ବାଲେଶ୍ବର: ଜିଲ୍ଲା ବସ୍ତା ବ୍ଲକ ମଥାନି ଠାରେ ବିପଦ ସଂଙ୍କେତ ଟପି ଜଳକା ପ୍ରବାହିତ ହେଉଛି । ବିପଦ ସଂଙ୍କେତ 5.50 ଥିବା ବେଳେ ଆଜି ସକାଳେ ଏହା 6.01ରେ ପ୍ରବାହିତ ହେଉଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳସ୍ତର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ବିଭିନ୍ନ ସ୍ଥାନରେ ନଦୀବନ୍ଧ ଦୁର୍ବଳ ଥିବାରୁ ନଦୀ ତଟବର୍ତ୍ତି ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ,ଇଟିଭି ଭାରତ