ETV Bharat / state

ବଢ଼ୁଛି ଲୁଟପାଟ, ଗହଣା ଦୋକାନ ସଟର କାଟି ଲୁଟିନେଲେ ସୁନାରୂପା

author img

By

Published : Mar 31, 2023, 8:14 PM IST

ବାଲେଶ୍ବରରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଲୁଟପାଟ । ଜିଲ୍ଲାର ଖଇରା ଥାନା ଅଧିନ ତୁଡ଼ିଗଡ଼ିଆ ବଜାରରେ ଥିବା ଏକ ଗହଣା ଦୋକାନରୁ ବିଳମ୍ବିତ ରାତିରେ ସିସିଟିଭି ଭାଙ୍ଗି ସୁନା ଅଳଙ୍କାର ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ

ଗହଣା ଦୋକାନ ସଟର କାଟି ଲୁଟିନେଲେ ସୁନାରୂପା
ଗହଣା ଦୋକାନ ସଟର କାଟି ଲୁଟିନେଲେ ସୁନାରୂପା
ଗହଣା ଦୋକାନ ସଟର କାଟି ଲୁଟିନେଲେ ସୁନାରୂପା

ବାଲେଶ୍ୱର: ଜିଲ୍ଲାର ଖଇରା ଥାନା ଅଞ୍ଚଳରେ ଦିନକୁ ଦିନ ଚୋରି ସାଙ୍ଗକୁ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି । ଜିଲ୍ଲାରେ ପୋଲିସ ତତ୍ପର ଥିବାବେଳେ ଖଇରା ପୋଲିସକୁ ବାରମ୍ବାର ଅପରାଧିମାନେ ଚ୍ୟାଲେଞ୍ଜ ଦେଉଥିବା ଦେଖିବାକୁ ମିଳିଛି । ଠିକ ସେହିଭଳି ଖଇରା ଥାନା ଅଧିନ ତୁଡ଼ିଗଡ଼ିଆ ବଜାରରେ ଥିବା ଏକ ଗହଣା ଦୋକାନରୁ ଗୁରୁବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ସିସିଟିଭି ଭାଙ୍ଗି ସୁନା ଅଳଙ୍କାର ଚୋରି କରି ନେଇଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ, ତୁଡ଼ିଗଡ଼ିଆ ବଜାରରେ ଥିବା ପଦ୍ମଲୋଚନ ଜୁଏଲାରୀ ନାମକ ଏକ ଗହଣା ଦୋକାନରୁ ଗତକାଲି(ଗୁରୁବାର) ବିଳମ୍ବିତ ରାତିରେ ଦୁର୍ବୁତ୍ତମାନେ ସଟର କାଟି ଲୁଟି ନେଇଛନ୍ତି ଲକ୍ଷାଧିକ ଟଙ୍କାର ଅଳଙ୍କାର ସମେତ ନଗଦ ଟଙ୍କା । ଖଇରା ବ୍ଲକ ତୁଡ଼ିଗଡିଆ ବଜାରରେ କୁଲୁଣିଆ ଗ୍ରାମର ସୌଭାଗ୍ୟ ସାହୁ ଏହି ଜୁଏଲାରୀ ଦୋକାନ କରିଥିଲେ । ଗୁରିବାର ବିଳମ୍ବିତ ରାତିରେ ଦୋକାନ ମାଲିକ ସୌଭାଗ୍ୟ ରଞ୍ଜନ ସାହୁ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । ଆଜି (ଶୁକ୍ରବାର) ସକାଳେ ଦୋକାନ ଖୋଲିବାକୁ ଆସିଥିବା ବେଳେ ଦୋକାନ ସଟର ଓ ସିସିଟିଭି କ୍ୟାମେରା ଭାଙ୍ଗିଥିବା ଦେଖିବାକୁ ପାଇଥିଲେ । ଏହା ସହିତ ଦୋକାନରୁ ଅନେକ ସୁନାରୂପା ଅଳଙ୍କାର ଲୁଟ ହୋଇଥିବା ଦେଖିବାକୁ ପାଇଥିଲେ । ତେବେ ଗତ କିଛିଦିନ ଧରି ଉକ୍ତ ଅଞ୍ଚଳରେ ବାରମ୍ବାର ଚୋରି ଡକାୟତି ହେଉଥିବାରୁ ସ୍ଥାନୀୟ ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଅନ୍ୟପଟେ ଖଇରା ପୋଲିସ ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

ଏଠି ପ୍ରକାଶ ଥାଉକି, ଗତ ମାର୍ଚ୍ଚ ୧୯ ତାରିଖରେ ଖଇରା ଥାନା ଅଧିନ ମିଟୁଆଣି ଭଞ୍ଜପଦା ଗ୍ରାମର ସୁଦର୍ଶନ ପାଣିଗ୍ରାହୀଙ୍କ ଘରେ ଲୁଟେରାମାନେ ପଶି ଲୁଟ କରିଥିବା ଅଭିଯୋଗ ହୋଇଥିଲା । ସୁଦର୍ଶନ କୌଣସି କାମରେ ଦିନ ଦ୍ବିପ୍ରହରରେ ଖଇରା ବଜାରକୁ ଯାଇଥିଲେ । ବଜାର କାମରେ ସୁଦର୍ଶନ ବ୍ୟସ୍ତ ଥିବାବେଳେ ଘରେ ଏକୁଟିଆ ତାଙ୍କର ବୋହୁ ଘରକାମରେ ବ୍ୟସ୍ତ ଥିଲେ । ଏହି ସମୟରେ କିଛି ଲୁଟେରା ଭଦ୍ର ବେଶରେ ଆସି ସୁଦର୍ଶନଙ୍କ ଘରେ ଏକୁଟିଆ ଥିବା ତାଙ୍କ ବୋହୁ ଦୀପ୍ତିରେଖାଙ୍କୁ ପାଣି ପିଇବା ପାଇଁ ମାଗିଥିଲେ । ପାଣି ଦେବାପାଇଁ ଦୀପ୍ତିରେଖା ଘର ଭିତରକୁ ଯାଇଥିଲେ । ଘର ଭିତରୁ ପାଣି ନେଇ ଦୀପ୍ତିରେଖା ଆସିବା ବେଳକୁ ୫ରୁ ଅଧିକ ଲୁଟେରା ହଠାତ ଜୋର ଜବରଦସ୍ତ ଭାବେ ତାଙ୍କ ଘର ଭିତରକୁ ପଶି ଯାଇଥିଲେ ।

ଦୀପ୍ତିରେଖା ଲୁଟେରାମାନଙ୍କୁ ବିରୋଧ କରିଥିଲେ । ମାତ୍ର ଲୁଟେରାମାନେ ଦୀପ୍ତିରେଖାଙ୍କୁ ଏକ ବାଡ଼ିରେ ଆକ୍ରମଣ କରିଥିଲେ । ଆକ୍ରମଣ ଯୋଗୁଁ ଦୀପ୍ତିରେଖା ଆହତ ହେବାସହ ଭୟରେ କିଛି କହି ପାରିନଥିଲେ । ପରେ ଲୁଟେରାମାନେ ଦୀପ୍ତିରେଖାଙ୍କ ହାତ ଗୋଡ଼ ଓ ମୁହଁକୁ ଶାଢୀରେ ବାନ୍ଧି ଦେଇ ତାଙ୍କୁ ଏକ ପ୍ରକାର ଚୁପ କରାଇଥିଲେ । ଶାଢୀରେ ବାନ୍ଧି ଦୀପ୍ତିରେଖାଙ୍କୁ ଲୁଟେରାମାନେ ଏକ ଭୁଜାଲିରେ ଆକ୍ରମଣ କରିବା ସହ ତାଙ୍କୁ ଲହୁଲୁହାଣ କରି ପକାଇଥିଲେ । ଆହତ ଅବସ୍ଥାରେ ଦୀପ୍ତିରେଖା କିଛି କରି ପାରୁନଥିବା ବେଳେ ଲୁଟେରାମାନେ ଘର ଭିତରକୁ ପଶି ୧୦ ଭରିର ସୁନା ଅଳଙ୍କାର ଓ ଟଙ୍କା ନେଇ ସେଠାରୁ ଫେରାର ହୋଇ ଯାଇଥିଲେ । ଦୀପ୍ତିରେଖାଙ୍କୁ ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଏମିତି ଲୁଟପାଟ ଚାଲିଥିବା ବେଳେ ଖଇରା ପୋଲିସର କାର୍ଯ୍ୟଦକ୍ଷତା ଉପରେ ଏବେ ଆଙ୍ଗୁଳି ଉଠିବା ଆରମ୍ଭ ହେଲାଣି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.