ETV Bharat / state

ରାଜ୍ୟସ୍ତରୀୟ ବ୍ୟଙ୍ଗ ଚିତ୍ର ପ୍ରଦର୍ଶନୀରେ ଦୀର୍ଘତମ ବ୍ୟାନର ପ୍ରଦର୍ଶିତ - ବାଲେଶ୍ବର ବ୍ୟଙ୍ଗଚିତ୍ର ଭୁବନେଶ୍ୱରରେ ପ୍ରଦର୍ଶିତ

ଓଡ଼ିଶା କାର୍ଟୁନ ଏକାଡେମୀ ତରଫରୁ ଓଡ଼ିଶାର ପ୍ରମୁଖ ୧୬ ଜଣ ବ୍ୟଙ୍ଗ ଚିତ୍ରକରଙ୍କ ମୋଟ ପ୍ରାୟ ୧୨୨ଟି ଚର୍ଚ୍ଚିତ ଓ ତୀର୍ଯ୍ୟକ ବ୍ୟଙ୍ଗଚିତ୍ର ଭୁବନେଶ୍ୱର ଜୟଦେବ ଭବନର ପ୍ରଦର୍ଶନୀ ହଲରେ ପ୍ରଦର୍ଶିତ ହୋଇଛି । ଅଧିକ ପଢନ୍ତୁ

ରାଜ୍ୟସ୍ତରୀୟ ବ୍ୟଙ୍ଗ ଚିତ୍ର ପ୍ରଦର୍ଶନୀରେ ଦୀର୍ଘତମ ବ୍ୟାନର ପ୍ରଦର୍ଶିତ

author img

By

Published : May 12, 2022, 10:18 PM IST

ବାଲେଶ୍ବର: ଓଡ଼ିଶା କାର୍ଟୁନ ଏକାଡେମୀ ତରଫରୁ ଓଡ଼ିଶାର ପ୍ରମୁଖ ୧୬ ଜଣ ବ୍ୟଙ୍ଗ ଚିତ୍ରକରଙ୍କ ମୋଟ ପ୍ରାୟ ୧୨୨ଟି ଚର୍ଚ୍ଚିତ ଓ ତୀର୍ଯ୍ୟକ ବ୍ୟଙ୍ଗଚିତ୍ର ଭୁବନେଶ୍ୱର ଜୟଦେବ ଭବନର ପ୍ରଦର୍ଶନୀ ହଲରେ ପ୍ରଦର୍ଶିତ ହୋଇଛି । ଏଥିରେ ବାଲେଶ୍ଵରର ଶିଳ୍ପୀ କେଶୁ ଦାସଙ୍କ ଓଡ଼ିଶାର ଦୀର୍ଘତମ ଭାରତ ସ୍ବାଧୀନତାର ସୁବର୍ଣ୍ଣ ଜୟନ୍ତୀ କାର୍ଟୁନ ବ୍ୟାନର ଓ ଭାରତ ସ୍ବାଧୀନତାର ଅମୃତ ମହୋତ୍ସବ କାର୍ଟୁନ ପ୍ରଦର୍ଶିତ ହୋଇଥିଲା । ଯାହା ଦର୍ଶକ ମାନଙ୍କୁ ବେଶ ଆକୃଷ୍ଟ କରିଥିଲା ।

ଭାରତ ସ୍ବାଧୀନତାର ‘ଅମୃତ ମହୋତ୍ସବ’ର ୧୫x୩ ଲମ୍ବର ଦୀର୍ଘ ବ୍ୟାନରରେ ୧୧୬ ଜଣ ବ୍ୟକ୍ତିଙ୍କର ବ୍ୟଙ୍ଗଚିତ୍ର ରହିଛି । ଗୋଟିଏ ବ୍ୟଙ୍ଗଚିତ୍ରକୁ ସ୍କେଚ କରିବା ପାଇଁ ୫/୬ ମିନିଟ ଲାଗିଛି ଓ ରଙ୍ଗ ଭରିବାକୁ ମଧ୍ୟ ୫/୬ ମିନିଟ । ପ୍ରାୟ ୧୨୦୦ ମିନିଟ ଲଗିଥିବା ବେଳେ ଶେଷସ୍ପର୍ଶ ଦେବାକୁ ୪ ଘଣ୍ଟା ଲାଗିଛି, ସର୍ବମୋଟ ଗୋଟିଏ ଦିନ ହିଁ ଲାଗିଛି । ଦିନକୁ ପ୍ରାୟ ଦୁଇ ଘଣ୍ଟା କରି ମୋଟ ୧୨ ଦିନ ସମୟ ଲାଗିଛି । ଏଥିପାଇଁ ମୋଟ ଖର୍ଚ୍ଚ ୫ ହଜାର ଟଙ୍କା ହୋଇଛି । ସେହିପରି ୨୫ ବର୍ଷ ତଳେ ଭାରତ ସ୍ବାଧୀନତାର ସୁବର୍ଣ୍ଣ ଜୟନ୍ତୀ ଅବସରରେ କାର୍ଟୁନ ବ୍ୟାନରଟି ୩୦x୩ ଫୁଟ ଲମ୍ବ ହୋଇଥିବା ବେଳେ ଭାରତର ୧୪୦ ଜଣ ଚର୍ଚ୍ଚିତ ଦିଗ୍ୟଜ ବ୍ୟକ୍ତିଙ୍କ ବ୍ୟଙ୍ଗଚିତ୍ର ରହିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.