ETV Bharat / state

ହାତୀ ଘଉଡାଉଥିଲେ ପରିବାର, ଶୋଇଥିବା 9 ବର୍ଷର ଝିଅକୁ ଦଳି ଦେଲା ଦନ୍ତା - ଥମୁନି ହାତୀ ଆତଙ୍କ

ବାଲେଶ୍ବରରେ ହାତୀ ଆତଙ୍କ । ଶୋଇଥିବା ସମୟରେ 9 ବର୍ଷର ବାଳିକାକୁ ଦଳି ଦେଲା ଦନ୍ତା । ଅଧିକ ପଢନ୍ତୁ

minor girl killed elephant attack
minor girl killed elephant attack
author img

By

Published : May 27, 2023, 11:59 AM IST

minor girl killed elephant attack

ବାଲେଶ୍ବର: ଥମୁନି ହାତୀ ଆତଙ୍କ । 9 ବର୍ଷର ବାଳିକାକୁ ଦଳି ଦେଲା ଦନ୍ତା । ଘରେ ଶୋଇଥିବା ବେଳେ ନାବାଳିକା ଜଣଙ୍କୁ ଦନ୍ତା ହାତୀ ଦଳି ଦେବାରୁ ମୃତ୍ୟୁ ହୋଇଥିବା ସୂଚନା । ଏଭଳି ଦୁଃଖଦ ଘଟଣା ଘଟିଛି ସୋର ଥାନା ସିଙ୍ଗାଖୁଣ୍ଟା ପଞ୍ଚାୟତ ସରଳିଆ ଚିତ୍ରାଶୁଳ ଗ୍ରାମରେ । ମୃତ ନାବାଳିକା ହେଉଛନ୍ତି ନିଶିକାନ୍ତଙ୍କ ଝିଅ ପରୀ ଦେହୁରୀ ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି (ଶୁକ୍ରବାର) ରାତିରେ ନିଶିକାନ୍ତଙ୍କ ଘର ବାଡିକୁ ନଡିଆ ଖାଇବାକୁ ୫ରୁ ୬ ଟି ହାତୀ ଆସିଥିଲେ। ହାତୀର ଗର୍ଜନ ଶୁଣି ପରିବାର ଲୋକଙ୍କ ନିଦ ଭାଙ୍ଗି ଯାଇଥିଲା । ଏହାପରେ ହାତୀ ଘଉଡାଇବାକୁ ଉଦ୍ୟମ ଆରମ୍ଭ ହୋଇଥିଲା । ଏହି ସମୟରେ ଗୋଟିଏ ହାତୀ ଘର ଭିତରକୁ ପଶିବା ସହିତ ନିଶିକାନ୍ତଙ୍କର ନଅ ବର୍ଷର ଝିଅ ପରୀ ଦେହୁରୀଙ୍କ ମୁଣ୍ଡ ଉପରେ ଚଢିଯାଇଥିଲା। ଏନେଇ ଖବର ପାଇ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ହାତୀଟିକୁ ଘଉଡାଇବା ସହ ଗୁରୁତର ଅବସ୍ଥାରେ ନାବାଳିକା ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ନାବାଳିକା ଜଣଙ୍କୁ ମୃତ ଘୋଷଣା କରିଥିଲେ ।

ଖବର ପାଇ ସୋର ପୋଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଅନେକ ସମୟରେ ନୀଳଗିରି, ଔପଦା ଅଞ୍ଚଳରେ ମଧ୍ୟ ହାତୀ ଆତଙ୍କ ଦେଖିବାକୁ ମିଳିଛି । କେତେବେଳେ ହାତୀ ଫସଲ ଉଜାଡ଼ି ଦେଇଛନ୍ତି ତ ପୁଣି କେତେବେଳେ ଘର ଭାଙ୍ଗି ଦେଇଛି । ଗତକାଲି ହାତୀର ପାଦ ତଳେ ଚାପି ହୋଇ ନାବାଳିକାର ଜୀବନ ଚାଲିଯାଇଛି ଜୀବନ । ଖାଦ୍ୟ ଅନ୍ୱେଷଣରେ ଗାଁ ଭିତରକୁ ହାତୀ ପଲ ପଶି ଆସୁଥିବା ବେଳେ ବନ ବିଭାଗ ପକ୍ଷରୁ ଏଥିପ୍ରତି ଦୃଷ୍ଟି ଦେବାର ଆଵଶ୍ୟକତା ରହିଛି ।

ଆଜି ସକାଳ ସମୟରେ ଖୋର୍ଦ୍ଧା ଜିଲ୍ଲାରେ ହାତୀ ଆକ୍ରମଣରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଥିଲା । କୂଅ ଖୋଳିବାକୁ ଯାଉଥିବା ବେଳେ ଶ୍ରମିକକୁ ଦଳି ଦେଇଥିଲା ଦନ୍ତା ହାତୀ । ଟାଙ୍ଗି ରେଞ୍ଜ ମୟୂରଝାଲିଆ କମାଗୁରୁ ରାସ୍ତାରେ ଏପରି ଘଟଣା ଘଟିଥିବା ସୂଚନା ମିଳିଥିଲା । ମୃତ ଶ୍ରମିକ ହେଲେ ସତ୍ୟ ବେହେରା । ତାଙ୍କ ଘର ରଣପୁର ବ୍ଲକ ନରସିଂହପୁର ପଞ୍ଚାୟତ ନାଟିମି ଗ୍ରାମରେ ବୋଲି ଜଣାପଡିଛି । ମେ 20 ତାରିଖରେ ଢେଙ୍କାନାଳରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିଲା । କାଜୁ ତୋଟା ଜଗିବାକୁ ଯାଇଥିବା ବେଳେ ଯୁବକଙ୍କୁ କଚାଡି ମାରିଥିଲା ହାତୀ । ଢେଙ୍କାନାଳ ବନଖଣ୍ଡର କପିଳାସ ବନାଞ୍ଚଳ ଅନ୍ତର୍ଗତ ଚନ୍ଦ୍ରଶେଖରପୁର ଗ୍ରାମରେ ଏଦି ଦୁଃଖଦ ଘଟଣା ଘଟିଥିଲା । ମୃତକ ଗ୍ରାମର କହ୍ନେଇ ସାମଲ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.