ETV Bharat / state

ବିପୁଳ ପରିମାଣର ମଦ ଜବତ, 9 ଗିରଫ - seized

ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ । ଏଥିସହିତ ୯ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଗିରଫଙ୍କ ମଧ୍ୟରେ 4 ଜଣ ମହିଳା ଓ 5 ଜଣ ପୁରୁଷ ଅଛନ୍ତି । ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Apr 8, 2019, 3:12 PM IST

ବାଲେଶ୍ବର: ରାଇବଣିଆ ଅଞ୍ଚଳରୁ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ ହୋଇଛି । ଏଥିସହିତ ୯ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଗିରଫଙ୍କ ମଧ୍ୟରେ 4 ଜଣ ମହିଳା ଓ 5 ଜଣ ପୁରୁଷ ଅଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସୂଚନାନୁସାରେ, ନିଶା କାରବାରର ଭୂସ୍ବର୍ଗ ପାଲଟିଥିବା ଜଳେଶ୍ବର ବ୍ଲକର ବିଭିନ୍ନ ଅଞ୍ଚଳରେ ସୋମବାର ସକାଳେ ଅବକାରୀ ବିଭାଗ ଅତର୍କିତ ଚଢାଉ କରିଥିଲା । ଜଳେଶ୍ବର, ବାଲେଶ୍ବର ଓ କଟକର ସ୍ବତନ୍ତ୍ର ଅବକାରୀ ବିଭାଗ ମିଳିତ ଭାବରେ ଏହି ଅଞ୍ଚଳରେ ଚଢାଉ କରିଥିଲା । ବାଲେଶ୍ବର ଅବକାରୀ ବିଭାଗର ଇନ୍ସପେକ୍ଟରଙ୍କ ତତ୍ବାବଧାନରେ 3ଟି ଟିମର ଚଢାଉ ଜାରି ରହିଥିଲା । ଚଢାଉ ବେଳେ ଦେଶୀ,ବିଦେଶୀ ମଦ ସହ ମଦ ତିଆରି ସାମଗ୍ରୀ ଜବତ ହୋଇଥିଲା । ଘଟଣାରେ ଗିରଫ 9 ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଆଗକୁ ନିର୍ବାଚନ ଥିବାରୁ ନିର୍ବାଚନୀ ଆଚରଣ ବିଧିକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି । ଚୋରା ମଦ ବେପାରୀଙ୍କ ଉପରେ ରୋକ କରାନଗଲେ ନିର୍ବାଚନରେ ବିଶୃଙ୍ଖଳା ସୃଷ୍ଟି ହେବା ନେଇ ସାଧାରଣରେ ମତ ପ୍ରକାଶ ପାଇଛି ।

ବାଲଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.