ବାଲେଶ୍ବର: ଚାନ୍ଦିପୁର ଗୋଳାବାରୁଦ ପରୀକ୍ଷଣ କେନ୍ଦ୍ରରୁ ହେବ ମିସାଇଲ ପରୀକ୍ଷଣ । ଏନେଇ ପାଖାପାଖି ଅଢେଇ କିଲୋମିଟର ପରିସୀମା ଅଞ୍ଚଳର ଲୋକମାନଙ୍କୁ ସ୍ଥାନାନ୍ତର କରାଯାଇଛି । 800 ପରିବାରର 4100 ଲୋକଙ୍କୁ ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତର କରାଯାଇଥିବା ବେଳେ 1197ଟି ଚିଙ୍ଗୁଡ଼ି ଘେରିରୁ 1100 ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।
ସମୁଦାୟ 5200ରୁ ଉର୍ଦ୍ଧ୍ବ ଲୋକଙ୍କୁ ଅସ୍ଥାୟୀ ଭାବେ ସ୍ଥାନାନ୍ତର କରାଯିବା ସହ ମିସାଇଲ ପରୀକ୍ଷଣ ପରେ ସେମାନଙ୍କୁ ପୁଣି ସେମାନଙ୍କ ଘରେ ଛଡ଼ାଯିବ । ତେବେ ଅପରାହ୍ନରେ ମିସାଇଲ ପରୀକ୍ଷଣ ହେବ ବୋଲି ଜଣାପଡିଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ