ETV Bharat / state

ପ୍ରେମ ପାଇଁ ବିଷ ପିଇଲା ନାବାଳିକା, ପ୍ରେମିକର ପ୍ରରୋଚନା ଅଭିଯୋଗ - ଔପଦା ଥାନା ନାବାଳିକା ପ୍ରେମିକାର ମୃତ୍ୟୁ

ବାଲେଶ୍ବର ଔପଦା ଥାନା ଅଞ୍ଚଳରେ ପ୍ରେମ ପାଇଁ ବିଷ ପିଇଲା ନାବାଳିକା । ପ୍ରେମିକକୁ ଦାୟୀ କଲେ ପରିବାର । ଅଧିକ ପଢନ୍ତୁ

ପ୍ରେମ ପାଇଁ ବିଷ ପିଇଲା ନାବାଳିକା, ପ୍ରେମିକର ପ୍ରରୋଚନା ଅଭିଯୋଗ

author img

By

Published : Sep 9, 2022, 12:09 PM IST

Updated : Sep 9, 2022, 7:28 PM IST

ବାଲେଶ୍ବର: ପ୍ରେମିକର କଥାରେ ପଡ଼ି ପ୍ରେମିକା ବିଷ ପିଇ ଆତ୍ମହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ । ଏମିତି ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ଔପଦା ଥାନା ଫତେପୁର ଗ୍ରାମରେ । ନାବାଳିକାର ଆତ୍ମହତ୍ୟା ପାଇଁ ଉକ୍ତ ଯୁବକ ଜଣକ ଦାୟୀ ବୋଲି ପରିବାର ଅଭିଯୋଗ ଆଣିଛନ୍ତି । ଅଭିଯୋଗ ଅନୁସାରେ, ଗ୍ରାମର ଜଣେ ନାବାଳିକାକୁ ସେହି ଗ୍ରାମର ଆକାଶ ଲେଙ୍କା ନାମକ ଯୁବକ ଦୁଇବର୍ଷ ଧରି ଭଲ ପାଉଥିଲେ । ନାବାଳିକାଙ୍କ ବାପା ମାଆ ଏ ସମ୍ପର୍କରେ ଜାଣିବା ପରେ ଆକାଶଙ୍କ ପରିବାର ଲୋକଙ୍କୁ ଡାକି ସବୁକିଛି ଜଣାଇଥିଲେ ।

ଏହି ଘଟଣା ପରେ ନାବାଳିକା ଜଣଙ୍କ ପରିବାର ଲୋକଙ୍କ ସାମ୍ନାରେ ବିଷ ପିଇ ଦେଇଥିଲେ । ପରିବାର ଲୋକେ ନାବାଳିକାଙ୍କୁ ମେଡିକାଲ ନେଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଝିଅର ମୃତ୍ୟୁ ପାଇଁ ଆକାଶକୁ ଦାୟୀ କରି ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି ।

ଏହା ବି ପଢନ୍ତୁ- ସାପକୁ କାମୁଡିଲା ମଣିଷ, ମଲା ସାପକୁ ବେକରେ ଗୁଡାଇ ବୁଲିଲେ

ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଆକାଶ ଏକ ବିଷ ବୋତଲ ନାବାଳିକା ପ୍ରେମିକାକୁ ଦେଇଥିଲେ । ପରିବାର ଲୋକଙ୍କ ଆଗରେ ବିଷ ପିଇଲେ ସେମାନେ ଏହି ଭଲ ପାଇବାକୁ ସ୍ବୀକୃତି ଦେବେ ବୋଲି ଆକାଶ ନାବାଳିକା ପ୍ରେମିକାକୁ ବୁଝାଇଥିଲେ । ଯାହା ବିଷ ପିଇବା ପରେ ନାବାଳିକା ଝିଅ ପରିବାର ଆଗରେ ପ୍ରକାଶ କରିଥିଲା ।

ଏମିତି କିଛି ଅଭିଯୋଗ ଆଧାରରେ ଔପଦା ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି । ଘଟଣାଟି ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ନାବାଳିକାର ମୃତ୍ୟୁ ପାଇଁ ପ୍ରେମିକକୁ ଦାୟୀ କରି ପରିବାର ଲୋକେ ଯୁବକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

Last Updated : Sep 9, 2022, 7:28 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.