ETV Bharat / state

ବାଲେଶ୍ବରର ବିଭିନ୍ନ ପର୍ଯ୍ୟଟନସ୍ଥଳ ସମୀକ୍ଷା କଲେ ପର୍ଯ୍ୟଟନ ମନ୍ତ୍ରୀ - ବାଲେଶ୍ୱର

ରାଜ୍ୟ ପର୍ଯ୍ୟଟନ, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ରାଷ୍ଟ୍ରମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ବାଲେଶ୍ୱରର ବିଭିନ୍ନ ପର୍ଯ୍ୟଟନସ୍ଥଳ ପରିଦର୍ଶନ କରି ସେଗୁଡିକର ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Jun 2, 2019, 5:48 PM IST

Updated : Jun 2, 2019, 7:15 PM IST

ବାଲେଶ୍ୱର: ରାଜ୍ୟର ପର୍ଯ୍ୟଟନ, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ରାଷ୍ଟ୍ରମନ୍ତ୍ରୀ ଭାବରେ ବାଲେଶ୍ବର ଜିଲ୍ଲାର ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ନିଯୁକ୍ତ ହୋଇଛନ୍ତି । ମନ୍ତ୍ରୀପଦ ପାଇବା ପରେ ନିଜ ଜିଲ୍ଲାର ପର୍ଯ୍ୟଟନସ୍ଥଳ ଗୁଡିକୁ ପ୍ରଥମେ ଗୁରୁତ୍ବ ଦେଇଛନ୍ତି । ବିଭିନ୍ନ ପର୍ଯ୍ୟଟନସ୍ଥଳ ପରିଦର୍ଶନ କରି ସେଗୁଡିକର ସ୍ଥିତି ଅନୁଧ୍ୟାନ କରିଛନ୍ତି । ଉକ୍ତ ପର୍ଯ୍ୟଟନସ୍ଥଳ ଗୁଡିକୁ ଟୁରିଜିମ୍ ହବ୍ ଭାବେ ବିକାଶ କରାଯିବ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ପ୍ରଥମେ ଜିଲ୍ଲାର ନୀଳଗିରି ପଞ୍ଚଲିଙ୍ଗେଶ୍ୱର ଦର୍ଶନ କରିବା ପରେ ରେମୁଣାର କ୍ଷୀରଚୋରା ମନ୍ଦିରରେ ପହଞ୍ଚିଥିଲେ । ସେଠାରୁ ଭୋଗରାଇ ତାଳସାରି ଓ ପରେ ଚାନ୍ଦିପୁର ବେଳାଭୂମି ବୁଲିବା ସହ ସ୍ଥିତି ସମୀକ୍ଷା କରିଥିଲେ । ଆଗାମୀ ଦିନରେ ବାଲେଶ୍ୱରକୁ ଟୁରିଜିମ ହବ୍‌ରେ ପରିଣତ କରିବାକୁ ମନ୍ତ୍ରୀ ଲକ୍ଷ୍ୟ ରଖିଥିବା କହିଛନ୍ତି । ରାଜ୍ୟର ଉନ୍ନତି ପାଇଁ ପର୍ଯ୍ୟଟନ ଭଳି ସେବାକ୍ଷେତ୍ରକୁ ଗୁରୁତ୍ବ ଦେବା ଉଚିତ ବୋଲି ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଏହି ଅବସରରେ ପ୍ରକାଶ କରିଛନ୍ତି ।

ମନ୍ତ୍ରୀଙ୍କ ଦ୍ବାରା ବାଲେଶ୍ୱରର ଓ ପର୍ଯ୍ୟଟନସ୍ଥଳର ବିକାଶ ପାଇଁ ବାଲେଶ୍ୱରବାସୀ ବେଶ୍‌ ଆଶାବାଦୀ ରହିଛନ୍ତି । ତେବେ ତାଙ୍କ ଦ୍ବାରା ଆଗକୁ କି ପଦକ୍ଷେପ ନିଆଯାଉଛି, ତାହା ଦେଖିବାକୁ ବାକି ରହିଲା ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:ବାଲେଶ୍ୱରର ଏକ ମାତ୍ର ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମନ୍ତ୍ରୀପଦ ପାଇବା ପରେ ପ୍ରଥମ ଥର ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ପରିଦର୍ଶନ କରି ସମୀକ୍ଷା କରିଛନ୍ତି।

Body:ପର୍ଯ୍ୟଟନ, ସଂସ୍କୃତି ଓ ଭାଷା ସାହିତ୍ୟ ମନ୍ତ୍ରୀ ଜ୍ୟୋତିପ୍ରକାଶ ପ୍ରଥମେ ନୀଳଗିରିର ପଞ୍ଚଲିଙ୍ଗେଶ୍ୱର ଦର୍ଶନ କରିବା ପରେ ରେମୁଣାର କ୍ଷୀରଚୋରା ମନ୍ଦିରରେ ପହଞ୍ଚିଥିଲେ। ସେଠାରୁ ଭୋଗରାଇ ତାଳସାରି ଓ ପରେ ଚାନ୍ଦିପୁର ବେଳାଭୂମି ବୁଲିବା ସହ ସ୍ଥିତି ସମୀକ୍ଷା କରିଥିଲେ। ଆଗାମୀ ଦିନରେ ବାଲେଶ୍ୱରକୁ ଟୁରିଯିମ ହବରେ ପରିଣତ କରିବାକୁ ମନ୍ତ୍ରୀ ଲକ୍ଷ୍ୟ ରଖିଥିବା କହିଛନ୍ତି।

Conclusion:ବାଲେଶ୍ୱରର ବିକାଶ ଓ ପର୍ଯ୍ୟଟନ ସ୍ଥଳୀର ବିକାଶ ଦିଗରର ମନ୍ତ୍ରୀଙ୍କ ଠାରୁ ବାଲେଶ୍ୱରବାସୀ ବେଶ ଆଶାବାଦୀ ଥିବା ବେଳେ ମନ୍ତ୍ରୀ ଆଗକୁ କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା।
ବାଇଟ- ଜ୍ୟୋତିପ୍ରକାଶ ପାଣିଗ୍ରାହୀ(ମନ୍ତ୍ରୀ)
Last Updated : Jun 2, 2019, 7:15 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.