ETV Bharat / state

ଜିଲ୍ଲାପାଳଙ୍କ ଅଫିସ ଆଗରେ ଗର୍ଜିଲା ଜନଜାତି ସୁରକ୍ଷା ମଞ୍ଚ - ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା

ବାଲେଶ୍ଵରରେ ଜନଜାତି ସୁରକ୍ଷା ମଞ୍ଚ ପକ୍ଷରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା। ସେଠାରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଛି। ଅଧିକ ପଢ଼ନ୍ତୁ

ଜିଲ୍ଲାପାଳଙ୍କ ଅଫିସ ଆଗରେ ଗର୍ଜିଲା ଜନଜାତି ସୁରକ୍ଷା ମଞ୍ଚ

author img

By

Published : May 18, 2022, 10:43 PM IST

ବାଲେଶ୍ଵର : ବାଲେଶ୍ଵରରେ ଜନଜାତି ସୁରକ୍ଷା ମଞ୍ଚ ପକ୍ଷରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା । ସେଠାରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଛି ।

ଜିଲ୍ଲାପାଳଙ୍କ ଅଫିସ ଆଗରେ ଗର୍ଜିଲା ଜନଜାତି ସୁରକ୍ଷା ମଞ୍ଚ
ମଞ୍ଚର ଦାବି ଅନୁସାରେ, ଦେଶରେ ଜନଜାତିଙ୍କ ପାଇଁ ସାମଗ୍ରିକ ବିକାଶ ଉଦ୍ଦେଶ୍ୟରେ ଅନେକ ସ୍ୱତନ୍ତ୍ର ସୁଯୋଗ ରହିଛି । ଏହାସହ ସେମାନଙ୍କ ପରମ୍ପରା ଓ ସଂସ୍କୃତିକୁ ନେଇ ସେମାନେ ଗର୍ବିତ । ସଂରକ୍ଷଣ ସୁବିଧା ଯାହା ଜନଜାତିଙ୍କ ପାଇଁ ବେଶ ସହାୟକ ହେଉଛି। ମାତ୍ର ଏହି ସଂରକ୍ଷଣର ସୁବିଧା ସୁଯୋଗ ସେହିମାନେ ଅଧିକାଂଶରେ ନେଉଛନ୍ତି, ଯେଉଁମାନେ ଲୋକ ଆଦିମତ ବିଶ୍ୱାସ ଛାଡି ଅନ୍ୟ ଧର୍ମ ଗ୍ରହଣ କରୁଛନ୍ତି ।

ନିଜର ଧର୍ମ, ସଂସ୍କୃତି, ପୂଜା, ରୀତି, ନୀତି ସଂସ୍କାର ଓ ପର୍ବପର୍ବାଣୀକୁ ସେମାନେ ଛାଡି ସାରିଥିବା ବେଳେ ଜନଜାତି ସଂରକ୍ଷଣର ଫାଇଦା ଉଠାଉଥିବା ଅଭିଯୋଗ ହୋଇଛି । ଏଥିପାଇଁ ଯେଉଁମାନେ ଧର୍ମ ପରିବର୍ତ୍ତନ କରୁଛନ୍ତି ସେମାନଙ୍କୁ ସରକାରୀ ସ୍ତରରେ କୌଣସି ଜନଜାତି ସଂରକ୍ଷଣ ସୁବିଧା ପ୍ରଦାନ କରା ନଯିବା ପାଇଁ ଦାବି ହୋଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.