ETV Bharat / state

ମାଲିକର ଗାଡି ଚୋରି କଲେ, ସଜାଡିବା ପାଇଁ ମାଲିକ ପାଖରେ ଆଣି ପହଞ୍ଚିଲେ

ବାଇକ ଚୋରି କରି ନିଜେ ନିଜକୁ ଅସଲି ମାଲିକ ହାତରେ ଧରା ପକାଇଲେ । ଆଉ ତା ପରେ ସ୍ଥାନୀୟ ଲୋକଙ୍କ ଠାରୁ ଖାଇଲେ ଉତ୍ତମ ମଧ୍ୟମ । ଏଭଳି ଏକ ଅଭାବନୀୟ ଘଟଣା ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

author img

By

Published : Apr 19, 2022, 2:24 PM IST

ଚୋରି କଲେ ଯାହା ବାଇକ, ସଜାଡ଼ିବା ପାଇଁ ଡାକିଲେ ତାକୁ

ବାଲେଶ୍ବର: ଜିଲ୍ଲା ସିଂଲା ଥାନା ଦୁଣ୍ଡକୁଣ୍ଡ ଗ୍ରାମରେ ଦୁଇଜଣ ବାଇକ ଚୋରଙ୍କୁ ଗଛରେ ବାନ୍ଧି ମାଡ଼ ମାରିଲେ ସ୍ଥାନୀୟ ଲୋକେ । ଏହି ଚୋରମାନେ ଯାହା ବାଇକକୁ ଚୋରି କରିଥିଲେ ମରାମତି ପାଇଁ ଉକ୍ତ ବ୍ୟକ୍ତି ମେକାନିକ ଭାବେ ଡାକିଥିଲେ । ଏହାପରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଚୋରଙ୍କୁ ଧରି ଉତ୍ତମ ମଧ୍ୟମ ଦେଇଛନ୍ତି ମେକାନିକ ବା ଗାଡ଼ିର ଅସଲି ମାଲିକ । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁସାରେ, ଗତ ରାତିରେ ଦୁଇ ଜଣ ଯୁବକ ଦଣ୍ଡକୁଣ୍ଡ ଗ୍ରାମର ବାଇକ ମେକାନିକ ମଣ୍ଟୁ ସିଂଙ୍କ ବୁଲେଟ ଗାଡି ଚୋରି କରି ନେଇ ଯାଉଥିବାବେଳେ ନାବରା ଛକ ନିକଟରେ ବୁଲେଟଟି ବନ୍ଦ ହୋଇଯାଇଥିଲା । ଚୋର ୨ ଜଣ ସ୍ଥାନୀୟ ଲୋକଙ୍କ ଠାରୁ ମେକାନିକଙ୍କ ନମ୍ବର ଆଣି ଫୋନ ଯୋଗେ ଯୋଗାଯୋଗ କରିଥିଲେ । ମେକାନିକ ଜଣକ ପହଞ୍ଚି ଗାଡି ଦେଖି ଅବାକ ହୋଇଯାଇଥିଲେ । କାରଣ ଗାଡିଟି ହେଉଛି ସେହି ମେକାନିକ ମଣ୍ଟୁ ସିଂଙ୍କର । ସେ ସଂଗେ ସଂଗେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଦୁଇ ଜଣ ଯୁବକଙ୍କୁ ଅଟକ ରଖିଥିଲେ । ଗ୍ରାମବାସୀ ପହଞ୍ଚି ଦୁଇ ଚୋରଙ୍କୁ ଗଛରେ ବାନ୍ଧି ଉତ୍ତମ ମଧ୍ୟମ ଦେଇଥିବା ଦେଖିବାକୁ ମିଳିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.