ETV Bharat / state

ସାଇଦୁର୍ଗା ମନ୍ଦିରରେ କନ୍ୟା ପୂଜନ, ୯ କନ୍ୟାଙ୍କୁ କରାଗଲା ପୂଜା

author img

By ETV Bharat Odisha Team

Published : Oct 23, 2023, 4:23 PM IST

ଦଶହରା ଉପଲକ୍ଷେ ବାଲେଶ୍ଵରରେ ସହରର ସାଇଦୁର୍ଗା ମନ୍ଦିରରେ ନବକନ୍ୟା ପୂଜା ସମ୍ପର୍ଣ୍ଣ ହେଇଛି । ଅଧିକ ପଢନ୍ତୁୁ

ବାଲେଶ୍ଵରରେ ନବମୀରେ କନ୍ୟାରତ୍ନ ପୂଜା ପରମ୍ପରା

ବାଲେଶ୍ଵର: ପାର୍ବଣ ପାଇଁ ଉତ୍ସବମୁଖର ବାଲେଶ୍ଵର ସହର । ସହରର ବିଭିନ୍ନ ସ୍ଥାନରେ ଚାଲିଛି ମା'ଦୁର୍ଗାଙ୍କ ନବଦିନାତ୍ମକ ପୂଜା । ସମ୍ପୂର୍ଣ୍ଣ ଓଡିଆ ରିତୀନିତୀରେ ଚାଲିଛି ମା'ଙ୍କ ଆରଧନା । ଏହି ଅବସରରେ ସହରର ଫକୀର ମୋହନ ଗୋଲେଇ ନିକଟରେ ଥିବା ସାଇଦୁର୍ଗା ମନ୍ଦିରରେ ୯ ଦିନ ଧରି ମା'ଙ୍କ ଆରଧନା ଚାଲିଛି । ହେଲେ ଆଜି ପୀଠରେ ମହାନବମୀ ପାଳିତ ହେଉଥିବା ବେଳେ ଏଠାରେ କନ୍ୟା ପୂଜା ଅନୁଷ୍ଠିତ ହୋଇଯାଇଛି । ଏହି ମନ୍ଦିରରେ କନ୍ୟାମାନଙ୍କୁ ପୂଜା କରିବାର ସ୍ୱତନ୍ତ୍ର ବିଧି ରହିଛି । ୯ ଜଣ କନ୍ୟାଙ୍କୁ ପୂଜାର୍ଚ୍ଚନା କରାଯାଇଛି ।

ନବକନ୍ୟା ପାଇଲେ ପୂଜା

ପ୍ରତି ବର୍ଷ ଏହି ସାଇଦୁର୍ଗା ପୀଠରେ ମହାନବମୀ ତିଥିରେ ନବକନ୍ୟା ପୂଜା ପରମ୍ପରା ରହିଛି । ୩ ବର୍ଷରୁ ୧୨ ବର୍ଷ ଭିତରେ ୯ ଜଣ କନ୍ୟାକୁ ଏଠାରେ ପୂଜା କରାଯିବାର ବିଧି ରହିଛି । ପ୍ରଥମେ ୯ ଜଣ କନ୍ୟାଙ୍କୁ ସୁସଜ୍ଜିତ କରି ମନ୍ଦିର ପରିସରକୁ ଅଣାଯାଇଥାଏ । ସେଠାରେ ନବରାତ୍ର ବ୍ରତଧାରୀମାନେ କନ୍ୟାମାନଙ୍କୁ ପ୍ରଥମେ ପାଦ ଧୋଇବା ପରମ୍ପରା ରହିଛି । ପରେ ସେମାନଙ୍କୁ କୁମକୁମ, ଅଳତା, ଶଙ୍ଖା, ଓଢଣୀ ଆଦିରେ ସଜାଇ ସେମାନଙ୍କୁ ପୂଜା କରାଯାଇଥିଲା । ଏହାପରେ ମନ୍ଦିରରେ ଥିବା ଭକ୍ତମାନେ କନ୍ୟା ନବରତ୍ନମାନଙ୍କୁ ବିଭିନ୍ନ ପ୍ରକାର ଉପହାର ପ୍ରଦାନ କରିଥିଲେ । ଶେଷରେ କନ୍ୟା ନବରତ୍ନ ମାନଙ୍କ ପାଇଁ ବିଶେଷ ପ୍ରସାଦ ବ୍ୟବସ୍ଥା କରାଯାଇଥିଲା । କନ୍ୟା ନବରତ୍ନ ମାନଙ୍କୁ ପୂଜା କରିବା ସହ ସେମାନଙ୍କ ଠାରୁ ବ୍ରତଧାରୀମାନେ ଆଶୀର୍ବାଦ ଗ୍ରହଣ କରିଥିଲେ । ତେବେ ଏହି କନ୍ୟାରତ୍ନ ପୂଜା କରିବାର ବୈଦିକ ରୀତି ଓ ସାମାଜିକ ଚଳଣି ଉପରେ ବେଶ ପ୍ରଭାବ ପକାଇଥାଏ । ଯେଉଁଠି ନାରୀମାନଙ୍କ ପୂଜା ହୋଇଥାଏ ସେଠାରେ ଦେବତାଙ୍କ ବାସ ହୋଇଥାଏ ବୋଲି ଶାସ୍ତ୍ରରେ ରହିଛି । ଏଥିପାଇଁ ସାମାଜିକ ସ୍ତରରେ ମଧ୍ୟ ନାରୀମାନଙ୍କୁ ସମ୍ମାନ ଦେବା ସହ ସେମାନଙ୍କ ଯତ୍ନ ନେବା ପାଇଁ ଏମିତି ପରମ୍ପରା ଆହ୍ୱାନ ଦେଇଥାଏ ।

ଏହା ମଧ୍ୟ ପଢନ୍ତୁ...ବଲାଙ୍ଗୀରରେ ମୁଖ୍ୟ ଆକର୍ଷଣ ଚାରିଧାମ ତୋରଣ, ମଣ୍ଡପରେ ଜମୁଛି ଭକ୍ତଙ୍କ ଗହଳି

ଅନ୍ୟପଟେ ଶାସ୍ତ୍ର ଅନୁସାରେ, ମା' ଦୁର୍ଗା ହେଉଛନ୍ତି ସର୍ବଶିକ୍ଷା ଜନନୀ । ସେ ଧରାଧାମରେ ଅବତୀର୍ଣ୍ଣ ହେବା ଯୋଗୁଁ ଆଜି ମାନବ ସୁଖରେ ଜୀବନଯାପନ କରିପାରୁଛନ୍ତି । ଶାସ୍ତ୍ର ଅନୁସାରେ ନବରାତ୍ର ବିହିତ ପୂଜା ବର୍ଷରେ ଚାରିଥର ହୋଇଥାଏ ଯଥା ବାସନ୍ତୀକ ଦୁର୍ଗା ଉତ୍ସବ‌ ଓ ଶାରଦୀୟ ଦୁର୍ଗା ଉତ୍ସବ ଏବଂ 2ଟି ଗୁପ୍ତ ନବରାତ୍ର ପୂଜା ।

ତେଣୁ ନବରାତ୍ର ପୂଜାର ବିଶେଷତ୍ଵ ହେଉଛି ମା' ଦୁର୍ଗା ନବକନ୍ୟା ରୂପରେ ଅବତୀର୍ଣ୍ଣ ହୋଇଥିଲେ । ସେ ହେଉଛନ୍ତି ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ର ଘଣ୍ଟି, ସ୍କନ୍ଧମାତା, କାଳରାତ୍ରି, କୁସପାଣ୍ଡା, ମହାଗ୍ୟରୀ, କାର୍ତାୟନୀ ଓ ସିଦ୍ଧିଦାତ୍ରୀ । ଏହି ନବରାତ୍ରରେ ନବକନ୍ୟା ଅର୍ଥାତ୍ ମାଙ୍କର ନବକନ୍ୟା ରୂପରେ ଆରାଧନା କରାଯାଇଥାଏ । ତେଣୁୁ ଏଠାରେ ନବକନ୍ୟା ରୂପରେ ୯ ଜଣ କନ୍ୟାଙ୍କୁ ପୂଜା କରାଯାଇଥାଏ ।

ଇଟିଭା ଭାରତ,ବାଲେଶ୍ଵର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.