ବାଲେଶ୍ଵର: ବାଲେଶ୍ଵର ଦକ୍ଷିଣପୂର୍ବ ରେଳପଥ ଅଧୀନ ହଳଦି ପଦା ଓ ରୂପସା ଷ୍ଟେସନର ଆଧୁନୀକି କରଣ ତଥା ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ହଳଦି ପଦା ଷ୍ଟେସନରେ ହାଇଲେବଲ ପ୍ଲାଟଫର୍ମ ସହ ସୁନ୍ଦର ଭାବେ ରୂପସାରେ ଫୁଟ ଓଭରବ୍ରିଜ ନୂତନ ଭାବେ ନିର୍ମାଣ ହୋଇଛି ।
ଏହା ଦ୍ବାରା ଲୋକଙ୍କୁ ଟ୍ରେନ ଯାତାୟାତ ସୁବିଧା ହୋଇପାରିବ । ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଯୋଗ ଦେଇଥିବା ବେଳେ ସଦର ବିଧାୟକ ସ୍ୱରୂପ କୁମାର ଦାସ ଓ ଦକ୍ଷିଣ ପୂର୍ବ ରେଳବାଇ ଆରଡି ଆର୍ ଏମ୍ ମନୋରଞ୍ଜନ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ