ବାଲେଶ୍ଵର: ଜିଲ୍ଲାସ୍ଥିତ ଗାନ୍ଧି ସ୍ମୃତି ଭବନରେ ଯାତ୍ରା କଳାକାର କର୍ମଚାରୀ ସଙ୍ଘ ପକ୍ଷରୁ ଓଡିଶା କଳାକାର ମହାକୁମ୍ଭର ଆୟୋଜନ କରାଯାଇଛି । ଏଥିରେ ରାଜ୍ୟର ବିଭିନ୍ନ ସ୍ଥାନରୁ ସବୁ ବର୍ଗର କଳାକାର ଓ କର୍ମଚାରୀମାନେ ଯୋଗ ଦେଇଛନ୍ତି ।
କଳାକାର କର୍ମଚାରୀ ସଙ୍ଘର ଆୟୋଜନ କାର୍ଯ୍ୟକ୍ରମରେ ବରିଷ୍ଠ କଳାକାରମାନଙ୍କ ସମେତ ସବୁବର୍ଗର କଳାକାର ଯେମିତି କି ପାଲା, ଦାସକାଠିଆ, ଘୋଡାନାଚ, ଛଉନୃତ୍ୟ, ଭାଗବତ ଲୀଳା, ଦଣ୍ଡ ନାଚ, ସଙ୍ଗୀତ, ଯାତ୍ରା, ଥିଏଟର ଓ ମଞ୍ଚ ଅଭିନେତାମାନଙ୍କୁ ନେଇ ମହାସଙ୍ଘ ଗଠନ ହେବ ବୋଲି ସୂଚନା ଦିଆଯାଇଛି ।
କରୋନା ସମୟରେ ମଞ୍ଚ ବନ୍ଦ ହୋଇଯିବାରୁ କଳାକାରମାନେ ଦୟନୀୟ ପରିସ୍ଥିତି ଦେଇ ଗତି କରିଛନ୍ତି । ଅନେକ ଥର ସରକାରଙ୍କୁ ପାଖରେ ଦାବି ଜଣାଇଥିଲେ ମଧ୍ୟ କେବଳ ପ୍ରତିଶୃତି ହିଁ ମିଳିଛି । ଏଥିପାଇଁ ସବୁବର୍ଗର କଳାକାରମାନେ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହୋଇଛନ୍ତି । ଏଥିପାଇଁ ସମସ୍ତଙ୍କୁ ନେଇ ମହାସଙ୍ଘ ଗଠନ ହେବାପରେ ଦାବି ଆହୁରି ଜୋର ଧରିବ ବୋଲି କୁହାଯାଇଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ