ETV Bharat / state

ଖଟିଲେ ଖାଇବୁ, ବସିଲେ ଓପାସ ରହିବୁ - ବାଲେଶ୍ବର

ସାରା ଦେଶ ଆଜି ଶ୍ରମିକ ଦିବସ ପାଳନ କରି ଛୁଟି ମନାଉଥିବାବେଳେ ଦିନରାତି ଖଟୁଥିବା ଶ୍ରମିକମାନେ କିନ୍ତୁ ଏହି ଦିନଟି କଣ ଜାଣନ୍ତିନାହିଁ ।

ଫଟୋ ସୌଜନ୍ୟ: ପ୍ରତିନିଧି ବାଲେଶ୍ବର
author img

By

Published : May 1, 2019, 7:29 PM IST

ବାଲେଶ୍ବର: ସାରା ଦେଶରେ ଆଜି ଶ୍ରମିକ ଦିବସ ପାଳନ ହେଉଛି । ଜିଲ୍ଲାରେ ଶ୍ରମିକ ମାନଙ୍କ ପାଇଁ ଅନେକ ସଂଗଠନ କାମ କରୁଥିବା ବେଳେ ଏବେବି ପଖାପାଖି 70 ପ୍ରତିଶତ ଶ୍ରମିକ ଅସଙ୍ଗଠିତ ହୋଇ ରହିଛନ୍ତି ।

ଦିନ ତମାମ ପରିଶ୍ରମ କରି ଯାହା ଦି ପଇସା ମିଳେ ସେଥିରେ ଶ୍ରମିକଙ୍କ ଗୁଜୁରାଣ ମେଣ୍ଟିଥାଏ । ସବୁଠୁ ବଡ଼ କଥା ହେଲା ଶ୍ରମିକ ଦିବସ କଣ ଦିନରାତି ଖଟୁଥିବା ଶ୍ରମିକମାନେ ଜାଣି ନାହାନ୍ତି ବୋଲି ସେମାନେ ପ୍ରତିକ୍ରିୟା ରଖିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି ବାଲେଶ୍ବର

ଦିନ ମଜୁରିଆ ଠାରୁ ଆରମ୍ଭ କରି ଠିକା ଶ୍ରମିକମାନେ ମଧ୍ୟ ସମାନ ପରିସ୍ଥିତି ଭୋଗୁଥିବା ଦେଖିବାକୁ ମିଳୁଛି । ଖଟିଲେ ଖାଇବେ, ବସିଲେ ଓପାସ ରହିବା ଛଡା ସେମାନଙ୍କ ପାଖରେ ଅନ୍ୟକିଛି ଚାରା ନଥାଏ ବୋଲି ଜଣେ ଗ୍ୟାରେଜ ଶ୍ରମିକ ବାବୁଲା ଦାସ କହିଛନ୍ତି ।

ଅନ୍ୟ ପକ୍ଷରେ ବାହାର ରାଜ୍ୟରୁ ମଧ୍ୟ ଅନେକ ଶ୍ରମିକ ଓଡିଶା ଆସି ପରିବାର ଚଳାଇବାର ଚେଷ୍ଟା ଜାରି ରଖିଛନ୍ତି । କୌଣସି ଏକ ରାଜମିସ୍ତ୍ରୀ ପାଖରେ ଶ୍ରମିକ ଭାବେ କାମ କରି ପେଟ ପୋଷୁଥିବା ଦେଖିବାକୁ ମିଳିଛି ।

ଶ୍ରମିକମାନଙ୍କୁ ଉଚିତ ସମ୍ମାନ ମିଳୁ ବୋଲି ଝାଡଖଣ୍ଡରୁ ଆସି ଓଡିଶାରେ କାମ କରୁଥିବା ରିଙ୍କୁରାମ ନାମକ ଜଣେ ଶ୍ରମିକ ମତ ରଖିଛନ୍ତି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:

blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.