ETV Bharat / state

13 ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ମହିଳା ଗିରଫ

author img

By

Published : Nov 21, 2022, 10:20 PM IST

ବାଲେଶ୍ଵର ଜିଲ୍ଲା ଅବକାରୀ ଓ ମୋବାଇଲ ଟିମ ନୀଳଗିରି ଅଞ୍ଚଳରେ ଚଢ଼ାଉ କରି ବିପୁଳ ପରିମାଣର ବ୍ରାଉନସୁଗର ଜବତ କରିଛି । ଏହି ଘଟଣାରେ ଜଣେ ମହିଳାଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଅଧିକ ପଢ଼ନ୍ତୁ

13 ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ,  ମହିଳା ଗିରଫ
13 ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ମହିଳା ଗିରଫ

ବାଲେଶ୍ବର : ବାଲେଶ୍ଵର ଜିଲ୍ଲା ଅବକାରୀ ଓ ମୋବାଇଲ ଟିମ ନୀଳଗିରି ଅଞ୍ଚଳରେ ଚଢ଼ାଉ କରି ବିପୁଳ ପରିମାଣର ବ୍ରାଉନସୁଗର ଜବତ କରିଛି । ଏହି ଘଟଣାରେ ଜଣେ ମହିଳାଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଗିରଫ ମହିଳା ଜଣକ ହେଲେ ଭଗବତି ସାମଲ । ମହିଳାଙ୍କ ନିକଟରୁ 135 ଗ୍ରାମ ବ୍ରାଉନସୁଗର ଜବତ ହୋଇଛି । ଯାହାର ମୂଲ୍ୟ 13 ଲକ୍ଷ 5ହଜାର ଟଙ୍କା ହେବ ବୋଲି ଜଣାପଡିଛି ।

ଭଗବତୀ ଏହି କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇ ଆସୁଥିଲା । ଅନ୍ୟପଟେ ଜଣେ ମହିଳା ଏକୁଟିଆ କେମିତି ଏହି କାରବାରରେ ସମ୍ପୃକ୍ତ ଅଛନ୍ତି ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଡ୍ରଗ ମାଫିଆମାନେ ମଧ୍ୟ ମହିଳାମାନଙ୍କୁ ଢାଲ କରି ଏହି ବେପାର ଜୋରଦାର ଚଳାଇଥିବା ଜଣାପଡିଛି ।

ଦିନକୁ ଦିନ ବାଲେଶ୍ଵରରେ ବଢି ଚାଲିଛି ବ୍ରାଉନସୁଗର କାରବାର । କେବଳ ସହର ନୁହେ ବରଂ ଗାଁ ଗହଳିକୁ ବ୍ୟାପିବାରେ ଲାଗିଲାଣି ବ୍ରାଉନସୁଗର କାରବାର । ବିଭିନ୍ନ ସମୟରେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବହୁ ପରିମାଣର ବ୍ରାଉନସୁଗର ଜବତ କରାଯାଉଛି । ନିକଟରେ ବାଲେଶ୍ଵର ପୋଲିସ ଜଣେ ଡ୍ରଗ ଡିଲର ସମେତ 6ଜଣଙ୍କୁ ଗିରଫ କରିବା ସହ ପ୍ରାୟ 11 କୋଟି ଟଙ୍କାର ବ୍ରାଉନସୁଗର ଜବତ କରିଥିଲା ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.