ETV Bharat / state

କଳାକନା ବୁଲାଇଲେ ଲୁଟେରା, ଲକ୍ଷାଧିକ ଟଙ୍କାର ଲୁଟ ଅଭିଯୋଗ

author img

By

Published : May 16, 2021, 5:26 PM IST

ବାଲେଶ୍ଵର ଶିଳ୍ପାଞ୍ଚଳ ଥାନା ଅଧିନ ଅଙ୍ଗାରଗଡ଼ିଆ ଅଞ୍ଚଳରେ ବିଳମ୍ବିତ ରାତିରେ ଲୁଟେରା କଳାକନା ବୁଲାଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

କଳାକନା ବୁଲାଇଲେ ଚୋର, ଲକ୍ଷାଧିକ ଟଙ୍କାର ଲୁଟ ଅଭିଯୋଗ

ବାଲେଶ୍ଵର: ବାଲେଶ୍ଵର ଶିଳ୍ପାଞ୍ଚଳ ଥାନା ଅଧିନ ଅଙ୍ଗାରଗଡ଼ିଆ ଅଞ୍ଚଳରେ ବିଳମ୍ବିତ ରାତିରେ ଲୁଟେରା କଳାକନା ବୁଲାଇଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ, ଅଙ୍ଗାରଗଡ଼ିଆ ବୋଷ କଲୋନୀ ବାସୀ ଉମାଶାଙ୍କର ଦାସଙ୍କ ପରିବାର ଲୋକେ ଗତ 14 ତାରିଖ ଦିନ ଏକ ଶୁଦ୍ଧିକ୍ରିୟା କାର୍ଯ୍ୟରେ ଯୋଗ ଦେବାକୁ ଜଳେଶ୍ଵର ଯାଇଥିଲେ । ଆଜି (ରବିବାର) ସକାଳୁ ଫେରିବା ପରେ ଘରର ଗ୍ରୀଲ ଓ କବାଟ ଭାଙ୍ଗି ଲୁଟ ହୋଇଥିବା ଦେଖିବାକୁ ପାଇଥିଲେ ।

ଲୁଟେରା ମାନେ ୫ ଭରି ସୁନା ଅଳଙ୍କାର, ନଗଦ ୧୫ ହଜାର ଟଙ୍କା, ନୂଆ ଦାମୀ ମୋବାଇଲ ସହ ଏକ ଛୋଟ ମୋବାଇଲ ଏବଂ ୪ ଟି ନୂଆ ଦାମୀ ଶାଢ଼ୀ ସହ ଏକ ଲାପଟପ୍ ଲୁଟ ହୋଇଥିବା ଶିଳ୍ପାଞ୍ଚଳ ଥାନାରେ ଅଭିଯୋଗ ହୋଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ବାଲେଶ୍ଵରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.