ବାଲେଶ୍ୱର: ଶାଳୀକୁ ଅଶାଳୀନ ମନ୍ତବ୍ୟ ଦେଇ ନିର୍ଧୁମ ଛେଚା ଖାଇଲେ ସମର୍କୀୟ ଭିଣୋଇ । ରାସ୍ତାରେ ଯାଉଥିବା ବେଳେ ଶାଳୀକୁ ଅଶାଳୀନ ଇଙ୍ଗିତ କରିବା ଅଭିଯୋଗରେ ଶାଳୀ ସମେତ ସେଠାରେ ଥିବା ଲୋକେ ଭିଣୋଇକୁ ପିଟିବା ସହ ଥାନାରେ ଜିମା ଦେଇଛନ୍ତି । ବାଲେଶ୍ୱର ସହରର ଜିଲ୍ଲାସ୍କୁଲ ନିକଟରେ ଦେଖିବାକୁ ମିଳିଛି ଏଭଳି ଘଟଣା ।
ସୂଚନା ଅନୁସାରେ, ଫୁଲାଡି ଅଞ୍ଚଳର ଜୈନିକା ଯୁବତୀ କୌଣସି କାମରେ ସାଇକେଲ ଯୋଗେ ଯାଉଥିଲେ । ଏହି ସମୟରେ ଯୁବତୀଙ୍କ ସମ୍ପର୍କୀୟ ଭିଣୋଇ ତାଙ୍କୁ ଦେଖି ଅଶାଳୀନ ମନ୍ତବ୍ୟ ଦେଇଥିଲେ । ଏନେଇ ଯୁବତୀ ଜଣଙ୍କ ଚିଡି ଯାଇ ଭିଣୋଇକୁ ପିଟିଥିଲେ ।
ଘଟଣା ପରେ ସେଠାରେ ଲୋକଙ୍କ ଭିଡ଼ ଜମିଯାଇଥିଲା । ସ୍ଥାନୀୟ ଲୋକେ ପ୍ରକୃତ କଥା ଜାଣିବା ପରେ ସେମାନେ ମଧ୍ୟ ଭିଣୋଇଙ୍କୁ ନିର୍ଧୁମ ଛେଚିଥିଲେ । ଏହାପରେ ଅଭିଯୁକ୍ତଙ୍କୁ ସେମାନେ ପୋଲିସ ଜିମା ଦେଇଥିବା ଜଣାପଡିଛି ।
ବାଲେଶ୍ୱରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ