ETV Bharat / state

ବିଳମ୍ବିତ ରାତିରେ ଠିକାଦାରଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ବାଲେଶ୍ବର ଜିଲ୍ଲା ଖନ୍ତାପଡା ଅଞ୍ଚଳରେ ଫାଲକନ ଚିଙ୍ଗୁଡି କମ୍ଫାନୀରେ କାର୍ଯ୍ୟରତ ଶ୍ରମିକ ଠିକାଦାରଙ୍କୁ ବିଳମ୍ବିତ ରାତିରେ ଗୋଡାଇ ଗୋଡାଇ ଭୁଜାଲିରେ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ ।

author img

By

Published : Sep 27, 2019, 6:55 PM IST

ଫଟୋ ସୌଜନ୍ୟ : ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ଖନ୍ତାପଡ଼ା ଥାନା ଅନ୍ତର୍ଗତ ପଣପଣା ଠାରେ ଜଣେ ଯୁବକଙ୍କୁ କିଛି ଦୁର୍ବୁତ୍ତ ଗୋଡ଼ାଇ ଗୋଡ଼ାଇ ଭୁଜାଲିରେ ହାଣି ଆକ୍ରମଣ କରିଛନ୍ତି । ଘଟଣାସ୍ଥଳରୁ ଉଦ୍ଧାର କରି ଗୁରୁତର ଯୁବକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ବାଲେଶ୍ବର

କସବା ଜୟପୁର ଗ୍ରାମର ଦିଲ୍ଲୀପ ଦାସ ଖନ୍ତାପଡ଼ା ସ୍ଥିତ ଫାଲକନ ଚିଙ୍ଗୁଡି କମ୍ପାନୀରେ ଠିକାଦାର ଭାବେ କାର୍ଯ୍ୟ କରନ୍ତି । ଦିଲ୍ଲୀପଙ୍କ ଶ୍ରମିକ ମାନେ ପଣପଣା ଠାରେ ଏକ ଭଡାଘରେ ରହୁଛନ୍ତି । ଗୁରୁବାର ବିଳମ୍ବିତ ରାତିରେ ଦିଲ୍ଲୀପ ଶ୍ରମିକଙ୍କ ସୁବିଧା ଅସୁବିଧା ବୁଝିବା ପାଇଁ ଶ୍ରମିକମାନଙ୍କ ପାଖକୁ ଯାଇଥିଲେ । ସେଠାରୁ ବାହାରିବା ପରେ କିଛି ଦୁର୍ବୃତ୍ତ ତାଙ୍କୁ ଅନ୍ଧାରରେ ଗୋଡ଼ାଇ ଗୋଡ଼ାଇ ଭୁଜାଲିରେ ହାଣିଥିଲେ । ଦିଲ୍ଲୀପଙ୍କ ଗୋଡ଼, ହାତ ଓ ପେଟରେ ଗଭୀର କ୍ଷତ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି ।

ଘଟଣାସ୍ଥଳରୁ ଦିଲ୍ଲୀପଙ୍କୁ ଉଦ୍ଧାର କରି ପ୍ରଥମେ ଖନ୍ତାପଡ଼ା ମେଡିକାଲ ଓ ପରେ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଏନେଇ ଖନ୍ତାପଡ଼ା ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ପୂର୍ବ ଶତ୍ରୁତାକୁ ନେଇ ଏମିତି ଘଟଣା ଘଟିଥିବା ସନ୍ଦେହ କରାଯାଉଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ,ଇଟିଭି ଭାରତ

Intro:Body:ବାଲେଶ୍ବର ଜିଲା ଖନ୍ତାପଡ଼ା ଥାନା ପଣପଣା ଠାରେ ଜଣେ ଯୁବକଙ୍କୁ କିଛି ଦୁର୍ବୁତ୍ତ ଗୋଡ଼ାଇ ଗୋଡ଼ାଇ ଭୁଜାଲିରେ ହାଣିଥିବା ଜଣାପଡିଛି। ଗୁରୁତର ଯୁବକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।
କସବା ଜୟପୁର ଗ୍ରାମର ଦିଲ୍ଲୀପ ଦାସ ଖନ୍ତାପଡ଼ା ସ୍ଥିତ ଫାଲକନ ଚିଙ୍ଗୁଡି କମ୍ପାନୀରେ ଠିକାଦାର ଭାବେ କାର୍ଯ୍ୟ କରନ୍ତି । ଦିଲ୍ଲୀପଙ୍କ ଶ୍ରମିକ ମାନେ ପଣପଣା ଠାରେ ଏକ ଭଡା ଘରେ ରହନ୍ତି । ଗୁରୁବାର ବିଳମ୍ବିତ ରାତିରେ ଦିଲ୍ଲୀପ ଶ୍ରମିକଙ୍କ ଅସୁବିଧା ସୁବିଧା ବୁଝିବାପାଇଁ ଶ୍ରମିକମାନଙ୍କ ପାଖକୁ ଯାଇଥିଲେ। ସେଠାରୁ ବାହାରିବା ପରେ କିଛି ଦୁର୍ବୃତ୍ତ ତାଙ୍କୁ ଅନ୍ଧାରରେ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ। ଦିଲ୍ଲୀପଙ୍କ ଗୋଡ଼, ହାତ ଓ ପେଟରେ ଗଭୀର କ୍ଷତ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଘଟଣା ସ୍ଥଳରୁ ଦିଲ୍ଲୀପଙ୍କୁ ଉଦ୍ଧାର କରି ପ୍ରଥମେ ଖନ୍ତାପଡ଼ା ମେଡିକାଲ ଓ ପରେ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ଏନେଇ ଖନ୍ତାପଡ଼ା ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ପୂର୍ବ ଶତ୍ରୁତାକୁ ନେଇ ଏମିତି କାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.