ETV Bharat / state

ବିଜେଡି ଯୁବନେତାଙ୍କୁ ମରଣାନ୍ତକ ଆକ୍ରମଣ, ରେମୁଣା ବିଧାୟକଙ୍କୁ କଲେ ଦାୟୀ

Attacked on BJD Leader: ଆକ୍ରମଣର ଶିକାର ହେଲେ ବିଜେଡି ଯୁବନେତା ତନୟ ମହାନ୍ତି । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Dec 31, 2023, 3:18 PM IST

ବିଜେଡି ଯୁବନେତାଙ୍କୁ ମରଣାନ୍ତକ ଆକ୍ରମଣ
miscreants attacked bjd leader
bjd leader injured

ବାଲେଶ୍ବର: ବାଲେଶ୍ବରରେ ବିଜେଡି ଯୁବନେତାଙ୍କୁ ମରଣାନ୍ତକ ଆକ୍ରମଣ । ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହେଲେ ବିଜେଡି ଯୁବନେତା ତନୟ ମହାନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଜି ସକାଳ ସମୟରେ ସହଦେବଖୁଣ୍ଟା ଥାନା ଅଧିନ ତେଲେଙ୍ଗା ସାହିଠାରେ ତାଙ୍କୁ ଆକ୍ରମଣ କରାଯାଇଥିଲା । କିଛି ଦୁର୍ବୃତ୍ତ ଆସି ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଏହି ଘଟଣା ପଛରେ ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା ଏବଂ ପ୍ରଭାତ ବିଶ୍ୱାଳଙ୍କ ହାତ ଥିବା ସେ ଅଭିଯୋଗ କରିଛନ୍ତି । ଦୀର୍ଘଦିନ ହେବ ତନୟ ସୋସିଆଲ ମିଡିଆରେ ବିଧାୟକଙ୍କୁ ଟାର୍ଗେଟ୍‌ କରି ଅନେକ କିଛି ଲେଖୁଥିଲେ । ଏହି ରାଗରେ ତାଙ୍କର ସମର୍ଥକମାନେ ଆକ୍ରମଣ କରିଥିବା ସେ ଅଭିଯୋଗ କରିଛନ୍ତି ।

ଏନେଇ ଖବର ପାଇ ସହଦେବ ଖୁଣ୍ଟା ପୋଲିସ ଚିକିତ୍ସାଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆକ୍ରମଣକାରୀ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ । କେଉଁ କାରଣରୁ ଦୁର୍ବୃତ୍ତ ଜଣଙ୍କ ତନୟ ମହାନ୍ତିଙ୍କୁ ଆକ୍ରମଣ କଲା ସେନେଇ ତଦନ୍ତ କରୁଛି ପୋଲିସ । ତନୟ ମହାନ୍ତିଙ୍କ ଛାତି ଓ ପିଠିରେ ଆଘାତ ଲାଗିଛି । ବର୍ତ୍ତମାନ ତାଙ୍କ ଚିକିତ୍ସା ଜାରି ରହିଛି । ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ସମେତ ବହୁ ବିଜେଡି ନେତା ତାଙ୍କୁ ହସ୍ପିଟାଲରେ ଭେଟିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଭାଜପା ନେତାଙ୍କୁ ଆକ୍ରମଣ ଘଟଣା: ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ବୈଶିଙ୍ଗା ଥାନା ଘେରାଉ

ମିଳିଥିବା ସୂଚନା ଅନୁଯାୟୀ, ଆଜି(ରବିବାର) ସକାଳ ସମୟରେ ତନୟ ଘରୁ ବାହାରିଥିଲେ । ରାସ୍ତାରେ ଯାଉଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ପ୍ରଥମେ ଇଟାରେ ଆକ୍ରମଣ କରିଥିଲେ । ଫଳରେ ତନୟ ଗାଡିରୁ ତଳେ ପଡ଼ି ଯାଇଥିଲେ। ଏହାପରେ ଦୁର୍ବୃତ୍ତମାନେ ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିବାରୁ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ । ସଙ୍ଗେ ସଙ୍ଗେ ତନୟଙ୍କୁ ଉଦ୍ଧାର କରି ବାଲେଶ୍ଵର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏନେଇ ଖବର ପାଇ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ସମେତ ବହୁ ବିଜେଡି ନେତା ଗୁରୁତର ଯୁବନେତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭେଟି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ସହଦେଖୁଣ୍ଟା ପୋଲିସ ମେଡିକାଲରେ ପହଞ୍ଚି ତନୟଙ୍କ ନିକଟରୁ ସମସ୍ତ ଘଟଣା ପଚାରି ବୁଝିବା ସହ ତଦନ୍ତ ଚଳାଇଛି । ବାସ୍ତବରେ ଏମିତି ଆକ୍ରମଣ ପଛରେ ରାଜନୈତିକ ଶତ୍ରୁତା ନା କୌଣସି ବ୍ୟକ୍ତିଗତ ଶତ୍ରୁତା ରହିଛି ତାହା ପୋଲିସ ତଦନ୍ତ ପରେ ହିଁ ଜଣାପଡ଼ିବ ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.