ETV Bharat / state

ରେମୁଣା ବ୍ୟାଙ୍କ ଠକେଇର ମାଷ୍ଟର ମାଇଣ୍ଡ ଗିରଫ - ରେମୁଣା ବ୍ୟାଙ୍କ ଅଫ ଇଣ୍ଡିଆ

ମୃତ ବ୍ୟକ୍ତିଙ୍କୁ ଜୀବିତ ଦର୍ଶାଇ ଟଙ୍କା ଆତ୍ମସାତ ଘଟଣାରେ କ୍ରାଇମବ୍ରାଞ୍ଚ ଆଜି ମାଷ୍ଟରମାଇଣ୍ଡକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗତ 12 /12/2018ରେ ରେମୁଣା ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ ଅର୍ଥ ହେରଫେର ନେଇ ବ୍ୟାଙ୍କ୍ ମ୍ୟାନେଜର ସ୍ବରାଜ ମହାନ୍ତି ଅଭିଯୋଗ କରିଥିଲେ ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ବାଲେଶ୍ବର
author img

By

Published : Aug 2, 2019, 5:40 PM IST

ବାଲେଶ୍ବର: ରେମୁଣା ବ୍ୟାଙ୍କ ଅଫ ଇଣ୍ଡିଆରେ ଜଣେ କର୍ମଚାରୀ ମୃତ ବ୍ୟକ୍ତିଙ୍କୁ ଜୀବିତ ଦର୍ଶାଇ ଟଙ୍କା ଆତ୍ମସାତ ଘଟଣାରେ କ୍ରାଇମବ୍ରାଞ୍ଚ ଆଜି ମାଷ୍ଟରମାଇଣ୍ଡକୁ ଗିରଫ କରି କୋର୍ଟ ଚାଲାଣ କରିଛି । ମାଷ୍ଟରମାଇଣ୍ଡ ଜଣକ ହେଲେ ନରହରିପୁରର ବ୍ରହ୍ମଜ୍ୟୋତି ବେହେରା । କ୍ରାଇବ୍ରାଞ୍ଚର ଅର୍ଥ ନୈତିକ ଅପରାଧ ଶାଖାର ଏକ ଟିମ୍ ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ନରହରିପୁରରୁ ମାଷ୍ଟରମାଇଣ୍ଡକୁ ଗିରଫ କରି କୋର୍ଟରେ ହାଜର କରିଛି।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ବାଲେଶ୍ବର

ଖବରମୁତାବକ, ଗତ 12 /12/2018ରେ ରେମୁଣା ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ ଅର୍ଥ ହେରଫେର ନେଇ ବ୍ୟାଙ୍କ୍ ମ୍ୟାନେଜର ସ୍ବରାଜ ମହାନ୍ତି ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆଧାରରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ବ୍ୟାଙ୍କର 3ୟ ଶ୍ରେଣୀ କର୍ମଚାରୀ ପ୍ରଭାତ କୁମାର ଦାସ ଓ ପରେ ପୂର୍ବତନ ଶାଖା ପ୍ରବନ୍ଧକ ଦୁର୍ଗା ଚରଣ ଦାଶଙ୍କୁ ଗିରଫ କରିଥିଲା । ଏହି ହେରଫେର ମାମଲାରେ ଅଭିଯୁକ୍ତ ମାନେ 1କୋଟି 32 ଲକ୍ଷ ଆତ୍ମସାତ କରିଥିଲେ । ମାଷ୍ଟରମାଇଣ୍ଡ ବ୍ରହ୍ମଜ୍ୟୋତି ବେହେରା 65 ଲକ୍ଷ ଟଙ୍କା ଲୁଟ୍ କରିଥିବା ଜଣା ପଡିଥିଲା ।

ତେବେ ବ୍ରହ୍ମଜ୍ୟୋତି ଉଚ୍ଚ ନ୍ୟାୟାଳୟର ଅନ୍ତରୀଣ ଜାମିନରେ ରହିଥିଲା । ଆଜି କ୍ରାଇମବ୍ରାଞ୍ଚ ଓ ବାଲେଶ୍ବର ଶିଳ୍ପାଞ୍ଚଳ ଥାନା ପୋଲିସ ସହାୟତାରେ ବ୍ରହ୍ମଜ୍ୟୋତି ବେହେରାକୁ ଗିରଫ କରିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:ବାଲେଶ୍ୱର ଜିଲ୍ଲା ରେମୁଣା ବ୍ୟାଙ୍କ ଅଫ ଇଣ୍ଡିଆରେ ଜଣେ କର୍ମଚାରୀ ମୃତ ବ୍ୟକ୍ତିଙ୍କୁ ଜୀବିତ ଦର୍ଶାଇ ଟଙ୍କା ଆତ୍ମସାତ ଘଟଣାରେ କ୍ରାଇମବ୍ରାଞ୍ଚ ଆଜି ମାଷ୍ଟରମାଇଣ୍ଡକୁ ଗିରଫ କରି କୋର୍ଟରେ ହାଜର କରିଥିବା ଜଣାପଡ଼ିଛି।

Body:ଆଜି କ୍ରାଇବ୍ରାଞ୍ଚର ଅର୍ଥ ନୈତିକ ଅପରାଧ ଶାଖା ର ଏକ ଟିମ୍ ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ନରହରି ପୁର ରୁ ମାଷ୍ଟର ମାଇଣ୍ଡ ବ୍ରହ୍ମ ଜ୍ୟୋତି ବେହେରା କୁ ଗିରଫ ପରେ କୋର୍ଟ ରେ ହାଜର କରିଛି। ଗତ 12 /12/18 ରେ ରେମୁଣା ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା ରୁ ଅର୍ଥ ହେରଫେର ନେଇ ବ୍ୟାଙ୍କ୍ ମ୍ୟାନେଜର ସ୍ବରାଜ ମହାନ୍ତି ଅଭିଯୋଗ କରିଥିଲେ । ଏହି ଅଭିଯୋଗ ମୂଳେ କ୍ରାଇମ୍ ବ୍ରାଞ୍ଚ ର ଅର୍ଥନୈତିକ ଅପରାଧ ଶାଖା ବ୍ୟାଙ୍କ ର ତୃତୀୟ ଶ୍ରେଣୀ କର୍ମଚାରୀ ପ୍ରଭାତ କୁମାର ଦାସ୍ ଓ ପରେ ପୂର୍ବତନ ଶାଖା ପ୍ରବନ୍ଧକ ଦୁର୍ଗା ଚରଣ ଦାଶ ଙ୍କୁ ଗିରଫ କରିଥିଲା । ଏହି ହେର ଫେର ମାମଲା ରେ ଅଭିଯୁକ୍ତ ମାନେ ଏକ କୋଟି 32 ଲକ୍ଷ ଆତ୍ମସାତ କରିଥିବା ବେଳେ ମାଷ୍ଟର ମାଇଣ୍ଡ ବ୍ରହ୍ମ ଜ୍ୟୋତି ବେହେରା 65 ଲକ୍ଷ ଟଙ୍କା ଲୁଟ୍ କରିଥିବା ଜଣା ପଡିଥିଲା । ତେବେ ବ୍ରହ୍ମ ଜ୍ୟୋତି ଉଚ୍ଚ ନ୍ୟାୟାଳୟ ର ଅନ୍ତରୀଣ ଜାମିନ ରେ ରହିଥିଲା । ଆଜି କ୍ରାଇମ୍ ବ୍ରାଞ୍ଚ ର ଅର୍ଥ ନୈତିକ ଅପରାଧ ଶାଖା ବ୍ରହ୍ମ ଜ୍ୟୋତି କୁ ନିଜ ଗାଁ ନରହରିପୁର ରୁ ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ପୋଲିସ ସହାୟତା ରେ ଗିରଫ ପରେ କୋର୍ଟ ରେ ହଜାର କରିଥିଲା। Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.