ବାଲେଶ୍ଵର: ଜିଲ୍ଲା ସୋର ଥାନା ରଘୁନାଥପୁର ଠାରେ ଥିବା ଏକ ଶିକ୍ଷାକେନ୍ଦ୍ରରେ ଜଣେ ନାବାଳିକା ପ୍ରତି ହୋଇଥିବା ଦୁଷ୍କର୍ମ ଘଟଣାରେ ନ୍ୟାୟ ଦାବି କରିଛନ୍ତି ପୀଡ଼ିତାଙ୍କ ପରିବାର ଲୋକ। ଏନେଇ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ନେହୁରା ହୋଇଛନ୍ତି।
ଅଭିଯୋଗ ଅନୁସାରେ, ଶିକ୍ଷାକେନ୍ଦ୍ରରେ ଜଣେ ନାବାଳିକାଙ୍କୁ 4ଜଣ ପିଲା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଗତ ନଭେମ୍ବର 7 ତାରିଖରେ ସ୍କୁଲ କର୍ତ୍ତୃପକ୍ଷ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଝିଅ ଦେହ ଖରାପ ଅଛି ବୋଲି କହିଥିଲେ। ପରିବାର ଲୋକେ ଝିଅକୁ ନେଇ କଟକ ବଡ଼ ମେଡିକାଲରେ ଚିକିତ୍ସିତ କରାଇଥିଲେ। ସେଠାରେ ଝିଅ ସହ ଦୁଷ୍କର୍ମ ହୋଇଥିବା ଜାଣି ପରିବାର ପକ୍ଷରୁ ସୋର ଥାନାରେ ଅଭିଯୋଗ କରାଯାଇଥିଲା। ପୋଲିସ ମାମଲା ରୁଜୁ କଲା ହେଲେ ଅଭିଯୁକ୍ତଙ୍କୁ ଗିରଫ କରିବାରେ କୁଣ୍ଠାବୋଧ ପ୍ରକାଶ କରୁଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
ଏହାରି ଭିତରେ ସ୍କୁଲ କର୍ତ୍ତୃପକ୍ଷ ପିଡ଼ିତାଙ୍କ ପରିବାର ଲୋକଙ୍କୁ ଘଟଣା ଚପାଇଦେବା ପାଇଁ ଆର୍ଥିକ ପ୍ରଲୋଭନ ଦେଉଥିବା ଅଭିଯୋଗ ହୋଇଛି। ଏଥିପାଇଁ ସ୍କୁଲ କର୍ତ୍ତୃପକ୍ଷ ଓ ଦୋଷୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ପିଡ଼ିତାଙ୍କ ପରିବାର ଲୋକେ ଦାବି କରିଛନ୍ତି।
ବାଳେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ