ETV Bharat / state

ସ୍ମୃତିରେ ତାରିଣୀ, ସାମ୍ବାଦିକ ସମୂହ ଦେଲେ ଶ୍ରଦ୍ଧାଞ୍ଜଳି

author img

By

Published : Sep 30, 2020, 8:35 PM IST

ବାଲେଶ୍ବରରେ କୋରୋନା ଯୁଦ୍ଧରେ ହାରିଯାଇଥିବା କୋରୋନା ଯୋଦ୍ଧା ତଥା ସାମ୍ବାଦିକ ତାରିଣୀ ପାଢୀଙ୍କ ଉଦ୍ଦେଶ୍ୟରେ ଶୋକସଭା କରିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବା ପାଇଁ ଦାବି ଉପସ୍ଥାପନ କରାଯାଇଛି। ଅଧିକ ପଢନ୍ତୁ...

ସ୍ମୃତିରେ ରହିଲେ ତାରିଣୀ, ସାମ୍ବାଦିକ ସମୂହଙ୍କ ଶ୍ରଦ୍ଧାଞ୍ଜଳି

ବାଲେଶ୍ବର: ନିରବି ଯାଇଛି ଜଣେ ସାମ୍ବାଦିକର ନିର୍ଭୀକ ସ୍ବର, କୋରୋନା ଯୁଦ୍ଧରେ ସେ ଲଢିଲଢି ଶେଷରେ ହାରି ଯାଇଛନ୍ତି। ଆମେ କହୁଛୁ ସାମ୍ବାଦିକ ତାରିଣୀ ପାଢ଼ୀଙ୍କ କଥା।

ବାଲେଶ୍ବରରେ 4 ବର୍ଷ ଜିଲ୍ଲା ପ୍ରତିନିଧି ଭାବେ କାର୍ଯ୍ୟ କରିବା ପରେ ସେ କନ୍ଧମାଳର ଏକ ମୁଦ୍ରିତ ଗଣମାଧ୍ୟମରେ ଜିଲ୍ଲା ପ୍ରତିନିଧି ଭାବେ କାର୍ଯ୍ୟ କରୁଥିଲେ। 29 ତାରିଖରେ ତାଙ୍କର କୋରୋନାରେ ମୃତ୍ୟୁ ହୋଇଯାଇଥିଲା। ଏହାକୁ ନେଇ ବାଲେଶ୍ବର ସାମ୍ବାଦିକଙ୍କ ମହଲରେ ଶୋକର ଛାୟା ଖେଳି ଯାଇଥିଲା। ବୁଧବାର ସକାଳେ ସାମ୍ବାଦିକ ପ୍ରକୋଷ୍ଠରେ ସାମ୍ବାଦିକ ସମୂହ ସ୍ବର୍ଗତ ପାଢ଼ୀଙ୍କ ଉଦ୍ଦେଶ୍ୟରେ ଶୋକସଭା କରିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସରକାରୀ ସହାୟତା ତୁରନ୍ତ ପରିବାରକୁ ଯୋଗାଇଦେବା ପାଇଁ ଦାବି ଉପସ୍ଥାପନ କରାଯାଇଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.