ETV Bharat / state

ସର୍ଟ-ରେଞ୍ଜ୍‌ ବାଲିଷ୍ଟିକ୍‌ ମିସାଇଲ୍‌ ‘ଅଗ୍ନି-୧’ର ପରୀକ୍ଷଣ - ଅଗ୍ନି 1 ବାଲିଷ୍ଟିକ କ୍ଷେପଣାସ୍ତ୍ର

Agni-1 Ballistic Missile: ଅବଦୁଲ କଲାମ ଦ୍ବୀପରୁ ସ୍ବଳ୍ପ ଦୂରଗାମୀ ବାଲିଷ୍ଟିକ କ୍ଷେପଣାସ୍ତ୍ର ଅଗ୍ନି-1ର ପରୀକ୍ଷଣ ସଫଳ ହୋଇଛି । ଏନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢ଼ନ୍ତୁ

Agni 1 Ballistic Missile
Agni 1 Ballistic Missile
author img

By ETV Bharat Odisha Team

Published : Dec 8, 2023, 11:56 AM IST

ବାଲେଶ୍ବର: ଅଗ୍ନି-1 କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳ ହୋଇଛି । ଗତକାଲି(ଗୁରୁବାର) ବାଲେଶ୍ବର ଧାମରା ସ୍ଥିତ ଅବଦୁଲ କଲାମ ଦ୍ବୀପରୁ ସ୍ବଳ୍ପ ଦୂରଗାମୀ ବାଲିଷ୍ଟିକ କ୍ଷେପଣାସ୍ତ୍ର ଅଗ୍ନି-1ର ଉତକ୍ଷେପଣ ସଫଳ ହୋଇଛି । ଏହି କ୍ଷେପଣାସ୍ତ୍ରର ଦ୍ରୁତଗତିରେ ଲକ୍ଷ୍ୟଭେଦ କରିବାର କ୍ଷମତା ରହିଛି ।

ଅଗ୍ନି-1 କ୍ଷେପଣାସ୍ତ୍ର କଣ ?: ସୂଚନାଅନୁସାରେ, ଗୁରୁବାର ଅପରାହ୍ନରେ 4 ନମ୍ବର ଲଞ୍ଚ ପ୍ୟାଡରୁ ଏହି କ୍ଷେପଣାସ୍ତ୍ରକୁ ଲଞ୍ଚ କରାଯାଇଥିଲା । ଅଗ୍ନି-1ର ଲକ୍ଷ୍ୟଭେଦ କ୍ଷମତା 7 ଶହରୁ 9 ଶହ କିମି ହୋଇଥିବା ବେଳେ ଏହି କ୍ଷେପଣାସ୍ତ୍ର ପାଖରେ 1 ହଜାର କେଜି ଆଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି । ଏହାର ଲମ୍ବ 15ମିଟର ଓ ଓଜନ 12ଟନ୍ ବୋଲି ଜଣାଯାଇଛି । ଏହି କ୍ଷେପଣାସ୍ତ୍ରକୁ ଇଣ୍ଟିଗ୍ରେଟେଡ୍ ଗାଇଡେଡ୍ ମିସାଇଲ ଡେଭଲପମେଣ୍ଟ ପ୍ରୋଗ୍ରାମ(ଆଇଜିଏମଡିପି) ଦ୍ବାରା ବିକଶିତ କରାଯାଇଛି । ଷ୍ଚ୍ରାଟେର୍ଜିକ ଫୋର୍ସେସ କମାଣ୍ଡ(SFC) ପକ୍ଷରୁ ପରୀକ୍ଷଣ ହୋଇଥିବା ଏହି କ୍ଷେପଣାସ୍ତ୍ରଟି ସଫଳତାର ସହ ନିଜର ସମସ୍ତ ଲକ୍ଷ୍ୟ ପୂରଣ କରିଥିଲା । ଡିଆରଡିଓ ପ୍ରତିରକ୍ଷା ବୌଜ୍ଞାନିକମାନଙ୍କ ଉପସ୍ଥିତିରେ ଭାରତାୟ ସେନାର ଷ୍ଚ୍ରାଟେର୍ଜିକ୍‌ ଫୋର୍ସେସ୍‌ କମାଣ୍ଡ ଏହି ପରୀକ୍ଷଣ କରିଥିଲେ । ପରୀକ୍ଷଣ ସମୟରେ ପ୍ରତିରକ୍ଷା ବିଭାଗର ବରିଷ୍ଠ ବୈଜ୍ଞାନିକ ଏବଂ ଅଧିକାରୀମାନେ ଉପସ୍ଥିତ ରହି ଅଗ୍ନି କ୍ଷେପଣାସ୍ତ୍ରର ଗତିବିଧି ଉପରେ ଲକ୍ଷ୍ୟ ରଖିଥିଲେ ।

ଏହା ମଧ୍ୟ ପଢନ୍ତୁ: Agni-1 Ballistic Missile: କଲାମ ଦ୍ବୀପରୁ ଅଗ୍ନି-1 କ୍ଷେପଣାସ୍ତ୍ର ସଫଳ ପରୀକ୍ଷଣ

1989 ମସିହାରେ ଏହାର ପ୍ରଥମ ପରୀକ୍ଷଣ କରାଯାଇଥିଲା । ତେବେ ଗୁରୁବାର କମାଣ୍ଡ ଅଧିନରେ ଷ୍ଟ୍ରାଟେର୍ଜିକ୍‌ ଫୋର୍ସେସ୍‌ କମାଣ୍ଡ(SFC) ପକ୍ଷରୁ ଏହାକୁ ପରୀକ୍ଷଣ ପାଇଁ ଉତକ୍ଷେପଣ କରାଯାଇଥିଲା । ଏହା ସଫଳତାର ସହ ସମସ୍ତ ପରିଚାଳଗତ ଏବଂ ବୈଷୟିକ ମାପଦଣ୍ଡକୁ ପ୍ରମାଣିତ କରିଥିଲା । ଉଚ୍ଚ କ୍ଷମତାସମ୍ପନ୍ନ ଲକ୍ଷ୍ୟଭେଦ କ୍ଷମତା ରହିଥିବା ଏହି କ୍ଷେପଣାସ୍ତ୍ରଟି ସମେତ ପ୍ରକାର ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ । ଏଥିରେ ତଥ୍ୟବହନ କରୁଥିବା ଟ୍ରାକିଂ ସିଷ୍ଟମର ରାଡାର, ଟେଲିମେଟାରି, ଇଲେକ୍ଟ୍ରୋ ଅପ୍ଟିକାଲ ବ୍ୟବହାର କରାଯାଇଛି । ଏହି ସଫଳ ପରୀକ୍ଷଣ ସହିତ ଭାରତ ପ୍ରତିରକ୍ଷା କ୍ଷେତ୍ରରେ ଆଉ ଏକ ସଫଳତା ହାସଲ କରିଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ଜୁନରେ ହୋଇଥିଲା ସଫଳ ପରୀକ୍ଷଣ:

ପ୍ରକାଶଥାଉକି, ଏହି କ୍ଷପଣାସ୍ତ୍ରକୁ ଶେଷ ଥର ପାଇଁ ଚଳିତ ଜୁନ 1 ତାରିଖରେ ପରୀକ୍ଷଣ କରାଯାଇଥିଲା । ଅଗ୍ନି-1 କ୍ଷେପଣାସ୍ତ୍ର ହେଉଛି ସ୍ବଳ୍ପ ଦୂରଭାଗୀ ବାଲାଷ୍ଟିକ ମିସାଇଲ । ଏହା ନିର୍ଦ୍ଧାରିତ ଟାର୍ଗେଟକୁ ସ୍ବଳ୍ପ ସମୟ ଓ ଠିକ ଭାବରେ ଲକ୍ଷ୍ୟକ୍ଷେଦ କରିବାର କ୍ଷମତା ରହିଛି । ଭୂପୃଷ୍ଠରୁ ନିକ୍ଷେପ କରାଯାଇପାରୁଥିବା ଶକ୍ତିସମ୍ପନ୍ନ ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା 750ରୁ 1200 କିଲୋମିଟର ରହିଛି । ତେବେ ଉଲ୍ଲେଖଯୋଗ୍ୟ ଯେ, ଏହି ପରିସୀମା ମଧ୍ୟରେ ପାକିସ୍ତାନ ଏବଂ ଚୀନ୍‌ ମଧ୍ୟ ଅନ୍ତର୍ଭୁକ୍ତ ଅଟନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.