ETV Bharat / state

ବାଲେଶ୍ବରରେ ବହିଲାଣି ନିର୍ବାଚନୀ ହାୱା, ଜନଅଧିକାର ସମାବେଶରେ ଯୁବନେତାଙ୍କ ରଣହୁଙ୍କାର

author img

By ETV Bharat Odisha Team

Published : Nov 29, 2023, 3:45 PM IST

Jana Adhikar Samabesh: ଆଗାମୀ ସାଧାରଣ ନିର୍ବାଚନ ପାଇଁ ବାଲେଶ୍ବରରେ ଯୁବନେତା ବିକ୍ରମ ପଣ୍ଡାଙ୍କ ନେତୃତ୍ୱରେ ଜନ ଅଧିକାର ସମାବେଶ ଅନୁଷ୍ଠିତ । ସଦର ବିଧାୟକ ସ୍ୱରୂପ ଦାସଙ୍କ କାର୍ଯ୍ୟଶୈଳୀକୁ ଟାର୍ଗେଟ। ଅଧିକ ପଢନ୍ତୁ

ଆଗାମୀ ୨୦୨୪ ନିର୍ବାଚନ ପାଇଁ ବଢୁଛି ତାତି, ବାଲେଶ୍ବରରେ ରଣହୁଙ୍କାର ଦେଲେ ଯୁବନେତା

ବାଲେଶ୍ବର: ସରିଆସୁଛି ୨୦୨୩ । ଆଗାମୀ ବର୍ଷରେ ରାଜ୍ୟରେ ହେବ ସାଧାରଣ ନିର୍ବାଚନ । ଏବେଠୁ ବାଲେଶ୍ବରରେ ବହିଲାଣି ନିର୍ବାଚନୀ ହାୱା । ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ କମର କଷିଲେଣି ଯୁବନେତା । ଯୁବନେତା ବିକ୍ରମ ପଣ୍ଡାଙ୍କ ନେତୃତ୍ୱରେ ବାଲେଶ୍ୱର ସହରର ଗାନ୍ଧିସ୍ମୃତି ଭବନ ଠାରେ ଜନ ଅଧିକାର ସମାବେଶ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ବାଲେଶ୍ଵରର 31ଟି ୱାର୍ଡର ଲୋକମାନେ ଯୋଗଦେଇଛନ୍ତି । ଏହି ସମାବେଶରେ ବିକ୍ରମ ଆଗାମୀ 2024 ନିର୍ବାଚନର ମଇଦାନକୁ ଓହ୍ଲାଇବା ନେଇ ତାଙ୍କ ସମର୍ଥକମାନେ ଆହ୍ବାନ ଦେଇଛନ୍ତି । ପୂର୍ବରୁ ବିକ୍ରମ ନିର୍ବାଚନ ପୂର୍ବରୁ ରଣହୁଙ୍କାର ଦେଇ ପରେ ନିର୍ବାଚନ ମଇଦାନକୁ ଓହ୍ଲାଇ ନଥିଲେ । ମାତ୍ର ଏଥର ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ବିକ୍ରମ କୌଣସି ନିର୍ଦ୍ଦିଷ୍ଟ ଦଳରେ ନାହାନ୍ତି ତଥାପି ବାଲେଶ୍ଵରର ବିକାଶ ପ୍ରସଙ୍ଗ ଉଠାଇ ଏହି ସମାବେଶ ମାଧ୍ୟମରେ ସେ ସଦର ବିଧାୟକ ସ୍ୱରୂପ ଦାସଙ୍କ କାର୍ଯ୍ୟଶୈଳୀକୁ ଟାର୍ଗେଟ କରିଥିବା ଦେଖିବାକୁ ମିଳିଛି । ଏମିତି କି ବିଧାୟକ ଉପ ନିର୍ବାଚନରେ ବିଜୟୀ ଲାଭ କରିବା ପରେ ସାଧାରଣ ଲୋକଙ୍କ ମୌଳିକ ସୁବିଧା କଥା ଚିନ୍ତା କରି ନଥିବା ସେ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ... ବାଲେଶ୍ବର ଓ ବଲାଙ୍ଗୀରରେ ଆମ ଓଡିଶା ନବୀନ ଓଡିଶା ଶୁଭାରମ୍ଭ; ବିକଶିତ ଗାଁ ହେବ ଓଡିଶା ରୂପାନ୍ତରର ପ୍ରକୃତ ଚିତ୍ର

ବିକ୍ରମଙ୍କ ଅଭିଯୋଗ ଅନୁସାରେ, ଗତ ୩ ବର୍ଷ ତଳେ ବାଲେଶ୍ବର ସଦର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏକ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ବିଧାୟକ ଭାବେ ସ୍ୱରୂପ କୁମାର ଦାସ ନିର୍ବାଚିତ ହୋଇଥିଲେ । ନିର୍ବାଚନ ପ୍ରଚାର ବେଳେ ବର୍ତ୍ତମାନର ବିଧାୟକ ବାଲେଶ୍ଵର ସହରବାସୀଙ୍କୁ ପ୍ରତିଶ୍ରୁତିର ପାହାଡ଼ ଠିଆ କରିଦେଇଥିଲେ । ସେ ନିର୍ବାଚିତ ହେଲେ ବାଲେଶ୍ଵର ସହରକୁ ୧୫୦କୋଟି ଟଙ୍କାର ଅନୁଦାନ ଆଣିବାଠୁ ଆରମ୍ଭ କରି ସହରରେ ଏକ ଅତ୍ୟାଧୁନିକ ପାର୍କ, ଉନ୍ନତ ଧରଣର ରାସ୍ତାଘାଟ, ବ୍ୟବସ୍ଥିତ ଡ୍ରେନେଜ୍ ବ୍ୟବସ୍ଥା, ୨୪ ଘଣ୍ଟିଆ ସ୍ଵଚ୍ଛ ପିଇବା ପାଣି, ଗରିବଙ୍କୁ ଘର ଏଭଳି ବହୁ ପ୍ରତିଶୃତି ଦେଇଥିଲେ । ମାତ୍ର ଆଜିକୁ ଠିକ୍‌ ୩ବ ର୍ଷ ପରେ ସବୁ ପ୍ରତିଶ୍ରୁତି ପାଣିର ଗାର ସଦୃଶ ମନେ ହେଉଛି । ଏବେ ଯାଏ ୧୫୦କୋଟି ନା ୧.୫କୋଟି ଆସିଲା ଆଜି ଯାଏଁ ତାର ହିସାବ ନାହିଁ । ଗରିବ ଲୋକ ଘର ଖଣ୍ଡେ ପାଇଛି ନା ସ୍ୱଚ୍ଛ ପିଇବା ପାଣି ନା ଉନ୍ନତ ଧରଣର ରାସ୍ତାର ବ୍ୟବସ୍ଥା ହୋଇଛି । ଏତିକି ନୁହେଁ ସାମାନ୍ୟ ବର୍ଷାରେ କୃତ୍ରିମ ବନ୍ୟା ସୃଷ୍ଟି ହେଉଥିବା ବେଳେ ବିଧାୟକଙ୍କ ସମେତ ପୌରାଧ୍ୟକ୍ଷ କେବଳ ଭାଷଣ ବାଜିରେ ବ୍ୟସ୍ତ ବୋଲି ବିକ୍ରମ କହିଛନ୍ତି ।

ଏଭଳି ବହୁ ସମସ୍ୟା ବାଲେଶ୍ଵର ସହରକୁ ଆକ୍ରାନ୍ତ କରି ରଖିଛି ଯାହାର ସମାଧାନ କରିବାରେ ବିଧାୟକ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ସହରର ସମସ୍ୟାକୁ ନେଇ ନିଦାବିଷ୍ଣୁ ସାଜିବା ଘୋର ଦୁଃଖ ଓ ପରିତାପର ବିଷୟ ବୋଲି କହିଛନ୍ତି ଯୁବନେତା ବିକ୍ରମ ପଣ୍ଡା ।

ଇଟିଭି ଭାରତ,ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.