ETV Bharat / state

ବିଜୟଙ୍କ ଦେହାନ୍ତ ପରେ ଟିଭିକୁ ଚାହିଁ ରହିଛନ୍ତି ମା’

author img

By

Published : Jul 21, 2020, 2:26 PM IST

Updated : Jul 21, 2020, 6:10 PM IST

ବିଜୟଙ୍କ ମା ଶାନ୍ତିଲତା ବିଜୟଙ୍କ ଦେହାନ୍ତ ଖବର ଜାଣି ପାରିନାହାଁନ୍ତି। କେବଳ ଟିଭିକୁ ଜଳ ଜଳ କରି ଚାହିଁ ରହୁଛନ୍ତି ଓ ବିଜୟ ମୋ ପୁଅ ସେ ବହୁତ୍ ସିନେମା କରିଛି ବୋଲି ଗୁଣୁଗୁଣୁ ହେଉଛନ୍ତି।

ବିଜୟଙ୍କ ଦେହାନ୍ତ ପରେ ଟିଭିକୁ ଚାହିଁ ରହିଛନ୍ତି ମା, ମନେ ପକାଉଛନ୍ତି ପୁଅର ସିନେମାକୁ

ବାଲେଶ୍ବର: ପ୍ରଖ୍ୟାତ ଅଭିନେତା ବିଜୟ ମହାନ୍ତିଙ୍କ ସୋମବାର ରାତିରେ ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ପରେ ଚଳଚ୍ଚିତ୍ର ଜଗତ ତଥା କଳାକାର ମହଲରେ ଶୋକର କଳା ବାଦଲ ଘୋଟି ଯାଇଛି। ବାଲେଶ୍ଵର ଜିଲ୍ଲା ରେମୁଣାରେ ବିଜୟଙ୍କ ସାନଭାଇ ଓ ମା ରହୁଥିବା ବେଳେ ସେମାନେ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡିଛନ୍ତି।

ବିଜୟଙ୍କ ଦେହାନ୍ତ ପରେ ଟିଭିକୁ ଚାହିଁ ରହିଛନ୍ତି ମା’

ବିଜୟଙ୍କ ମା ଶାନ୍ତିଲତା ବିଜୟଙ୍କ ଦେହାନ୍ତ ଖବର ଜାଣି ପାରିନାହାଁନ୍ତି। କେବଳ ଟିଭିକୁ ଜଳ ଜଳ କରି ଚାହିଁ ରହୁଛନ୍ତି ଓ ମୋ ପୁଅ ବହୁତ୍ ସିନେମା କରିଛି ବୋଲି ଗୁଣୁଗୁଣୁ ହେଉଛନ୍ତି।

ବିଜୟ ମହାନ୍ତିଙ୍କ ଭାଇବୋହୂଙ୍କ କହିବା କଥା ସେ ୫ ମାସ ତଳେ ଘରକୁ ଆସିଥିଲେ। ସେ ଅସୁସ୍ଥ ଥିବା ବେଳେ ତାଙ୍କୁ ହାଇଦ୍ରାବାଦରେ ମଧ୍ୟ ଭେଟିଥିଲେ। ତେବେ ଦେହାନ୍ତ ଖବର ପାଇ ସାନଭାଇ ଓ ପୁତୁରା ଭୁବନେଶ୍ୱର ଯାଇଛନ୍ତି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Jul 21, 2020, 6:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.