ବାଲେଶ୍ବର: ଫେସବୁକରୁ ଆରମ୍ଭ ହେଲା ପ୍ରେମ । ଆଉ ନିଜ ପ୍ରେମିକାକୁ ଦେଖା କରିବାକୁ ଆସି ଫସିଲେ ମୁମ୍ବାଇର ଯୁବକ । ବାଲେଶ୍ଵର ଉପଜିଲ୍ଲାପାଳ କାର୍ଯ୍ୟାଳୟ ନିକଟରୁ ପ୍ରେମୀଯୁଗଳଙ୍କୁ ଉଦ୍ଧାର କରିଛି ସହଦେଵଖୁଣ୍ଟା ଥାନା ପୋଲିସ ।
ମିଳିଥିବା ସୂଚନା ଅନୁସାରେ, ରେମୁଣା ଅଞ୍ଚଳର ଜନୈକ ଯୁବତୀ ଓ ମୁମ୍ବାଇର ଏହେମ୍ମଦ ଖାନଙ୍କ ମଧ୍ୟରେ ଫେସବୁକରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଯୁବକ ଜଣଙ୍କ ମୁମ୍ବାଇରୁ ଆସି ଯୁବତୀଙ୍କୁ ଦେଖା କରୁଥିବାବେଳେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସନ୍ଦେହ ଉପୁଜିଥିଲା । ପରେ ପୋଲିସକୁ ଖବର ଦେବା ପରେ ପୋଲିସ ଉଭୟଙ୍କୁ ଥାନାକୁ ନେଇଥିବା ଜଣାପଡିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତିନାୟକ, ଇଟିଭି ଭାରତ