ETV Bharat / state

2019 ନିର୍ବାଚନ: ଭୋଗରାଇ କାହାର - bjp

2019 ନିର୍ବାଚନର ଦିନ ପାଖେଇ ଆସୁଛି। ଭୋଟରଙ୍କ ମନ କିଣିବାରେ ଲାଗି ପଡିଛନ୍ତି ବିଭିନ୍ନ ଦଳ। କିଏ ଏଥର ଏଠାରୁ ବାଜି ମାରୁଛି ତାହା ନିର୍ବାଚନୀ ଫଳାଫଳା ଘୋଷଣା ହେବା ପରେ ଜଣାପଡିବ।

ଡିଜାଇନ ଫଟୋ
author img

By

Published : Mar 23, 2019, 4:40 PM IST

ବାଲେଶ୍ବର: 2019 ନିର୍ବାଚନ ବିଗୁଲ ବାଜିବା ଚଳଚଞ୍ଚଳ ହୋଇଉଠିଛି ଜିଲ୍ଲାର ଭୋଗରାଇ ନିର୍ବାଚନମଣ୍ଡଳୀ । କାହାର ହେବ ଏହି ଆସନ । କିଏ କିଣିବ ଭୋଟରଙ୍କ ମନ । ଏହାକୁ ଆରମ୍ଭ ହୋଇଯାଇଛି ଅନେକ ଆଲୋଚନା । 2004ରୁ ବିଜୟୀ ହୋଇଆସୁଥିବା ମନ୍ତ୍ରୀ ଅନନ୍ତ ଦାସ ନାଁ ଅନ୍ଚ କିଏ ଏଠାରୁ ବିଧାନସଭାକୁ ଯିବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ଦୀର୍ଘ 29 ବର୍ଷ ହେଲା ଏଠି ଗାଦି ଛୁଇଁପାରିନି କଂଗ୍ରେସ । ପିସିସି ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ସତ୍ୟଶିବ ଦାସ 2014ରେ ଅନନ୍ତ ଦାସଙ୍କୁ କଡା ଟକ୍କର ଦେଇଥିଲେ । ଆଉ ଏବେ ସେ ଏକମାତ୍ର ଆଶାୟୀ ଥିବାରୁ ଫୁଲ ଦମରେ ନିର୍ବାଚନୀ ପ୍ରଚାର କରିବାରେ ଲାଗି ପଡିଛନ୍ତି ।

ଏହିନ ନିର୍ବାଚନମଣ୍ଡଳୀରେ ଭୋଗରାଇ ନିର୍ବାଚନୀ ମଇଦାନରେ ପଦ୍ମ ଆଶାୟୀଙ୍କ ଲାଇନ ଲମ୍ବା । 2014ରେ ଦଳ ପକ୍ଷରୁ ପ୍ରାର୍ଥୀ ହୋଇଥିବା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ପରେଶ ଚନ୍ଦ୍ର ନାୟକ, ଯୁବ ନେତା ଅଂଶୁମାନ ମହାନ୍ତି, ଯୁବ ସଙ୍ଗଠକ ମାନସ କୁମାର ମହାନ୍ତି, ସମସ୍ତେ ଏବେ ବିଜେପି ଟିକେଟ ପାଇଁ ଲବି କରୁଛନ୍ତି । ହେଲେ ଏମାନଙ୍କ ଅଙ୍କକୁ ବିଗାଡି ପାରନ୍ତି କଂଗ୍ରେସର ହାତ ଛାଡି ପଦ୍ମ ଦଳରେ ମିଶିଥିବା ଯୁବ ନେତା ସଞ୍ଜୀବ କୁମାର ସାହୁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ୱର

ଏଥର ମନ୍ତ୍ରୀ ଅନନ୍ତ ଦାଶଙ୍କ ପାଇଁ ରହିଛି ବଡ ଚ୍ୟାଲେଞ୍ଜ । ଯଦି ସେ ବିଜେଡିରୁ ଟିକେଟ ପାଉଛନ୍ତି, ଅନ୍ୟ ଆଶାୟୀ ଥିବା ଭୋଗରାଇର ପୂର୍ବତନ ବିଧାୟକଙ୍କ ପୁତ୍ର ତଥା ବରିଷ୍ଠ ସାମ୍ବାଦିକ ଗୌତମ ବୁଦ୍ଧ ଦାସ, ଯୁବ ଆଇନଜୀବୀ ଭୂବନାନନ୍ଦ ଦାସ, ଶିକ୍ଷାବିତ ବିଦୁବେନ୍ଦୁ ପାତ୍ର, ବାଲେଶ୍ବର ଜିଲ୍ଲା ପରିଷଦର ଅଧ୍ୟକ୍ଷା ନିବେଦିତା ମହାନ୍ତି ଓ ବିଜେଡି ଜିଲ୍ଲା ସମ୍ପାଦକ ତଥା ହୁଗୁଳି ସରପଞ୍ଚ ତପନ କୁମାର ପଣ୍ଡା କେଉଁ ଆଭିମୁଖ୍ୟ ଗ୍ରହଣ କରିବେ, ସେ ଉପରେ ନିର୍ଭର କରିବା ଭୋଗରାଇ ସିଂହାସନ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ନ୍ୟୁଜ



---------- Forwarded message ---------
From: SANJIB KUMAR RAY <sanjibkumar.ray@etvbharat.com>
Date: Thu, Mar 21, 2019, 21:05
Subject: ବିଜେପି ପ୍ରାର୍ଥୀ ତାଲିକା ଘୋଷଣା ବିଳମ୍ବ ନେଇ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା।
To: Odia Desk <odiadesk@etvbharat.com>, SARADHA LAHANGIR <sarada.lahangir@etvbharat.com>, BISWANATH PRAHARAJ RAJAGURU <rajguru.bp@etvbharat.com>


ଖୁବଶୀଘ୍ର ଭାରତୀୟ ଜନତା ପାର୍ଟି ର ପ୍ରାର୍ଥୀ ତାଲିକା ଘୋଷଣା ହେବ।କିଛି ହତାଶ ଲୋକଙ୍କ ପାଦ ତଳୁ ମାଟି ଖସି ଗଲାଣି ସେମାନେ ଭାରି ବ୍ୟଗ୍ର କାହିଁକି ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ତାଲିକା ଘୋଷଣା କରୁନି।ବିଜେପି ଏକ ରାଷ୍ଟ୍ରୀୟ ଦଳ ,କେନ୍ଦ୍ରୀୟ ସଂସଦୀୟ ବୋର୍ଡ଼  ଦେଶର ସବୁ ଲୋକସଭା କୁ ତର୍ଜମା କରି ପ୍ରାର୍ଥୀ ଘୋଷଣା କରିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ଆସନ୍ତା ୨୯ ମାର୍ଚ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୟପୁର କୁ ଏକ ସାଧାରଣ ସଭାରେ ଯୋଗ ଦେବା ପାଇଁ ଆସିବେ ବୋଲି ଚର୍ଚ୍ଚା ହେଉଛି ।
 ପ୍ରଧାନମନ୍ତ୍ରୀ ଙ୍କ ଓଡ଼ିଶା ଗସ୍ତ ରେ ବହୁଥର ଆସିବେ।ପ୍ରଧାନମନ୍ତ୍ରୀ ଙ୍କ କାର୍ଯ୍ୟାଳୟ ଓଡିଶା କାର୍ଯ୍ୟାଳୟ ସହ ଯୋଗାଯୋଗ ରେ ଅଛି।କାର୍ଯ୍ୟକ୍ରମ ନିର୍ଦ୍ଧିଷ୍ଟ ହେଲେ ଦଳୀୟ କାର୍ଯ୍ୟାଳୟ ରୁ ଜଣାଇ ଦିଆଯିବ।ବିଜେପି ରଣନୀତି ରେ ଓଡିଶା ଏକ ପ୍ରମୁଖ ରାଜ୍ୟ।ପ୍ରଧାନମନ୍ତ୍ରୀ ଅନେକ ଜାଗାକୁ ଗସ୍ତ କରିବେ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.