍ବିତ ରାତିରେ ପୋଲିସ ପାଟ୍ରୋଲିଂ ବେଳେ ଜଗନ୍ନାଥପୁର ପୋଲରେ କିଛି ଦୁର୍ବୁତ୍ତ ଡକାୟତି ଯୋଜନା କରୁଥିବା ପୋଲିସ ଖବର ପାଇଥିଲା। ସେଠାରେ ପୋଲିସ ପହଞ୍ଚି ଈଶ୍ୱର ମହାଳିକ ଓ ମିଟୁ ସିଂଙ୍କୁ ଗିରଫ କରିଥିଲା। ଅନ୍ୟ 3 ଜଣ ପୋଲିସ ହାତରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ଗିରଫ ଈଶ୍ୱର ମହାଳିକ ନାମରେ 25ରୁ ଉର୍ଦ୍ଧ୍ଵ କେସ ରହିଥିବା ଜଣାପଡିଛି। ଠକେଇ, ରାହାଜାନି, ଡ଼କାୟତି, ବାଇକ ଲୁଟ ଭଳି ବିଭିନ୍ନ ଅପରାଧିକ ମାମଲା ଓଡ଼ିଶାର ବିଭିନ୍ନ ଥାନାରେ ରହିଥିବା ଜଣାପଡିଛି।

Conclusion:ତେବେ ରେମୁଣା ଆଇଆଇସି ଶୁଭ୍ରାଂଶୁ ଶେଖର ନାୟକଙ୍କ ନେତୃତ୍ୱରେ ଟିମ ଗଠନ କରାଯାଇ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରାଯିବ ବୋଲି ସୂଚନା ଦିଆଯାଇଛି।
ବାଇଟ- ସୁଦାମ ଚରଣ ସାହୁ(ଏସଡିପିଓ, ନୀଳଗିରି)
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.