ETV Bharat / state

ପେଟପାଟଣା ଚିନ୍ତାରେ ଝୋଟ ଚାଷୀ: ଚାଲୁନି ସରକାରୀ କଳ, ମିଳୁନି ପ୍ରୋତ୍ସାହନ - jute farmer problem

ଦୀର୍ଘ ବର୍ଷ ହେଲାଣି ବନ୍ଦ ପଡିଛି ସରକାରୀ ଝୋଟ କଳ । ଦିନେ ଏହି କଳକୁ ଝୋଟ ଦେଇ ଚାଷୀ ଲାଭବାନ ହେଉଥିବାବେଳେ ଆଜି କଳ ବନ୍ଦ ଯୋଗୁଁ ଦଲାଲର ଶିକାର ହେଉଛନ୍ତି ଚାଷୀ । ଦେଶବିଦେଶରେ ଓଡିଶାର ଝୋଟ ତିଆରି ସାମଗ୍ରୀ ସ୍ବତନ୍ତ୍ର ପରିଚୟ ପାଇଥିବାବେଳେ କ୍ଷତି ସହି ଚାଷ ପ୍ରତି ଦୂରେଇ ଯାଉଛନ୍ତି ଝୋଟ ଚାଷୀ । ଅଧିକ ପଢନ୍ତୁ...

ପେଟପାଟଣା ଚିନ୍ତାରେ ଝୋଟ ଚାଷୀ; ଚାଲୁନି ସରକାରୀ କଳ, ମିଳୁନି ପ୍ରୋତ୍ସାହନ

author img

By

Published : Nov 6, 2021, 3:05 PM IST

Updated : Nov 6, 2021, 3:20 PM IST

ବାଲେଶ୍ବର: ଦେଶବିଦେଶରେ ପ୍ରସିଦ୍ଧି ଲାଭ କରିଥିବା ଓଡିଶାର ସମ୍ପୃଦ୍ଧ କଳାକାରିଗରି ମଧ୍ୟରେ ଝୋଟର ରହିଛି ସ୍ବତନ୍ତ୍ର ସ୍ଥାନ । ନଳିତାରୁ ଝୋଟ ଓ ଝୋଟରୁ ବିଭିନ୍ନ ଘରୋଇ ଉପକରଣ ତିଆରି କରାଯାଏ । ଯାହାର ଚାହିଦା ଘରୋଇ ବଜାରରେ ଖୁବ୍ ଉଚ୍ଚା । ସମୟ ଥିଲା ନଳିତା ଚାଷ କରି ଚାଷୀମାନେ ଭଲ ଦି' ପଇସା ରୋଜଗାର କରିପାରୁଥିଲେ । ହେଲେ ସରକାରୀ ପ୍ରୋତ୍ସାହନ ଏବଂ ଇଚ୍ଛାଶକ୍ତିର ଅଭାବ ଏବେ ଝୋଟ ଚାଷୀଙ୍କୁ ଦୁର୍ଦ୍ଦଶା ଭିତରକୁ ଠେଲି ଦେଇଛି । ଦିନେ ଯେଉଁ ସରକାରୀ କଳକୁ ଝୋଟ ବିକ୍ରି କରି ଚାଷୀ ଲାଭବାନ ହେଉଥିଲେ ସେ କଳ ଦୀର୍ଘ ଦିନ ହେଲାଣି ବନ୍ଦ ପଡିଛି । ଯେଉଁ କାରଣରୁ ଚାଷୀ ବାଧ୍ୟ ହୋଇ ଦଲାଲ ଓ ସ୍ଥାନୀୟ ବ୍ୟବସାୟୀଙ୍କୁ କମ୍ ମୂଲ୍ୟରେ ଝୋଟ ବିକୁଥିବା କହିଛନ୍ତି ବାଲେଶ୍ବର ଜିଲ୍ଲା ବାଲିଆପାଳର ଝୋଟ ଚାଷୀ । ସେଥିପାଇଁ ଅନେକ ଚାଷୀ ଏହି ଚାଷପ୍ରତି ବିମୁଖ ହେଉଥିବା ଦେଖାଯାଉଛି ।

ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକର ମୃତ୍ତିକା ଏବଂ ଜଳବାୟୁ ନଳିତା ଚାଷ ପାଇଁ ବେଶ୍ ଅନୁକୂଳ । ତେଣୁ ସୁବର୍ଣ୍ଣରେଖା ନଦୀ ଅବବାହିକାରେ ଥିବା ବାଲିଆପାଳ ବ୍ଲକର ଅସ୍ତି, କୁମ୍ଭାରୀ, ନୀଖିରା , ଶ୍ରୀରାମପୁର, ଦେଭୋଗ, ବିଷ୍ଣୁପୁର, ମଧୁପୁରା, ଜାମକୁଣ୍ତା ଆଦି ପଞ୍ଚାୟତର ହଜାର ହଜାର ହେକ୍ଟର ଜମିରେ ଚାଷୀମାନେ ନଳିତା ଚାଷ କରିଥାନ୍ତି । ନଳିତାରୁ ଉତ୍ପାଦିତ ହେଉଥିବା ଝୋଟ ପ୍ରଚୁର ପରିମାଣରେ ବାହାରକୁ ରପ୍ତାନୀ କରାଯାଉଥିଲା । ପ୍ରଚୁର ଉତ୍ପାଦନ କାରଣରୁ ବାଲେଶ୍ବର ସର୍ବବୃହତ ଝୋଟ ଉତ୍ପାଦନକାରୀ ବ୍ଲକ ଭାବେ ପରିଚୟ ପାଇଥିଲା ବାଲିଆପାଳ ।

ପେଟପାଟଣା ଚିନ୍ତାରେ ଝୋଟ ଚାଷୀ: ଚାଲୁନି ସରକାରୀ କଳ, ମିଳୁନି ପ୍ରୋତ୍ସାହନ

ଏହାକୁ ଦୃଷ୍ଟିରେ ରଖି ଦୀର୍ଘ ୩୦ ବର୍ଷ ପୂର୍ବେ ଏଠାରେ କେନ୍ଦ୍ର ସରକାର ଏକ ଝୋଟ ସୋସାଇଟି ଖୋଲିଥିଲେ । ଚାଷୀ ଏହି ସୋସାଇଟିରେ ଝୋଟ ବିକି ଲାଭବାନ ହେଉଥିଲେ । ମାତ୍ର ଦୀର୍ଘ ୮ ବର୍ଷ ହେଲାଣି ଏହି ଝୋଟ ସୋସାଇଟି ବନ୍ଦ ପଡିଛି । ଯେଉଁ କାରଣରୁ ଚାଷୀ ବାଧ୍ୟ ହୋଇ କମ୍ ମୂଲ୍ୟରେ ଦଲାଲ ଓ ସ୍ଥାନୀୟ ବ୍ୟବସାୟୀଙ୍କୁ ଝୋଟ ବିକୁଛନ୍ତି । ସେପଟେ ଦଲାଲମାନେ ଜିଲ୍ଲାରେ ଥିବା ରୂପ୍ସା ଝୋଟ ମିଲ୍ ସମେତ ଧାନମଣ୍ତଳ ଝୋଟ ମିଲ୍ , ଢେଙ୍କାନାଳ ଝୋଟ ମିଲ୍ ଏବଂ ପଶ୍ଚିମବଙ୍ଗର କୋଲିକାତାକୁ ଏହି ଝୋଟ ରପ୍ତାନୀ କରି ଲାଭାବାନ ହେଉଛନ୍ତି । ହେଲେ କ୍ଷତି ସହି ଦୁର୍ଦ୍ଦଶା ମଧ୍ୟରେ ଦିନ କାଟୁଛନ୍ତି ନିରୀହ ଚାଷୀ ।

ଗୋଟିଏ ହେକ୍ଟର ଜମିରେ ନଳିତା ଚାଷ ପାଇଁ 5 ରୁ 7 ହଜାର ଟଙ୍କା ଖର୍ଚ୍ଚ ହେଉଥିବାବେଳେ ପାଖାପାଖି 15 ରୁ 20 ହଜାର ଟଙ୍କାର ଝୋଟ ବିକ୍ରି ହୋଇଥାଏ । ହେଲେ ସରକାରୀ ଝୋଟ ସୋସାଇଟି ବନ୍ଦ ଯୋଗୁଁ ଚାଷୀ ଉଚିତ୍ ମୂଲ୍ୟ ପାଉନାହାନ୍ତି ।

ଅନ୍ୟପଟେ ୧୯୭୪ ମସିହାରୁ ବାଲେଶ୍ବରରେ ସ୍ଥାପନ ହୋଇଥିବା ଘରୋଇ ଝୋଟ ମିଲ୍ ରୂପ୍ସା ନିଜର ଅସ୍ତିତ୍ବ ବଜାୟ ରଖିଛି । ରୂପ୍ସାରେ ଥିବା ଏକମାତ୍ର ଘରୋଇ ଝୋଟ କଳ ଉପରେ ଉକ୍ତ ଅଞ୍ଚଳର ୧୨୦୦ ପରିବାର ନିର୍ଭର କରୁଛନ୍ତି । ଏହି ଝୋଟ କଳ ନଥିଲେ ରୂପ୍ସା ପରିଚୟ ହରାଇ ବସନ୍ତା ବୋଲି ସ୍ଥାନୀୟ ବୁଦ୍ଧିଜୀବୀ କହିଛନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି, ଯଦି ଘରୋଇ ଝୋଟ କଳ ଏତେ ବର୍ଷ ଧରି ଚାଲିପାରୁଛି ତେବେ ସେଠି ସରକାରୀ କଳ କାହିଁକି ଚାଲିପାରିବ ନାହିଁ । ସରକାରଙ୍କ ଇଚ୍ଛାଶକ୍ତି ଅଭାବରୁ ସରକାରୀ ଝୋଟ କଳ ମାଟିରେ ମିଶିଥିବା କୁହାଯାଉଛି ।

ଯଦି ସରକାର ବନ୍ଦ ପଡିଥିବା ଝୋଟ ସୋସାଇଟିକୁ ପୁନଃ କାର୍ଯ୍ୟକ୍ଷମ କରନ୍ତେ ଏବଂ ଚାଷୀଙ୍କୁ ଆବଶ୍ୟକୀୟ ପ୍ରୋତ୍ସାହନ ଯୋଗାଇ ଦିଅନ୍ତେ, ତେବେ ବାଲିଆପାଳର ଶହ ଶହ ଚାଷୀ ଉପକୃତ ହୋଇପାରନ୍ତେ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Nov 6, 2021, 3:20 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.