ETV Bharat / state

ଦୁର୍ଘଟଣା ପରେ ଧରାପଡିଲା ଗୋମାଂସ ବୋଝେଇ ପିକ୍‌ଅପ

ଜଳେଶ୍ବରରେ ଦୁର୍ଘଟଣା କରିଥିବା ପିକ୍‌ଅପ ଜବତ ହୋଇଛି। ସେଥିରେ ବେଆଇନ ଭାବେ ଗୋମାଂସ ଚାଲାଣ ହେଉଥିବା ଦେଖିବାକୁ ମିଳିଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Jun 28, 2019, 3:12 PM IST

ବାଲେଶ୍ୱର: ଜିଲ୍ଲାର ଜଳେଶ୍ୱର ଥାନା ଅଧିନସ୍ଥ 60 ନଂ ଜାତୀୟ ରାଜପଥ ଚାଲନ୍ତି ଠାରେ ଦୁର୍ଘଟଣା ଘଟିଛି । ଏହି ଘଟଣାରେ ଧକ୍କା ଦେଇଥିବା ପିକ୍‌ଅପରେ ଗୋମାଂସ ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ଏଥିରେ କେହି ମୃତାହତ ହୋଇନଥିବା ଜଣାପଡିଛି । ଦୁର୍ଘଟଣା ପରେ ପିକ୍‌ଅପ ଡ୍ରାଇଭର ଫେରାର ହୋଇଯାଇଛି । ଏହାକୁ ବଜରଙ୍ଗ ଦଳ ବିରୋଧ କରିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସୂଚନା ଅନୁସାରେ, ବାଲେଶ୍ବରରୁ କଲିକତା ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସକୁ ଏକ କଣ୍ଟେନର ପଛରୁ ଧକା ଦେଇଥିଲା l ଠିକ୍‌ ସେହି ସମୟରେ କଣ୍ଟେନରକୁ ମଧ୍ୟ ପିକଅପ ଧକ୍କା ଦେଇଥିଲା । ଧକ୍କା ଦେଇଥିବା ପିକଅପରେ ଗୋମାଂସ ଥିବା ସନ୍ଦେହ କରାଯାଇଥିଲା । ସେହି ସମୟରେ ଘଟଣାସ୍ଥଳରୁ ପିକଅପ ଡ୍ରାଇଭର ଫେରାର ହୋଇଯାଇଥିଲା । ଏହି ଘଟଣାକୁ ବିରୋଧ କରି ବଜରଙ୍ଗ ଦଳ ଘଟଣା ସ୍ଥଳରେ ନାରାବାଜି କରୁଥିବା ଦେଖିବାକୁ ମିଳିଛି । ଦୈନିକ ରାଜରାସ୍ତା ଦେଇ ବହୁ ଗୋରୁ ଗାଡି ଓ ଗୋମାଂସ ଚାଲାଣ ହେଉଥିବା କଥା ବଜରଙ୍ଗ ଦଳ ଅଭିଯୋଗ କରିଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.