ETV Bharat / state

ବେଆଇନ ବାଲି ଖନନକୁ ବିରୋଧ, ସୋନ ନଦୀ କଡରେ 144ଧାରା ଜାରି - ବେଆଇନ ବାଲି ଖନନ

ରେମୁଣା ବ୍ଲକର ସୋନ ନଦୀ କଡରେ ବେଆଇନ ବାଲି ଖନନ ଅଭିଯୋଗ । ଏ ନେଇ ପ୍ରଶାସନ ପକ୍ଷରୁ ଶନିବାର ଏହି ଅଞ୍ଚଳରେ 144 ଧାରା ଜାରି କରାଯାଇଛି ।

ସୋନ ନଦୀ କଡରେ 144 ଧାରା ଲାଗୁ
author img

By

Published : Nov 2, 2019, 6:36 PM IST

ବାଲେଶ୍ଵର: ଦିନକୁ ଦିନ ବଢୁଛି ରେମୁଣା ବ୍ଲକର ସୋନ ନଦୀ କଡରେ ବାଲି ମାଫିଆଙ୍କ ରାଜ । କମୁନି ବେଆଇନ ବାଲି ଚାଲାଣ । ପ୍ରତିଦିନ ବାଲି ଖନନ ଯୋଗୁଁ ନିକଟସ୍ଥ ଜଗନ୍ନାଥପୁର ଅଞ୍ଚଳରେ ଭୁସ୍ଖଳ ହେଉଥିବା ଅଭିଯୋଗ ହେଉଛି । ଏ ନେଇ ପ୍ରଶାସନ ପକ୍ଷରୁ ଶନିବାର ଏଠାରେ 144 ଧାରା ଜାରି କରାଯାଇଛି ।

ସୋନ ନଦୀ କଡରେ 144 ଧାରା ଲାଗୁ

ସୂଚନା ଅନୁସାରେ, ଭୁସ୍ଖଳ ଯୋଗୁଁ ଅଞ୍ଚଳବାସୀ ଏ ନେଇ ଜିଲ୍ଲାପାଳ ଓ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ନିକଟରେ ଅଭିଯୋଗ କରିଥିଲେ । ଲୋକଙ୍କ ଅଭିଯୋଗ ଆଧାରରେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ରେମୁଣା ତହସିଲଦାର ସଞ୍ଜୟ ରାଉତ, ଆଇଆଇସି ଶୁଭ୍ରାଂଶୁ ଶେଖର ନାୟକ ନଦୀ କୁଳରେ ପହଞ୍ଚିଥିଲେ । ଏହା ପରେ ବାଲିଖାଦାନକୁ ଯିବା ରାସ୍ତାରେ ଜେସିବି ଦ୍ବାରା ଗାତ ଖୋଲିବା ସହ ନଈକୂଳିଆ ଅଞ୍ଚଳରେ 144 ଧାରା ଜାରି କରିଛନ୍ତି ।

ତେବେ ପୂର୍ବରୁ ମଧ୍ୟ 144 ଧାରା ଜାରି ହୋଇଥିଲେ ମଧ୍ୟ ବାଲି ମାଫିଆ ମାନେ ଖନନ ଜାରି ରହୁଥିଲା ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକର ସୋନ ନଦୀ କଡ଼ରୁ ବାଲି ମାଫିଆ ମାନେ ବେଆଇନ ଭାବେ ବାଲି ଚାଲାଣ କରୁଥିବା ଅଭିଯୋଗ ହୋଇ ଆସୁଥିଲା। ଅଭିଯୋଗକୁ ଭିତ୍ତି କରି ପ୍ରଶାସନ ପକ୍ଷରୁ ଆଜି 144 ଧାରା ଜାରି କରାଯାଇଛି।

ସୂଚନା ଅନୁସାରେ, ନଦୀରୁ ବେଆଇନ ବାଲି ଖନନ ଯୋଗୁଁ ନିକଟବର୍ତ୍ତୀ ଗ୍ରାମ ଜଗନ୍ନାଥପୁର ଅଞ୍ଚଳରେ ଭୁସ୍କଲନ ହେଉଥିବା ଅଭିଯୋଗ ହୋଇଥିଲା। ଅଞ୍ଚଳବାସୀ ଏନେଇ ଜିଲ୍ଲାପାଳ ଓ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଲୋକଙ୍କ ଅଭିଯୋଗ ଆଧାରରେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ରେମୁଣା ତହସିଲଦାର ସଞ୍ଜୟ ରାଉତ, ଆଇଆଇସି ଶୁଭ୍ରାଂଶୁ ଶେଖର ନାୟକ ନଦୀ କୁଳରେ ପହଞ୍ଚିଥିଲେ। ବାଲିଖାଦାନକୁ ଯିବା ରାସ୍ତାରେ ଜେସିବି ଦ୍ୱାରା ଗାତ ଖୋଲିବା ସହ ନଈକୂଳିଆ ଅଞ୍ଚଳରେ 144 ଧାରା ଜାରି କରାଯାଇଥିଲା। ତେବେ ପୂର୍ବରୁ ମଧ୍ୟ 144 ଧାରା ଜାରି ହୋଇଥିଲେ ମଧ୍ୟ ବାଲି ମାଫିଆ ମାନେ ବାଲି ଖନନ କରୁଥିଲେ। ଆଜି ଠାରୁ ଉକ୍ତ ଅଞ୍ଚଳରେ ବାଲି ଖନନ କଲେ ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାପଡିଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.