ETV Bharat / state

ରୋଡ଼ ରୋମିଓକୁ ସାବାଡ଼ କଲେ ଛାତ୍ରୀ ଓ ମହିଳା, ବାରମ୍ବାର କରୁଥିଲା ଅଶ୍ଳୀଳ ଇଙ୍ଗିତ - ରୋଡ଼ ରୋମିଓକୁ ସାବାଡ଼ କଲେ ଛାତ୍ରୀ

ଦୀର୍ଘଦିନ ଧରି କଲେଜ ଛାତ୍ରୀଙ୍କୁ ହଇରାଣ ହରକତ କରୁଥିବା ଜଣେ ରୋଡ୍ ସାଇଟ୍ ରୋମିଓକୁ ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟବାସୀ । ଅଧିକ ପଢନ୍ତୁ

ରୋଡ଼ ରୋମିଓକୁ ସାବାଡ଼ କଲେ ଛାତ୍ରୀ ଓ ମହିଳା, ବାରମ୍ବାର କରୁଥିଲା ଅଶ୍ଳୀଳ ଇଙ୍ଗିତ

author img

By

Published : Aug 4, 2022, 10:02 PM IST

ବାଲେଶ୍ଵର: ଜିଲ୍ଲା ଜଳେଶ୍ବର ଥାନା ବାଘାବଳୀ ଛକ ନିକଟରେ ଜଣେ ରୋଡ଼ ସାଇଟ୍ ରୋମିଓକୁ ଉତ୍ତମ ମଧ୍ୟମ ଦେଇଛନ୍ତି ସ୍ଥାନୀୟବାସୀ । ଯୁବକଙ୍କୁ କାବୁ କରି ସ୍ଥାନୀୟବାସୀ ଉତ୍ତମ ମଧ୍ୟମ ଦେଉଥିବା ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯୁବକ ଜଣକ କଲେଜ ଛାତ୍ରୀଙ୍କୁ ରାସ୍ତାରେ ଅଟକାଇ ଅଶ୍ଳୀଳ ଇଙ୍ଗିତ କରୁଥିବା ଅଭିଯୋଗ ହୋଇ ଆସୁଥିଲା ।

ରୋଡ଼ ରୋମିଓକୁ ସାବାଡ଼ କଲେ ଛାତ୍ରୀ ଓ ମହିଳା, ବାରମ୍ବାର କରୁଥିଲା ଅଶ୍ଳୀଳ ଇଙ୍ଗିତ

4 ଜଣ କଲେଜ ଛାତ୍ରୀ କ୍ଲାସ ସାରି ଘରକୁ ଫେରିବା ବେଳେ ଯୁବକ ଜଣଙ୍କ ଛାତ୍ରୀମାନଙ୍କୁ ରାସ୍ତାରେ ଅଟକାଇ ଅଶ୍ଳୀଳ ଇଙ୍ଗିତ କରିଥିଲା । ଛାତ୍ରୀମାନେ ଭୟରେ କାନ୍ଦୁଥିବା ବେଳେ ସେହିବାଟ ଦେଇ ଯାଉଥିବା ଜଣେ ଅଙ୍ଗନବାଡ଼ି କର୍ମୀ ଛାତ୍ରୀମାନଙ୍କୁ ସାହସ ଦେଇ ମିଳିମିଶି ତାକୁ କାବୁ କରିନେଇଥିଲେ । ଉଭୟ ମିଶି ଉକ୍ତ ଯୁବକକୁ ଉତ୍ତମ ମଧ୍ୟମ ଦେବା ସହ ପୋଲିସ ଜିମାରେ ଦେଇଥିବା ଜଣାପଡିଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.