ETV Bharat / state

ମାଆଙ୍କୁ କିଡନୀ ରୋଗ, ପାଠପଢ଼ା ଛାଡ଼ି ଘର ଚଳାଉଛନ୍ତି ପୁଅ ଝିଅ - ମାଆଙ୍କ ରୋଗ ଛଡ଼ାଇଛି ପୁଅ ଓ ଝିଅଙ୍କ ହାତରୁ ବହି ଖାତା

Poor family Seeks Govt help: ମାଆଙ୍କର କିଡ୍‌ନୀ ରୋଗ ଛଡ଼ାଇଛି ପୁଅ ଓ ଝିଅଙ୍କ ହାତରୁ ବହି ଖାତା । ପାଠ ପଢ଼ା ଛାଡ଼ି ମାଆର ସେବା କରୁଛି ଝିଅ । ସେପଟେ ଘର ଚଳାଇବା ପାଇଁ ବାହାରେ କାମ କରୁଛି ପୁଅ । ଅଧିକ ପଢ଼ନ୍ତୁ

ପାଠ ପଢ଼ା ଛାଡ଼ି ମାଆର ସେବା କରୁଛି ଝିଅ
ପାଠ ପଢ଼ା ଛାଡ଼ି ମାଆର ସେବା କରୁଛି ଝିଅ
author img

By ETV Bharat Odisha Team

Published : Dec 13, 2023, 10:44 PM IST

ପାଠ ପଢ଼ା ଛାଡ଼ି ମାଆର ସେବା କରୁଛି ଝିଅ

ବାଲେଶ୍ବର: ପାଠପଢ଼ି ଆଗକୁ ବଢିବାର ଅନେକ ସାଇତା ସ୍ବପ୍ନ ଆଜି ତାଙ୍କର ମଉଳି ଯାଇଛି । ପରିବାରର ଦୁଃଖଦ ପରିସ୍ଥିତି ଭିତରେ ସତେ ଯେମିତି ଭବିଷ୍ୟତ ଗଢିବାର ଆଶା କ୍ଷୀଣ ହୋଇଯାଇଛି । କେତେ ଆଶା ଥିଲା ବଡ଼ ମଣିଷ ହେବେ, ଆଉ ପରିବାରର ସବୁ ଦୁଃଖ ଦୂରେଇଯିବ । ହେଲେ ବିଧାତାର ଖେଳ ଆଗରେ ସବୁକିଛି ମିଳେଇ ଯିବାପରି ମନେ ହେଉଛି । ବିଧାତା ଯେ ଏମିତି ଦାଉ ସାଧିବ ତାହା କେବେ ବି ଭାବି ନଥିଲେ ଏହି କୋମଳମତୀ ଝିଅ । ରୋଗିଣା ମାଆର ଯତ୍ନ ନେବାପାଇଁ ପାଠପଢ଼ାରେ ଡୋରୀ ବାନ୍ଧିଛି ଝିଅ । ମାଆ ଏବେ କିଡ୍‌ନୀ ରୋଗରେ ପୀଡିତ ଥିବା ବେଳେ ଝିଅର ପାଠପଢ଼ା ବନ୍ଦ ହୋଇଯାଇଛି । ଗୋଟିଏ ପଟେ ମାଆର ଦାୟିତ୍ବ ଓ ପରିବାରର ବୋଝ ବୋହି ଚାଲିଥିବା ବେଳେ ପାଠ ପଢ଼ାରେ ବନ୍ଧା ହୋଇଯାଇଛି ଡୋରୀ । ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ କେସିପୁର ପଞ୍ଚାୟତ ଅଶୋକନାଳ ଗ୍ରାମର ସନ୍ତୋଷ ମହାକୁଡ଼ଙ୍କ ପରିବାରେ ।

ସନ୍ତୋଷ ମହାକୁଡ଼ ଏବଂ ମାମା ମହାକୁଡ଼ଙ୍କର ଦୁଇଟି ସନ୍ତାନଙ୍କୁ ନେଇ ଛୋଟ ଏବଂ ସୁଖୀ ପରିବାରଟି ସୁଖ ଦୁଃଖରେ ଆଗେଇ ଚାଲିଥିଲା । ହେଲେ ବିଧାତାର ନିଷ୍ପତ୍ତି କିଛି ଅଲଗା ଥିଲା । ମାମା ମହାକୁଡ଼ଙ୍କର ଆଜିକୁ ଏକ ବର୍ଷ ତଳେ ଦୁଇଟି ଯାକ କିଡ୍‌ନୀ ନଷ୍ଟ ହୋଇଯିବା ସତେ ଯେମିତି ଏହି ପରିବାରର ମେରୁଦଣ୍ଡ ଦୋହଲାଇ ଦେଇଥିଲା । ସନ୍ତୋଷଙ୍କ ପୁଅ ଚନ୍ଦନ ଏବଂ ଝିଅ ପୂର୍ଣ୍ଣିମା, ମାଆଙ୍କର ଏମିତି ଅବସ୍ଥା ପାଇଁ ଅଧାରୁ ପାଠପଢ଼ା ଛାଡି ଦେଇଛନ୍ତି । ଚନ୍ଦନ ଏବେ ପରିବାର ଚଳାଇବା ପାଇଁ ବାହାର ରାଜ୍ୟରେ ରହି କାମଦାମ କରୁଥିବା ବେଳେ ଝିଅ ପୂର୍ଣ୍ଣିମା ଘରର ସବୁ ଦାୟିତ୍ବ ତୁଲାଉଛି । ମେଧାବୀ ଛାତ୍ରୀ ପୂର୍ଣ୍ଣିମାଙ୍କର ଯୁକ୍ତଦୁଇ ପାଠ ପଢା ଓ ଚନ୍ଦନର ମାଟ୍ରିକ ସମାପ୍ତି କରିବାର ଆଶା ଓ ସ୍ବପ୍ନ ପରିବାରର ପରିସ୍ଥିତି ପାଇଁ ମଉଳି ଯାଇଛି । ପୂର୍ଣ୍ଣିମା ନିଜର ପାଠ ପଢା ବନ୍ଦ କରି ବାପାଙ୍କ ସହ ମାଆଙ୍କର କିଡ୍‌ନୀ ରୋଗର ଉପଚାର ପାଇଁ ଡାଇଲିସିସ୍‌ର ଆବଶ୍ୟକତା ଦୃଷ୍ଟିରୁ ସାପ୍ତାହିକ ଦୁଇ ଥର ଦୀର୍ଘ ବାର କିଲୋମିଟର ନିଜ ସାଇକେଲରେ ବସାଇ ସେଠାରୁ ବସ ଯୋଗେ ବାଲେଶ୍ବର ହସ୍ପିଟାଲକୁ ନେଇଯାଆନ୍ତି । ସେପଟେ ସାନ ଭାଇ ଚନ୍ଦନ ମାଆଙ୍କର ଚିକିତ୍ସା ପାଇଁ ଅର୍ଥ ଯୋଗାଡ଼ କରିବାରେ ବ୍ୟସ୍ତ ରହି ଯାଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଦୁନିଆ ଦେଖି ନାହାନ୍ତି ପରିବାରର ୩ ପିଲା, ସହାୟତା ଲୋଡୁଛନ୍ତି ମାଆ

ମାଆଙ୍କୁ ବାଲେଶ୍ବରରୁ ବେଳେ ବେଳେ ଡାଇଲିସିସ୍‌ ହେଉ ହେଉ ବିଳମ୍ବ ହେବାରୁ ବିଳମ୍ବିତ ରାତିରେ ନିଜ ଗାଁକୁ ଫେରିବାକୁ ବାଧକ ସାଜନ୍ତି ଜଙ୍ଗଲ ପାହାଡ଼ ଘେରା ଭିତରେ ଥିବା ରାତ୍ରିଚର ପ୍ରାଣୀ ମାନେ । ଏଥିପାଇଁ ବାଧ୍ୟ ହୋଇ ସମ୍ପର୍କୀୟଙ୍କ ଘରେ ମୁଣ୍ଡ ଗୁଞ୍ଜନ୍ତି ବାପ, ଝିଅ ଓ ମାଆ । ମାସିକ ପ୍ରାୟ ୭ ହଜାରରୁ ଊର୍ଦ୍ଧ୍ବ ଟଙ୍କା ଆବଶ୍ୟକ ପଡୁଥିବା ବେଳେ ଏହାକୁ ଯୋଗାଡ଼ କରିବାରେ ଅସମର୍ଥ ହେଉଛି ଏହି ପରିବାର । ସନ୍ତୋଷ ଦିନ ମଜୁରିଆ ଭାବେ କାମ କରି ଯେଉଁ ଦୁଇ ପଇସା ରୋଜଗାର କରନ୍ତି, ଦୁଃଖୀ ପରିବାର ସେଥିରେ ଚଳନ୍ତି । ମାତ୍ର ଏମିତି ଅବସ୍ଥା ଭିତରେ ସନ୍ତୋଷ ବି ଆଉ କାମଦାମ କରିବାକୁ ଯାଇ ପାରୁନାହାନ୍ତି । ଅନେକ ସମୟରେ ଭୋକ ଉପାସରେ ରହୁଛନ୍ତି ପରିବାର ସଦସ୍ୟ । ଅନ୍ୟପଟେ ଦୁଇ ପିଲାଙ୍କ ପାଠପଢ଼ା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ପରିବାରର ଏମିତି ପରିସ୍ଥିତି ବାବଦରେ ଗ୍ରାମବାସୀ ସହଯୋଗର ହାତ ବଢ଼ାଇଛନ୍ତି । ଏହାରି ଭିତରେ ସୋର ଅଞ୍ଚଳର ସ୍ବେଚ୍ଛାସେବୀ ସଂଗଠନ ଆଦର୍ଶ ଯୁବ ପରିଷଦ ମଧ୍ୟ ଏହି ପରିବାରକୁ ସହାୟତା ଯୋଗାଇ ଦେଇଛି । ଏହି ଅସହାୟ କିଡ୍‌ନୀ ରୋଗୀଙ୍କ ନିକଟରେ ପହଞ୍ଚି ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ସହ ଏକ ମାସର ରାସନ ସାମଗ୍ରୀ ଏବଂ ପିନ୍ଧିବା ବସ୍ତ୍ର ପ୍ରଦାନ କରିଛି ଆଦର୍ଶ ଯୁବ ପରିଷଦ । ଏହା ହୁଏତ ଏହି ପରିବାରକୁ କିଛି ମାତ୍ରାରେ ଉପଶମ ଦେଇଥିବ । ହେଲେ ଏବେ ବି ଏହି ପରିବାରକୁ ସରକାରୀ ସହାୟତା ଯୋଗାଇଦେବାର ଆବଶ୍ୟକତା ରହିଥିବା ସ୍ଥାନୀୟ ଲୋକେ କହିଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.