ବାଲେଶ୍ୱର: ସୋର ଥାନା ଅଞ୍ଚଳରେ ପୁଣି ଏଟିଏମ ଲୁଟ ହୋଇଥିବା ଜଣାପଡିଛି । ବାରମ୍ବାର ଲୁଟେରାମାନେ ଏଟିଏମ ତାଡି ଟଙ୍କା ଲୁଟି ନେଉଥିବାବେଳେ ପୋଲିସର କାର୍ଯ୍ୟଦକ୍ଷତା ଉପରେ ସାଧାରଣ ଲୋକ ପ୍ରଶ୍ନ ଉଠାଇଛନ୍ତି ।
ସୋର ଥାନା ମାଣିପୁର ବଜାରର ସେଣ୍ଟ୍ରାଲ ବ୍ଯାଙ୍କ ଏଟିଏମକୁ ଲୁଟେରାମାନେ ଲୁଟି ନେଇଥିବା ଦେଖିବାକୁ ମିଳିଛି । ଏଟିଏମକୁ ସାବଳରେ ତଡାଯାଇ ଲୁଟ ହୋଇଛି । ଏଟିଏମରୁ କେତେ ଟଙ୍କା ଲୁଟ ହୋଇଛି ତାହା ଜଣାପଡିନାହିଁ । ସୋର ପୋଲିସ ଖବର ପାଇ ଏଟିଏମର ସଟର ପକାଇଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ