ETV Bharat / state

ପୋଖରୀରୁ ନିଖୋଜ ଶିଶୁପୁତ୍ରର ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

author img

By ETV Bharat Odisha Team

Published : Jan 3, 2024, 8:34 AM IST

Updated : Jan 3, 2024, 1:09 PM IST

Missing child body recovered from pond: ବାଲେଶ୍ବର ରାଇପୁର ଗ୍ରାମରେ ଅଢେଇ ବର୍ଷର ଶିଶୁପୁତ୍ର ନିଖୋଜ ଘଟଣା । ଦିନକ ପରେ ଘର ପାଖ ପୋଖରୀରୁ ମୃତଦେହ ଉଦ୍ଧାର । ହତ୍ୟା ସନ୍ଦେହ । ଅଧିକ ପଢନ୍ତୁ

Missing child body found from pond
ଘର ପାଖ ପୋଖରୀରୁ ନିଖୋଜ ଶିଶୁର ମୃତଦେହ ଠାବ
ପୋଖରୀରୁ ନିଖୋଜ ଶିଶୁପୁତ୍ରର ମୃତଦେହ ଉଦ୍ଧାର

ବାଲେଶ୍ବର: ଜିଲ୍ଲାର ସୋର ପୌରପାଳିକା ଅନ୍ତର୍ଗତ ରାଇପୁର ଗ୍ରାମରେ ଅଢେଇ ବର୍ଷର ଶିଶୁପୁତ୍ର ଶୁଭମ ସାହୁ ନିଖୋଜ ଘଟଣା । ଦିନକ ପରେ ଘର ପାଖ ପୋଖରୀରୁ ନିଖୋଜ ଶିଶୁପୁତ୍ରର ମୃତଦେହ ଉଦ୍ଧାର କରାଯାଇଛି । ତେବେ ଶରୀରର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ଥିବାରୁ ତାଙ୍କୁ କେହି ହତ୍ୟା କରି ପୋଖରୀରେ ଫିଙ୍ଗି ଦେଇଥିବା ନେଇ ସନ୍ଦେହ କରାଯାଉଛି । ଏନେଇ ପରିବାର ପକ୍ଷରୁ ଥାନା ଅଭିଯୋଗ କରାଯାଇଛି । ଅନ୍ୟପଟେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସତ୍ୟାସତ୍ୟ ସାମ୍ନାକୁ ଆସିପାରେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ, ସୋମବାର ଦିନ ମଧ୍ୟାହ୍ନ ସମୟରେ ବାଲେଶ୍ୱର ଜିଲ୍ଲା ସୋର ପୌରପାଳିକା ଚାରି ନମ୍ବର ୱାର୍ଡ ରାଇପୁର ଗ୍ରାମର ମୋହନ ସାହୁଙ୍କ ଅଢେଇ ବର୍ଷର ପୁଅ ଶୁଭମ ସାହୁ ଘର ପାଖରେ ଖେଳୁ ଥିବାବେଳେ ହଠାତ ନିଖୋଜ ହୋଇଯାଇଥିଲା । ପରିବାର ଲୋକ ଓ ଗ୍ରାମବାସୀ ଶୁଭମଙ୍କୁ ବିଭିନ୍ନ ସ୍ଥାନ ଗଡିଆ, ପୋଖରୀ, ବିଲ ବାଡି, ଷ୍ଟେସନ, ବସଷ୍ଟାଣ୍ଡରେ ଖୋଜି ନିରାଶ ହେବା ପରେ ଏନେଇ ସୋର ପୋଲିସ ଷ୍ଟେସନ ଓ ସ୍ଥାନୀୟ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ।

ଏହାମଧ୍ୟ ପଢନ୍ତୁ... ଛଅ’ ଦିନ ଧରି ନିଖୋଜ ଥିଲେ, ଅଖାରୁ ମିଳିଲା ମୃତଦେହ

ଅଗ୍ନିଶମ ବାହିନୀ ପହଞ୍ଚି ଘର ପାଖାପାଖି ଥିବା ପୋଖରୀରେ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ପତ୍ତା ମିଳିନଥିଲା । ପରିବାର ଲୋକ ଏବଂ ଗ୍ରାମବାସୀ ଶିଶୁପୁତ୍ରକୁ ଅପହରଣ କରାଯାଇଥିବା ନେଇ ଅଭିଯୋଗ କରିଥିବା ବେଳେ ସୋର ପୋଲିସ ସନ୍ଧାନୀ କୁକୁର ସାହାଯ୍ୟରେ ଶିଶୁଟିର ଘର ଓ ଆଖପାଖ ଅଞ୍ଚଳରେ ଖୋଜାଖୋଜି କରିବା ପରେ ମଧ୍ୟ କିଛି ସନ୍ଧାନ ମିଳିନଥିଲା ।

ତେବେ ମଙ୍ଗଳବାର ସକାଳେ ଅଗ୍ନିଶମ ବାହିନୀ ଘର ନିକଟରେ ଥିବା ପୋଖରୀରୁ ପାଣି ଶୁଖାଇବା ପରେ ଶିଶୁପୁତ୍ରଟିର ମୃତଦେହ ମିଳିଥିଲା । ଉଦ୍ଧାର ମୃତ ଶିଶୁର ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ କେହି ତାଙ୍କୁ ହତ୍ୟା କରି ପୋଖରୀରେ ଫିଙ୍ଗି ଦେଇଥିବା ନେଇ ସନ୍ଦେହ କରାଯାଉଛି । ଏନେଇ ପରିବାର ପକ୍ଷରୁ ଥାନା ଅଭିଯୋଗ କରାଯାଇଛି । ସୋର ପୋଲିସ ମଧ୍ୟ ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି । ମୃତଦେହ ପୋଷ୍ଟମର୍ଟମ ରିପୋର୍ଟରୁ ପ୍ରକୃତ ସତ୍ୟ ସାମ୍ନାକୁ ଆସିପାରେ ବୋଲି ଆଶା କରାଯାଉଛି । ଅନ୍ୟପଟେ କୋହଳମତି ଶିଶୁର ମୃତ୍ୟୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

ଇଟିଭି ଭାରତ, ବାଲେଶ୍ବର

Last Updated : Jan 3, 2024, 1:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.