ବାଲେଶ୍ବର: ସମାଜ ସୁରକ୍ଷାର ଚିନ୍ତା ଘାରିଛି ଜଣେ ଆଇଟି ଇଞ୍ଜିନିୟରଙ୍କୁ । ବର୍ତ୍ତମାନ ସମୟରେ ଚାଲିଥିବା ବିଭିନ୍ନ ଅସାମାଜିକ ଓ ପ୍ରକୃତି ବିରୋଧୀ କାମକୁ ରୋକିବା ପାଇଁ ଲୋକଙ୍କୁ ସଚେତନ କରାଇବାରେ ବ୍ୟସ୍ତ ଏହି ଇଞ୍ଜିନିୟର ।
ତେବେ କୋଲକାତାର ଆଇଟି ଇଞ୍ଜିନିୟର ତନ୍ମୟ ଦାମ ନିଜର ପରିବେଶ ପ୍ରେମକୁ ନେଇ ବର୍ତ୍ତମାନ ଚର୍ଚ୍ଚାରେ । ଚାକିରି ଛାଡି ଯୁବକ ଜଣକ ମାସେ ହେବ ରାଜ୍ୟ ରାଜ୍ୟ ବୁଲି ଲୋକଙ୍କୁ ପରିବେଶ ସୁରକ୍ଷା ପାଇଁ ବାର୍ତ୍ତାଦେବା ସହ ଯୌନ ନିର୍ଯାତନାକୁ ରୋକିବା ପାଇଁ ସଚେତନ କରାଇଛନ୍ତି । ଏହି ସମୟ ମଧ୍ୟରେ ତନ୍ମୟ ଛତିଶଗଡ, ବିଶାଖାପାଟଣା ଭଳି ଅଞ୍ଚଳ ବୁଲିବା ସହ ଓଡିଶାକୁ ଆସି ସମ୍ବଲପୁର, କେନ୍ଦୁଝର, ରାୟପୁର, ପୁରୀ ଆଦି ଅଞ୍ଚଳ ବୁଲି ଲୋକଙ୍କୁ ସଚେତନତା ବାର୍ତ୍ତା ବାଣ୍ଟିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ତନ୍ମୟ 3 ହଜାର କିଲୋମିଟର ବୁଲିସାରିଥିବା ଜଣାପଡିଛି । ସବୁଠୁ ବଡ କଥା ହେଉଛିକି ତନ୍ମୟ ସାଇକେଲରେ ବୁଲି ଲୋକଙ୍କୁ ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ