ETV Bharat / state

ଲଗାଣ ବର୍ଷାରେ ରେଳ ଧାରଣାରୁ ଖସିଲା ମାଟି ଅତଡା, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଟ୍ରେନ - ବାଲେଶ୍ବର ରେଳ ଧାରଣାରୁ ଖସିଲା ମାଟି ଅତଡା

ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱରରେ ରେଳ ଧାରଣାରୁ ଖସିଲା ମାଟି ଅତଡା । ଅଳ୍ପକେ ହଟିଲା ବାହନଗା ରେଳ ଦୁର୍ଘଟଣାର ପୁନରାବୃତ୍ତି । ଅଧିକ ପଢ଼ନ୍ତୁ

ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱରରେ ରେଳ ଧାରଣାରୁ ଖସିଲା ମାଟି ଅତଡା

author img

By ETV Bharat Odisha Team

Published : Oct 4, 2023, 7:53 PM IST

ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱରରେ ରେଳ ଧାରଣାରୁ ଖସିଲା ମାଟି ଅତଡା

ବାଲେଶ୍ବର: ରେଳ ବିଭାଗର ପିଛି ଛାଡ଼ୁନି ଦୁର୍ଘଟଣା । ଅଳ୍ପକେ ଟଳିଲା ବଡ଼ ଧରଣ ରେଳ ଦୁର୍ଘଟଣା । ତେବେ ବାଲେଶ୍ବର ଜିଲ୍ଲା ଛାତିଥରା ବାହାନଗା ରଳ ଦୁର୍ଘଟଣା ପରଠାରୁ କେତେବେଳେ ଟ୍ରେନରେ ନିଆଁ ଲାଗିଲାଣି ତ ପୁଣି କେତେବେଳେ ଟ୍ରେନ ପ୍ଲାଟଫର୍ମ ଉପରେ ଚଢ଼ିଯିବା ଭଳି ଖବର ସାମ୍ନାକୁ ଆସିଛି । ତେବେ ଏବେ ବାଲେଶ୍ବରରେ ପୁଣିଥରେ ବାହାନଗାର ପୁନଃରାବୃତ୍ତି ହେବା ପୂର୍ବରୁ ଅଳ୍ପକେ ବର୍ତ୍ତିଗଲା ଦୁର୍ଘଟଣା ।

ତେବେ ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱର ନିଧିପଣ୍ଡା ନିକଟରେ ରେଳ ଧାରଣାରୁ ମାଟି ଅତଡା ଖସି ଯାଇଥିବା ଦେଖିବାକୁ ମିଳିଛି । ଠିକ ସମୟରେ ଟ୍ରେନ ପାଇଲଟଙ୍କୁ ଏନେଇ ଖବର ମିଳିବା ଯୋଗୁଁ ଏକ ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଛି । ଯାହାଦ୍ୱାରା ଡାଉନ ଲାଇନରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଏଥିପାଇଁ ଅନେକ ଗୁଡିଏ ପାସେଞ୍ଜର ଓ ମାଲବାହୀ ଟ୍ରେନ ବାତିଲ ହୋଇଥିବା ଜଣାପଡ଼ିଛି । ସେପଟେ ରେଳ ଚଳାଚଳ ସ୍ବାଭାବିକ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ରେଳ ଲାଇନ ମରାମତି କାର୍ଯ୍ୟ ଚାଲିଛି । ଏହାସହ ଡାଉନ ଲାଇନର ଏଭଳି ଅବସ୍ଥା କାରଣରୁ ଅପ୍‌ ଲାଇନ ଟ୍ରେନ ଗୁଡିକ ସ୍ପୀଡ଼ କମ କରି ଯାଉଥିବା ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ...Train Accident: ଦୁଇ ମାଲବାହୀ ଟ୍ରେନ ମୁହାଁମୁହିଁ ଧକ୍କା, 8 ବଗି ଲାଇନଚ୍ୟୁତ

ପ୍ରକାଶ ଥାଉକି, କିଛିଦିନ ତଳେ ଭଦ୍ରକରୁ ବାଲେଶ୍ଵର ଆସୁଥିବା ଏକ ମେମୁ ଟ୍ରେନ ନୀଳଗିରି ରୋଡ଼ ଷ୍ଟେସନ ନିକଟରେ କ୍ରସ ଓଭର ସମସ୍ୟା ଯୋଗୁଁ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲା । ପୁଣି ଥରେ ବାହାନଗା ରେଳ ଦୁର୍ଘଟଣାର ପୁନରାବୃତ୍ତି ହେବା ଆଗରୁ ଲୋକୋ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଟ୍ରେନରେ ଥିବା ଅନେକ ଲୋକଙ୍କ ଜୀବନ ବଞ୍ଚି ଯାଇଥିଲା । ତେବେ କ୍ରସ ଓଭର ବା ଇଣ୍ଟର ଲକିଂରେ ସମସ୍ୟା ଥିବା ଯୋଗୁଁ ଏକ ବିରାଟ ଦୁର୍ଘଟଣାର ସମ୍ମୁଖୀନ ହୋଇଥାନ୍ତା ମେମୁ ଟ୍ରେନ। ଆଉ ଟିକେ ଆଗକୁ ଯାଇଥିଲେ ପଏଣ୍ଟ ଫାଟି ଯାଇ ଅନେକ ଲୋକଙ୍କ ଜୀବନ ଯାଇଥାନ୍ତା । ହେଲେ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଦୁର୍ଘଟଣାରୁ ଅନେକ ଲୋକଙ୍କ ଜୀବନ ବଞ୍ଚି ଯାଇଥିଲା।

ତେବେ ଗତକାଲି ମଧ୍ୟ ତାମିଲନାଡୁର କାଞ୍ଚିପୁରମ ଓଲ୍ଡ ରେଳ ଷ୍ଟେସନ ନିକଟରେ ଗୋଟିଏ ମାଲବାହୀ ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଟ୍ରେନଟି ଲାଇନଚ୍ୟୁତ ହୋଇ ରାସ୍ତା ଉପରକୁ ମାଡ଼ିଯାଇଥିଲା । ତେବେ ଏଥିରେ ଦୁଇଜଣ ବାଇକ ଆରୋହୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସେପଟେ ଟ୍ରେନ ମାଡିଯିବା ଯୋଗୁଁ ଅନେକ ବାଇକ ଚୁରମାର ହୋଇଯାଇଛି । ଗାର୍ଡ ଓ ଲୋକ ପାଇଲଟଙ୍କ ମଧ୍ୟରେ ଯୋଗାଯୋଗର ଅଭାବ ଯୋଗୁଁ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.