ETV Bharat / state

ଚାକିରି ନାଁରେ ଠକେଇ, ବାଲେଶ୍ବରରୁ 6 ଜଣ ଗିରଫ - ବାଲେଶ୍ବରରୁ 6 ଜଣ ଠକ ଗିରଫ

ସରକାରୀ ଓ ବେସରକାରୀ ସଂସ୍ଥାରେ ଚାକିରି କରାଇଦେବା ନାଁରେ ଠକେଇ । ବାଲେଶ୍ବରରୁ 6 ଜଣ ଠକ ଗିରଫ । ଅଧିକ ପଢନ୍ତୁ

ଚାକିରି ନାଁରେ ବାଲେଶ୍ବରରେ ଠକେଇ
ଚାକିରି ନାଁରେ ବାଲେଶ୍ବରରେ ଠକେଇ
author img

By

Published : Apr 4, 2023, 8:14 PM IST

ଚାକିରି ନାଁରେ ଠକେଇ, ବାଲେଶ୍ବରରୁ 6 ଜଣ ଗିରଫ

ବାଲେଶ୍ବର: ଚାକିରି ନାଁରେ ଠକେଇ । ସରକାରୀ ଓ ବେସରକାରୀ ସଂସ୍ଥାରେ କର୍ମନିଯୁକ୍ତି କରାଇ ଦେବା ନାଁରେ କୋଟି କୋଟି ଟଙ୍କା ଲୁଟ୍ । ବାଲେଶ୍ବରରେ ଏଭଳି ଠକେଇ ରାକେଟର ପର୍ଦ୍ଦାଫାସ ହୋଇଛି । ଏହି ଘଟଣାରେ ବାଲେଶ୍ଵର ପୋଲିସ ଦୁଇଜଣ ମହିଳାଙ୍କ ସମେତ ମୋଟ 6 ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତମାନଙ୍କ ନିକଟରୁ ସୁନା ଅଳଙ୍କାର, ନଗଦ ଟଙ୍କା, ମୋବାଇଲ ଫୋନ ଓ ବ୍ୟାଙ୍କ ପାସବୁକ ଜବତ କରିଛି ପୋଲିସ । ଏହି ଠକମାନେ ବେରୋଜଗାର ଯୁବକ ଯୁବତୀଙ୍କ ନିକଟରୁ ଟଙ୍କା ନେଇ ସେମାନଙ୍କୁ ନାମିଦାମୀ କମ୍ପାନୀ ସହ ସରକାରୀ ଚାକିରି କରାଇଦେବାର ପ୍ରଲୋଭନ ଦେଖାଉଥିଲେ । ଏନେଇ ବାଲେଶ୍ଵର ଏସପି ସାଗରିକା ନାଥ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏହି ଠକେଇ ସମ୍ପର୍କରେ ସବିଶେଷ ସୂଚନା ଦେଇଛନ୍ତି ।

ଏସପିଙ୍କ ସୂଚନା ଅନୁସାରେ, ବାଲେଶ୍ଵର ସହଦେବଖୁଣ୍ଟା ଅଞ୍ଚଳର ଜଣେ ଇଞ୍ଜିନିୟରିଂ ଯୁବକ ଚାକିରି ଯୋଗାଇଦେବା ପାଇଁ ବିଭିନ୍ନ କର୍ମନିଯୁକ୍ତି ବିଜ୍ଞାପନ ସୋସିଆଲ ମିଡିଆରେ ସେୟାର କରୁଥିଲେ । ଏହି ପ୍ରକାର ବିଜ୍ଞାପନକୁ ଅଧିକ ମାତ୍ରାରେ ବେରୋଜଗାର ଯୁବକଯୁବତୀଙ୍କ ପାଖରେ ପହଞ୍ଚାଇବା ପାଇଁ ଅଭିଯୁକ୍ତଙ୍କ ସହ ତାଙ୍କର ସହଯୋଗୀମାନେ ପ୍ରଚେଷ୍ଟା କରୁଥିଲେ । କେତେବେଳେ ନାମିଦାମୀ କମ୍ପାନୀରେ ତ ପୁଣି କେତେବେଳେ ସରକାରୀ ସ୍ତରରେ ବିଭିନ୍ନ କର୍ମନିଯୁକ୍ତି ଯେମିତି କି ବିଭିନ୍ନ ଜିଲ୍ଲାରେ ପ୍ରୋଜେକ୍ଟ ଆସିଷ୍ଟାଣ୍ଟ ଏବଂ ଜିଲ୍ଲା ସଂଯୋଜକ(ପୋଷଣ ଅଭିଜାନ), ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ଜୁନିଅର ଆସିଷ୍ଟାଣ୍ଟ, ଟାଟା ଷ୍ଟିଲ୍, ଭାରତୀୟ ରେଳବାଇ, ଜଙ୍ଗଲ ବିଭାଗ ଅଧୀନରେ ମୟୂରଭଞ୍ଜରେ କମ୍ୟୁନିଟି ସଂଗଠନ ଭଳି ଚାକିରିର ପ୍ରଲୋଭନ ଦେଖାଇଥିଲେ । ଚାକିରି ଆଶାରେ ବେରୋଜଗାର ଯୁବକଯୁବତୀ ଏହି ଠକ ଗ୍ୟାଙ୍ଗ ସହ ଯୋଗାଯୋଗ କରିଥିଲେ ।

ଠକ ଗ୍ୟାଙ୍ଗ ଅଧିକ ବିଶ୍ୱାସ ଜନ୍ମାଇବା ପାଇଁ ଭୁବନେଶ୍ୱରର ଏକ ସପିଂ ମଲରେ ନିଜର ଅଫିସ ମଧ୍ୟ କରିଥିଲେ । ଚାକିରି ଆଶାରେ ଯେଉଁ ପିଲାମାନେ ଏହି ଠକମାନଙ୍କୁ ଯୋଗାଯୋଗ କରୁଥିଲେ ସେମାନେ ତାଙ୍କୁ ଭୁବନେଶ୍ୱରର ଉକ୍ତ ଅଫିସକୁ ଡାକି ଇଣ୍ଟରଭ୍ୟୁ ନେଉଥିଲେ । ଏହି ସମୟରେ ଆଶାୟୀମାନଙ୍କୁ ଡୋନେସନ ଇତ୍ୟାଦି ବାବଦରେ ଟଙ୍କା ଦେବାକୁ କହୁଥିଲେ । ଆଶାୟୀମାନେ ଚାକିରି ଖଣ୍ଡେ ପାଇଁ ଏମିତି ଠକମାନଙ୍କ ଦ୍ଵାରା ଶିକାର ହୋଇଥିଲେ । ଇଣ୍ଟରଭ୍ୟୁରେ ଚୟନ ହୋଇଥିବା ପିଲାଙ୍କଠାରୁ ଠକମାନେ 80 ହଜାରରୁ ଆରମ୍ଭ କରି 1 ଲକ୍ଷ 20 ହଜାର ଟଙ୍କା ଯାଏଁ ଦାବି କରୁଥିଲେ । ଏହିପରି ଭାବେ ସେମାନଙ୍କ ପାଖରୁ ଟଙ୍କା ନେବାପରେ ସେମାନଙ୍କୁ ନକଲି ନିଯୁକ୍ତିପତ୍ର ପ୍ରଦାନ କରିଥିଲେ ।

ଚାକିରି ଆଶାୟୀମାନେ ଲକ୍ଷାଧିକ ଟଙ୍କା ଠକମାନଙ୍କୁ ଦେବାପରେ ସେମାନଙ୍କୁ ଦିଆଯାଇଥିବା ନିଯୁକ୍ତି ପତ୍ରରେ କେଉଁଠି କେବେ ଯୋଗ ଦେବାକୁ ହେବ ବୋଲି ମଧ୍ୟ କୁହାଯାଇଥିଲା । ଏହାରି ଭିତରେ ବାଲେଶ୍ଵର ସହରର ଜଣେ ଆଶାୟୀ ଯୁବତୀ ନକଲି ନିଯୁକ୍ତିପତ୍ର ବିଷୟରେ ଜାଣିବା ପରେ ସେ ସହଦେବଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏନେଇ ପୋଲିସ ତଦନ୍ତ କରି ମୁଖ୍ୟ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିଥିଲା । ଏହି ଘଟଣାରେ ପୋଲିସ ଦୁଇ ଜଣ ମହିଳା, ମୁଖ୍ୟ ଅଭିଯୁକ୍ତଙ୍କ ସମେତ ସମୁଦାୟ 6 ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ 10 ଲକ୍ଷ 50 ହଜାର ଟଙ୍କାର ସୁନା ଗହଣା, 3 ଲକ୍ଷ 9 ହଜାର ନଗଦ ଟଙ୍କା, 28 ଲକ୍ଷ ଟଙ୍କାର ବ୍ୟାଙ୍କ ଆକାଉଣ୍ଟ ଏବଂ 80 ଲକ୍ଷ ଟଙ୍କାର ସମ୍ପତ୍ତି ଜବତ କରିଛି । ଏହି ରାକେଟରେ ଆହୁରି ଅନେକ ଲୋକଙ୍କ ସମ୍ପୃକ୍ତି ଥିବା କଥା ପୋଲିସ କହିଛି । ଏଥିରେ ସମ୍ପୃକ୍ତି ଥିବା ଅନ୍ୟ ଅପରାଧୀମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବା ନେଇ ପୋଲିସ ସୂଚନା ଦେଇଛି । ଅନ୍ୟପଟେ ଏହି ଠକମାନେ କେବଳ ବାଲେଶ୍ଵର ନୁହେଁ ବରଂ ବାହାର ଜିଲ୍ଲାର ପ୍ରାୟ 100ରୁ ଊର୍ଦ୍ଧ୍ଵ ଚାକିରି ଆଶାୟୀଙ୍କୁ ଠକିଥିବା ପୋଲିସ କହିଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.