ETV Bharat / state

ସରକାର ବଦଳିବା ଦରକାର: ଭାରତୀୟ ମଜଦୁର ସଂଘ

ଜିଲ୍ଲା ଶାଖା ଭାରତୀୟ ମଜଦୁର ସଂଘର ଏକ ଶ୍ରମିକ ସମାବେଶ ଅନୁଷ୍ଠିତ। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶ୍ରମିକମାନେ ଯୋଗଦେଇ ସେମାନଙ୍କ ହକ୍ ସଂପର୍କରେ ଆଲୋଚନା କରିଥିଲେ ।

author img

By

Published : Apr 6, 2019, 3:33 AM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ଜିଲ୍ଲା ଶାଖା ଭାରତୀୟ ମଜଦୁର ସଂଘର ଏକ ଶ୍ରମିକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶ୍ରମିକମାନେ ଯୋଗଦେଇ ସେମାନଙ୍କ ହକ୍ ସଂପର୍କରେ ଆଲୋଚନା କରିଥିଲେ । ଏମିତିକି ଆଗାମୀ ନିର୍ବାଚନରେ ରାଜ୍ୟ ସରକାର ପରିବର୍ତ୍ତନ ହେବା ଦରକାର ବୋଲି ଆହ୍ୱାନ ମଧ୍ୟ ଦିଆଯାଇଥିଲା।

ଏହି ସମାବେଶରେ ବିଜେପିର ବାଲେଶ୍ବର ସାଂସଦ ପ୍ରାର୍ଥୀ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ ଯୋଗଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ଶ୍ରମିକମାନେ ଆଜିର ଦିନରେ ସେମାନଙ୍କ ପାରିଶ୍ରମିକ ପାଇ ପାରୁନାହାଁନ୍ତି । ଦେଶ ଏବେ ପୁଞ୍ଜିପତିଙ୍କ କବଳରେ ରହିଥିବାରୁ ଶ୍ରମିକମାନେ ଅବହେଳିତ ହୋଇ ରହିଯାଉଛନ୍ତି ବୋଲି ସେ ଅଭିଯୋଗ କରିଥିଲେ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

ଏହାସହ ଘରୋଇ ଅନୁଷ୍ଠାନ ଓ ବିଭିନ୍ନ କଳ କାରଖାନାରେ ଶ୍ରମିକମାନଙ୍କ ପ୍ରତି ବଢ଼ୁଥିବା ନିର୍ଯାତନା ଉଦବେଗ ଜନକ ବୋଲି ପ୍ରତାପ କହିଥିଲେ । ଏହି ସମାବେଶ ଏକ ପ୍ରକାର ବିଜେପିର ପ୍ରଚାର ସମାବେଶ ପରି ଅନୁଭୂତ ହେଉଥିଲା । ସଂଗଠନର ରାଜ୍ୟ ଉପସଭାପତି ପୃଥ୍ୱୀରାଜ ପଣ୍ଡା ଏଥିରେ ଅଧ୍ୟକ୍ଷତା କରିବା ସହିତ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବହୁ ବିଜେପି ନେତାଙ୍କୁ ଏହି ସମାବେଶରେ ଦେଖିବାକୁ ମିଳିଥିଲା।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.