ETV Bharat / state

ବାଲେଶ୍ବରରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ସମୀକ୍ଷା କଲେ ମନ୍ତ୍ରୀ

ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରତାପ ଜେନା ବାଲେଶ୍ବରରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Jan 24, 2021, 4:11 PM IST

Minister Pratap Jena reviewed the drinking water supply system in Balasore
ବାଲେଶ୍ବରରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ସମୀକ୍ଷା କଲେ ମନ୍ତ୍ରୀ

ବାଲେଶ୍ବର: ଜିଲ୍ଲାର ସ୍ୱତନ୍ତ୍ର ସର୍କିଟ ହାଉସ ଠାରେ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରତାପ ଜେନା ଜିଲ୍ଲାର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ପାନୀୟ ଜଳ ଯୋଗାଣ ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି ।

ଜିଲ୍ଲାରେ ଯେଉଁ ସବୁ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାମ ଚାଲିଛି ତାହାର ଅଗ୍ରଗତି ସମ୍ପର୍କରେ ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ପଚାରି ବୁଝିଥିଲେ। ଜିଲ୍ଲାର ବିଭିନ୍ନ ବ୍ଲକରେ ଏବେ ୧୨୩ଟି ଏକକ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ କାମ ଚାଲିଥିବା ବେଳେ ସେଥିମଧ୍ୟରୁ ୭୨ଟି ପ୍ରକଳ୍ପର କାର୍ଯ୍ୟ ଶେଷ ହୋଇଛି । ଏହାସହ ଅବଶିଷ୍ଟ କାର୍ଯ୍ୟ ଆସନ୍ତା ମାର୍ଚ୍ଚ ମାସ ଶେଷ ସୁଦ୍ଧା ସରିବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା । ଆହୁରି ୫୫ଟି ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ନିକଟରେ ଟେଣ୍ଡର ଆହ୍ୱାନ କରାଯିବ । ଜିଲ୍ଲାରେ ଏବେ ୪୫୭ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାମ ଚାଲିଥିବା ବେଳେ ଏଥିପାଇଁ ଆହୁରି ୪୧୫କୋଟି ଟଙ୍କା ଅନୁଦାନ ଦିଆଯିବ ।

ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ସହ ସ୍ଥାନୀୟ ସମସ୍ୟାକୁ ଦୃଷ୍ଟିରେ ରଖି ଛୋଟ ଛୋଟ ପ୍ରକଳ୍ପ କାର୍ଯ୍ୟ ଓ ଡିପ୍ ବୋରୱେଲ୍ କାମ ମଧ୍ୟ ହାତକୁ ନିଆଯିବ । ସେହିପରି ଜିଲ୍ଲାର ଉପକୂଳବର୍ତ୍ତୀ ବ୍ଲକରେ ଲବଣାକ୍ତ(ସାଲାଇନ) ଓ ଆଇରନଯୁକ୍ତ ଜଳକୁ ନେଇ ଯେଉଁ ସମସ୍ୟା ରହିଛି ତାହାର ଉପଯୁକ୍ତ ସମାଧାନ ପାଇଁ ବୈଠକରେ ଉପସ୍ଥିତ ବିଧାୟକମାନେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାର ସମାଧାନ ପାଇଁ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ପାଣି ପରୀକ୍ଷା ପାଇଁ ଖୁବଶୀଘ୍ର ବାଲେଶ୍ୱରରେ ଏକ ଅତ୍ୟାଧୁନିକ ଟେଷ୍ଟିଂ ଲାବୋରଟାରୀ ସ୍ଥାପନ ପାଇଁ ପଦକ୍ଷେପ ନିଆଯାଉଥିବା ମତ ପ୍ରକାଶ ପାଇଥିଲା ।

ଅଚଳ ହୋଇପଡିଥିବା ବିଭିନ୍ନ ଟୁ୍ୟବୱେଲ ସମ୍ପର୍କରେ ରିପୋର୍ଟ ପ୍ରଦାନ ପାଇଁ ଅଧିକାରୀଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ବାଲେଶ୍ୱର ଜିଲ୍ଲାର ଶତ ପ୍ରତିଶତ ଜନସାଧାରଣଙ୍କୁ କିଭଳି ପିଇବା ପାଣି ଯୋଗାଇ ଦିଆଯାଇପାରିବ, ସେ ନେଇ ବ୍ୟକ୍ତିଗତ ଭାବେ ଦୃଷ୍ଟି ଦେବେ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଏହି ବୈଠକରେ ବିଧାୟକମାନଙ୍କ ସହ ବିଭାଗୀୟ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.