ETV Bharat / state

ଚାଷୀ ଓ ମଣ୍ଡି ସମସ୍ୟା ନେଇ ଗର୍ଜିଲା ଚାଷୀ ଏକତା ମଞ୍ଚ - ଧାନ ବିକ୍ରୟ ସମସ୍ୟା ନେଇ ବିକ୍ଷୋଭ ପ୍ରଦର୍ଶନ

ମଣ୍ଡି ଓ ଚାଷୀଙ୍କ ଧାନ ବିକ୍ରୟ ସମସ୍ୟା ନେଇ ବାଲେଶ୍ଵର ଚାଷୀ ଏକତା ମଞ୍ଚ ଓ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ବିକ୍ଷୋଭ। ଅଧିକ ପଢନ୍ତୁ

farmer protest i
farmer protest i
author img

By

Published : Jan 19, 2023, 6:06 PM IST

farmer protest i

ବାଲେଶ୍ବର: ବାଲେଶ୍ଵର ଚାଷୀ ଏକତା ମଞ୍ଚ ଓ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ମଣ୍ଡି ଓ ଚାଷୀଙ୍କ ଧାନ ବିକ୍ରୟ ସମସ୍ୟା ନେଇ ବିକ୍ଷୋଭ ପ୍ରଦର୍ଶନ । ସାଧାରଣତଃ ଚାଷୀ ଧାନଚାଷକୁ ଅମଳ କରିବା ଲାଗି ବିଭିନ୍ନ ପ୍ରକାର ଅର୍ଥ ଲଗାଣକାରୀ ସଂସ୍ଥାରୁ ଋଣ ଆଣି ଋଣଗ୍ରସ୍ତ ହୋଇଛନ୍ତି । ଏଥିସହ ପୁଣି ବିଭିନ୍ନ ଆବଶ୍ୟକତା ବାବଦକୁ ଖର୍ଚ୍ଚ ପାଇଁ ମଧ୍ୟ ଚାଷୀ ଧାନ ଅମଳ ପରେ ତାହାକୁ ବିକ୍ରିବଟା ଉପରେ ନିର୍ଭର କରିଥାଏ । କିନ୍ତୁ ବର୍ଷର ଅମଳ ଧାନ ବିକିବାରେ ଚାଷୀ ଅସୁବିଧା ଭୋଗୁଛନ୍ତି ।

ଚଳିତ ବର୍ଷ ସରକାରଙ୍କ ପକ୍ଷରୁ ଆବଶ୍ୟକ ସଂଖ୍ୟକ ମଣ୍ଡି ଖୋଲାଯାଇ ନଥିବାରୁ ଚାଷୀ ଧାନକୁ ସରକାରୀ ଦରରେ ବିକ୍ରି କରି ନ ପାରି ହଇରାଣ ହେଉଥିବା ଅଭିଯୋଗ ହୋଇଛି । ଏହାର ସୁଯୋଗରେ ଦଲାଲ୍ ଓ ବେପାରୀମାନେ ବର୍ତ୍ତମାନ ମାଲାମାଲ ହେଉଛନ୍ତି । ଚାଷୀଙ୍କଠୁ ଧାନ ଧାର୍ଯ୍ୟ ଦରଠାରୁ କ୍ୱିଣ୍ଟାଲ୍ ପିଛା ୧୩/୧୪ ଶହ ଟଙ୍କାରେ ଧାନ କିଣି ପ୍ରଚଣ୍ଡ ମୁନାଫା ପାଉଛନ୍ତି ଦଲାଲ । ଏଥିପାଇଁ ସଂଗଠନ ପକ୍ଷରୁ 5 ଦଫା ସମ୍ବଳିତ ଦାବିପତ୍ର ବାଲେଶ୍ଵର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରେରଣ କରାଯାଇଛି ।

ତେବେ ସଂଗଠନର ଦାବି ଗୁଡିକ ହେଉଛି , ଜିଲ୍ଲାରେ ଆବଶ୍ୟକ ସଂଖ୍ୟକ ମଣ୍ଡି ଖୋଲାଯାଇ ସମସ୍ତ ଚାଷୀଙ୍କ ଠାରୁ ସରକାରୀ ଧାର୍ଯ୍ୟ ଦର କ୍ବିଣ୍ଟାଲ୍ ପିଛା ୨୦୪୦ ଟଙ୍କାରେ ଧାନ କିଣାଯାଉ । ସମସ୍ତ ସେବା ସମବାୟ ସଂସ୍ଥା ଦ୍ୱାରା ଚାଷୀଙ୍କ ଠାରୁ ଧାନ କିଣିବାର ସୁବନ୍ଦୋବସ୍ତ କରାଯାଇ କଟନିଛଟନି ବନ୍ଦ କରିବା, ଦଲାଲ୍, ବାହ୍ୟ ବେପାରୀଙ୍କ ଶୋଷଣ କବଳରୁ ଚାଷୀଙ୍କୁ ରକ୍ଷା କରାଯାଉ, ସ୍ଵାମୀନାଥନ୍ କମିଶନରଙ୍କ ରିପୋର୍ଟକୁ ତୁରନ୍ତ କାର୍ଯ୍ୟକାରୀ କରିବା ସହ ଚାଷୀଙ୍କୁ ତାର ଉତ୍ପାଦିତ ଫସଲର ମୂଲ୍ୟ ଦେଢ଼ଗୁଣା ଦର ପ୍ରଦାନ କରାଯାଉ, ବିଭିନ୍ନ ବ୍ଲକରେ ସରକାରୀ ଶୀତଳଭଣ୍ଡାର ତୁରନ୍ତ ନିର୍ମାଣ କରାଯାଇ ପନିପରିବାର ଅଭାବୀ ବିକ୍ରି ସମସ୍ୟାର ସମାଧାନ କରାଯାଉ । ଏହାସହ ସମସ୍ତ ଚାଷୀଙ୍କ ପାଇଁ ବିଜୁଳି କର ଓ ଜଳ କର ଛାଡ କରାଯାଉ ଭଳି ଦାବି ଉପସ୍ଥାପନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ- କୁସ୍ତି ମହାସଂଘ ସଭାପତିଙ୍କ ନାମରେ ଯୌନ ଶୋଷଣ ଅଭିଯୋଗ, ଜବାବ ମାଗିଲା SAI

ତେବେ ଏନେଇ ଚାଷୀ ଏକତା ମଞ୍ଚର ସଭାପତି ଅରୁଣ ଜେନା କହିଛନ୍ତି, "ଜିଲ୍ଲାରେ ଆବଶ୍ୟକ ସଂଖ୍ୟାରେ ମଣ୍ଡି ଖୋଲାଯାଉ। ସେବା ସମବାୟରେ ଧାନ କିଣିବାର ସ୍ବଚ୍ଛତା ଆଣିବା, ସରକାରୀ ଧାର୍ଯ୍ୟ ଦର କ୍ବିଣ୍ଟାଲ୍ ପିଛା ୨୦୪୦ ଟଙ୍କାରେ ଧାନ କିଣାଯାଉ । ଚାଷୀକୁ ତାର ହକ ମିଳିବା ସହ ଉପଯୁକ୍ତ ମୂଲ୍ୟ ମିଳୁ। ତେବେ ଏହି ସମସ୍ତ ଦାବି ନେଇ ଆଜି ବିକ୍ଷୋଭ କରିବା ସହ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଆମେ ଦାବିପତ୍ର ପ୍ରଦାନ କରୁଛୁ । ଏହି ଲମ୍ବା ଲଢେି ଚାଲିଛି ଏବଂ ଚାଲିବ ମଧ୍ୟ ଯେପର୍ଯ୍ୟନ୍ତ ଚାଷୀ ତାର ହକ ନ ପାଇଛି ।"

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.