ବାଲେଶ୍ବର: ପ୍ରତିଶୋଧ ନେଇଛି ଭାରତ । ନିଜ ଯବାନଙ୍କ ବଳିଦାନର ପ୍ରତିଟି ରକ୍ତବିନ୍ଦୁର ଦେଇଛି କଡା ଜବାବ । ପୁଲୱାମା ଆକ୍ରମଣର 12 ଦିନ ପରେ 12ଟି ମିରାଜରେ ଉଡାଇଦେଇଛନ୍ତି ଆତଙ୍କୀଙ୍କ ଆଡ୍ଡା । ଆକାଶମାର୍ଗରୁ ଏୟାର ଷ୍ଟ୍ରାଇକ କରି ଦ୍ବିତୀୟ ସର୍ଜିକାଲ ଷ୍ଟ୍ରାଇକ କରିଛି ଭାରତୀୟ ବାୟୁସେନା । ତେବେ ବାୟୁସେନାର ଏଭଳି ସଫଳତା ପରେ ବାଲେଶ୍ବରର ଅବସରପ୍ରାପ୍ତ କର୍ଣ୍ଣେଲ ବିଦ୍ୟାଧର ସିଂଙ୍କ ସହ ଆମ ପ୍ରତିନିଧିଙ୍କ ଏକ ସ୍ବତନ୍ତ୍ର ସାକ୍ଷାତକାର ।
ପୁଲୱାମା ଆକ୍ରମଣରେ ପରେ ପ୍ରତିଶୋଧ ପରାୟଣ ହୋଇଉଠିଥିଲା ସମଗ୍ର ଭାରତ । ଚାରିଆଡୁ ଯବାନଙ୍କ ବଳିଦାନର ଜବାବ ମାଗୁଥିଲା ଦେଶ । ପୂର୍ବରୁ ସେନାଙ୍କୁ ଏଭଳି ସ୍ବାଧିନତା ଦେଇନଥିଲା ବେଳେ ଏଥର କେନ୍ଦ୍ରସରକାର ସେନାଙ୍କୁ ଦେଇଥିଲେ ପୂର୍ଣ୍ଣ ସ୍ବାଧିନତା ଯଦ୍ବାରା ପାକିସ୍ତାନକୁ ତାର ଭାଷାରେ ସେନା ଜବାବ ଦେଇପାରିଛି ବୋଲି କର୍ଣ୍ଣେଲ କହିଛନ୍ତି । ଏଥିସହ ଅନେକ ପ୍ରତିବନ୍ଧକ ମଧ୍ୟରେ ରହି ସେନା କାର୍ଯ୍ୟ କରୁଥିବା ବେଳେ ସେନାକୁ ସ୍ବତନ୍ତ୍ର ଭାବେ ନିଷ୍ପତ୍ତି ନେବା ପାଇଁ ଛଡାଯାଇଥିବା ନେଇ ସେ ଖୁସି ବ୍ୟକ୍ତ କରିଛନ୍ତି । ପୂର୍ବର ସର୍ଜିକାଲ ଷ୍ଟ୍ରାଇକ ଏବଂ ବର୍ତ୍ତମାନର ଏୟାର ଷ୍ଟ୍ରାଇକ ନିଶ୍ଚୟ ପାକକୁ ଉଚିତ ଶିକ୍ଷା ଦେଇଥିବ ବୋଲି ସେ କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ପାକିସ୍ତାନକୁ ପ୍ରତିଆକ୍ରମଣର ସୁଯୋଗ ନ ଦେଇ ପାକିସ୍ତାନ କିଛି ପଦକ୍ଷେପ ଗ୍ରହଣ କରିବା ପୂର୍ବରୁ ବାରମ୍ବାର ଏଭଳି ଷ୍ଟ୍ରାଇକ କରାଯାଉ ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାଏକ, ଇଟିଭି ଭାରତ