ବାଲେଶ୍ବର: ଯାତ୍ରା ଜଗତର ବାଦଶାହା, ଯଲିଉଡର ଚର୍ଚ୍ଚିତ ଚେହେରା ଦୈତାରୀ ପଣ୍ଡା। ଓଡିଶାର ଘରେ ଘରେ ଯାତ୍ରା ଜଗତର ଖଳନାୟକ ଓ ଦୁଷ୍ଟ ନାୟକ ହିସାବରେ ପରିଚୟ ତିଆରି କରିଛନ୍ତି ଦୈତାରୀ ପଣ୍ଡା । ଯାତ୍ରା ପେଣ୍ଡାଲରେ ନିସ୍ତବ୍ଧ ରାତିରେ ନିଜର ଗୁରୁ ଗମ୍ଭୀର ହାସ୍ୟରୋଳରେ, ଓଜନଦାର ସଂଳାପରେ ଦର୍ଶକଙ୍କୁ ଜୀବନ୍ତ ଅଭିନୟର ଯାଦୁରେ ବାନ୍ଧି ରଖି ହସାନ୍ତି, କନ୍ଦାନ୍ତି ଦୈତାରୀ ପଣ୍ଡା । ବାଲେଶ୍ଵର ଜିଲ୍ଲା ଔପଦା ଅଞ୍ଚଳରେ ଦୈତାରୀ ପଣ୍ଡାଙ୍କ ଘର। ତାଙ୍କ ବାସଭବନରେ କଳାକାର ଜୀବନର ଉଠାଣିଗଡାଣି, ସଫଳତା ବିଫଳତା ସମ୍ପର୍କରେ ଆଲୋଚନା କରିଛି ଇଟିଭି ଭାରତ । ଦୈତାରୀ ପଣ୍ଡାଙ୍କ ସହ ସ୍ବତନ୍ତ୍ର ଆଲୋଚନାରେ ସେ ନିଜ ଯାତ୍ରା ଜୀବନର ସୁଖଦ ଓ ଦୁଃଖଦ ଅନୁଭୂତି ବାଣ୍ଟିଛନ୍ତି ଇଟିଭି ଭାରତ ସହ ।
ଯାତ୍ରାରେ ନଗ୍ନତାକୁ ପ୍ରଶୟ ଦେବା ଉଚିତ ନୁହେଁ। ଯାତ୍ରା ପେଣ୍ଡାଲରେ 33 କୋଟି ଦେବାଦେବୀ ବାସ କରୁଥିବା ବେଳେ ଦର୍ଶକ ଭଗବାନ ସଦୃଶ। ସେଥିପାଇଁ ଯାତ୍ରା ପେଣ୍ଡାଲରେ ଓଡ଼ିଆ ସଂସ୍କୃତି ପରିପ୍ରକାଶ ହେବା ଉଚିତ। ଏକ ନାଟକରେ ଦୈତାରୀ ପଣ୍ଡା ସତସତିକା କାନ୍ଦି ଥିବା ବେଳେ ସେହି ନାଟକର କାହାଣୀ ନିଜ ପରିବାରର କାହାଣୀ ଭଳି ଥିବାରୁ ସେ କାନ୍ଦି ପକାଇଥିବା କହିଛନ୍ତି ।
ଯେଉଁମାନେ ନଗ୍ନତାକୁ ପ୍ରଶୟ ଦେଉଛନ୍ତି ସେମାନଙ୍କୁ ଦର୍ଶକମାନେ ବିରୋଧ କରିବା ଆବଶ୍ୟକ ବୋଲି ଦୈତାରୀ ପଣ୍ଡା କହିଥିବା ବେଳେ ସେ ନିଜେ ମଧ୍ୟ ଏହାକୁ ବିରୋଧ କରିଥିବା କହିଛନ୍ତି। ଆଗାମୀ ଦିନରେ ହାସ୍ୟ ଚରିତ୍ରରେ ଅଭିନୟ କରିବାର ଇଛା ରଖିଥିବା କହିଥିଲେ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ