ETV Bharat / state

ବିପୁଳ ପୋଚ ଓ ଦେଶୀ ମଦ ଜବତ, 2 ଗିରଫ

author img

By

Published : Apr 23, 2020, 8:28 PM IST

କୋରୋନା ମୁକାବିଲା ଯୋଗୁଁ ଚାରିଆଡେ ଲକଡାଉନ ଥିବା ବେଳେ ମଦ ଦୋକାନ ମଧ୍ୟ ବନ୍ଦ ରହିଛି । ଏହାର ଫାଇଦା ନେବା ଉଦ୍ଦେଶ୍ୟରେ ମଦ ବେପାରୀମାନେ ଦେଶୀ ମଦ ପ୍ରସ୍ତୁତ କରୁଥିବା ଖବର ପାଇ ନୀଳଗିରି ଅବକାରୀ ବିଭାଗ ଚଢ଼ାଉ କରିଥିଲା ।

illegal-liquor-seized-2-arrested
ବିପୁଳ ପୋଚ ଓ ଦେଶୀ ମଦ ଜବତ, 2 ଗିରଫ

ବାଲେଶ୍ଵର: ଜିଲ୍ଲା ନୀଳଗିରି ଅବକାରୀ ବିଭାଗ ଚଢ଼ାଉ କରି ପୋଚ ଓ ଦେଶୀ ମଦ ଜବତ କରିବା ସହ ଦୁଇଜଣ ବେପାରୀଙ୍କୁ ଗିରଫ କରିଛି । ମିଳିଥିବା ସୂଚନା ଅନୁସାରେ, କୋରୋନା ମୁକାବିଲା ଯୋଗୁଁ ଚାରିଆଡେ ଲକଡାଉନ ଥିବା ବେଳେ ମଦ ଦୋକାନ ମଧ୍ୟ ବନ୍ଦ ରହିଛି । ଏହାର ଫାଇଦା ନେବା ଉଦ୍ଦେଶ୍ୟରେ ମଦ ବେପାରୀମାନେ ଦେଶୀ ମଦ ପ୍ରସ୍ତୁତ କରୁଥିବା ଖବର ପାଇ ନୀଳଗିରି ଅବକାରୀ ବିଭାଗ ଚଢ଼ାଉ କରିଥିଲା ।

ବିପୁଳ ପୋଚ ଓ ଦେଶୀ ମଦ ଜବତ, 2 ଗିରଫ

ସିଆଳଘାଟୀ ଗ୍ରାମରୁ ୧୮୦ କେଜି ମହୁଲି ପୋଚ ସହ ବିପୁଳ ପରିମାଣରେ ରନ୍ଧା ସରଞ୍ଜାମ ଜବଦ କରିଛି ଅବକାରୀ ବିଭାଗ । ଏହାସହ ଅଭିଯୁକ୍ତ ଫୁଲମଣି ସିଂଙ୍କୁ ଗିରଫ କରାଯାଇଛି । ସେହିପରି ବଇଁଚା ନରସିଂହପୁରରୁ ବାଇକରେ ୨୦ ଲିଟର ଦେଶୀ ମଦ ନେଇ ଯାଉଥିବା ବେଳେ ଗ୍ରାମର ବନମାଳୀ ସିଂଙ୍କୁ ଗିରଫ କରିଛି ଅବକାରୀ ବିଭାଗ ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.