ETV Bharat / state

ବ୍ୟବସାୟୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ମଦ ମାଫିଆ, ଜାଗା ଭାଗବଣ୍ଟାକୁ ନେଇ ଆକ୍ରମଣ ! - ଜାଗା ଭାଗବଣ୍ଟାକୁ ନେଇ ଆକ୍ରମଣ

ମଦ ମାଫିଆମାନଙ୍କ ଆକ୍ରମଣର ଶିକାର ହୋଇଛନ୍ତି ଜଣେ ମଦ ବ୍ୟବସାୟୀ । ଆକ୍ରମଣ ଯୋଗୁ 2 ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

businessman allegedly stabbed
ବ୍ୟବସାୟୀଙ୍କୁ ମଦ ମାଫିଆଙ୍କ ଆକ୍ରମଣ
author img

By ETV Bharat Odisha Team

Published : Sep 10, 2023, 7:20 PM IST

ବ୍ୟବସାୟୀଙ୍କୁ ମଦ ମାଫିଆଙ୍କ ଆକ୍ରମଣ

ବାଲେଶ୍ୱର: ଦିନ ଦ୍ବିପ୍ରହରରେ ବୁଲିଲା ଖଣ୍ଡା । ମଦ ମାଫିଆମାନଙ୍କ ଆକ୍ରମଣର ଶିକାର ହୋଇଛନ୍ତି ଜଣେ ମଦ ବ୍ୟବସାୟୀ । ସୋର ଥାନା ଆଇସ ଫ୍ୟାକ୍ଟ୍ରି ଛକରେ ଥିବା ଦେଶୀ ମଦ ଦୋକାନ ଆଗରେ ହିଁ ବ୍ୟବସାୟୀଙ୍କୁ ଖଣ୍ଡାରେ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି ମଦ ମାଫିଆ । ଆକ୍ରମଣରେ 2 ଜଣ ଗୁରୁତର ହୋଇଥିବା ଜଣାପଡିଛି । ସେମାନଙ୍କୁ ପ୍ରଥମେ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁସାରେ, ଖଣ୍ଡାସାହି ଗ୍ରାମର ଗଣେଶ ସିଂ ମଦ ବ୍ୟବସାୟ କରୁଥିବାବେଳେ କୌଣସି ଏକ କାମରେ ଆସି ମଦ ଦୋକାନ ସମ୍ମୁଖରେ ଛିଡ଼ା ହୋଇଥିଲେ । ସେହି ସମୟରେ ପୁରୁଣା ବାଲେଶ୍ୱର ଅଞ୍ଚଳର 2 ଜଣ ମଦ ମାଫିଆ ଅତର୍କିତ ଭାବରେ ଆସି ଗଣେଶ ସିଂଙ୍କୁ ଆକ୍ରମଣ କରିଥିଲେ । ଫଳରେ ଗଣେଶଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି। ଏପରିକି ଗଣେଶଙ୍କ କାନ ମଧ୍ୟ ସମ୍ପୂର୍ଣ୍ଣ ଭାବେ କଟି ଯାଇଛି । ଖାଲି ସେତିକି ନୁହେଁ, ସେଠାରେ ଉପସ୍ଥିତ ଥିବା ଅନ୍ୟ ଜଣେ ଯୁବକ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି ।

ଏହା ବି ପଢନ୍ତୁ...ମଦ ମାଫିଆଙ୍କ ଉପରେ ଚଢ଼ାଉ ବେଳେ ପୋଲିସ ଅଧିକାରୀଙ୍କୁ ଆକ୍ରମଣ, ୪ ଗିରଫ

ତେବେ ମାଫିଆଙ୍କ ଆକ୍ରମଣରେ ଶିକାର ହୋଇ ଗଣେଶ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ବର୍ତ୍ତମାନ ଅବସ୍ଥା ସଙ୍କଟାପନ୍ନ ରହିଛି । ଘଟଣାସ୍ଥଳରେ ଉପସ୍ଥିତ ଥିବା ଅନ୍ୟ ଯୁବକ ଜଣକ ମଧ୍ୟ ଗୁରୁତର ହୋଇଛନ୍ତି । ଆକ୍ରମଣ ଫଳରେ ଯୁବକଙ୍କର ହାତ ମଧ୍ୟ କଟିଯାଇଛି । ଗୁରୁତର ଅବସ୍ଥାରେ ଉଭୟଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

ଏହା ବି ପଢନ୍ତୁ...ରାଜଧାନୀରେ ରାତି ଅଧରେ ବୁଲିଲା ଖଣ୍ଡା, ଶିଶୁପାଳଗଡ଼ରେ ପୁରୀ-ଭୁବନେଶ୍ବର ରାସ୍ତା ଅବରୋଧ

ଏହା ବି ପଢନ୍ତୁ...ପୁରୀରେ ପୁଣି ଦୁର୍ବୃତ୍ତଙ୍କ ଆତଙ୍କରାଜ, ବିଚ ରାସ୍ତାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ତେବେ ଦିନ ଦ୍ବିପ୍ରହରରେ ଏଭଳି ଆକ୍ରମଣ କରିବା ପଛର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ଆକ୍ରମଣ ପଛର ପ୍ରକୃତ କାରଣ ଜଣା ପଡିନଥିବା ବେଳେ ବେଆଇନ ଦେଶୀ ମଦ ବେପାରୀଙ୍କ ଏରିଆ ଭାଗ ବଣ୍ଟାକୁ ନେଇ ଏହି ଅପରାଧ ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି । ତେବେ ଜାଗା ଭାଗବଣ୍ଚା ହୋଇ ନପାରିବାରୁ ଏପରି ଘଟଣା ଘଟିଥିବା ଚର୍ଚ୍ଚା ହେଉଛି । ସୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବାଲେଶ୍ବରରେ ମଦ ମାଫିଆଙ୍କ ଆତଙ୍କ ଦିନକୁ ଦିନ ବଢ଼ିବାକୁ ଲାଗିଥିବାବେଳେ ଏଦିଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.