ETV Bharat / state

ସ୍ୱାମୀ କରୁଥିଲେ କୁକର୍ମ, ସ୍ତ୍ରୀଙ୍କ ଅଭିଯୋଗ ପରେ ହେଲେ ଗିରଫ - ସ୍ତ୍ରୀଙ୍କ ଅଭିଯୋଗ ପରେ ହେଲେ ଗିରଫ

ଟଙ୍କା ରୋଜଗାର କରିବା ପାଇଁ ମଣିଷ ଯେ କେତେବେଳେ ନିମ୍ନଗାମୀ ହୋଇଯାଏ ତାହା ସେ ନିଜେ ମଧ୍ୟ ଜାଣିପାରେନି । ସବୁକିଛି ବୁଝିବା ବେଳକୁ ସେତେବେଳେ ସବୁକିଛି ସରିଯାଇଥାଏ । ସେମିତି ଏକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ। ବାହାଘର ବେଳେ ନିଜକୁ ଜଣେ ଇଂଜିନିୟର ବୋଲି ପରିଚୟ ଦେଇ ବିବାହ କରିଥିଲେ । ଅଧିକ ପଢନ୍ତୁ

ସ୍ୱାମୀ କରୁଥିଲେ କୁକର୍ମ, ସ୍ତ୍ରୀଙ୍କ ଅଭିଯୋଗ ପରେ ହେଲେ ଗିରଫ

author img

By

Published : Nov 10, 2022, 10:16 AM IST

ବାଲେଶ୍ବର: ଟଙ୍କା ରୋଜଗାର କରିବା ପାଇଁ ମଣିଷ ଯେ କେତେବେଳେ ନିମ୍ନଗାମୀ ହୋଇଯାଏ ତାହା ସେ ନିଜେ ମଧ୍ୟ ଜାଣିପାରେନି । ସବୁକିଛି ବୁଝିବା ବେଳକୁ ସେତେବେଳେ ସବୁକିଛି ସରିଯାଇଥାଏ । ସେମିତି ଏକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ । ବାହାଘର ବେଳେ ନିଜକୁ ଜଣେ ଇଂଜିନିୟର ବୋଲି ପରିଚୟ ଦେଇ ବିବାହ କରିଥିଲେ ।

ମାତ୍ର 6 ମାସ ପରେ କେତେବେଳେ ପୁରୁଷ ବେଶରେ ସମଲିଙ୍ଗୀ ସମ୍ପର୍କ ତ ପୁଣି କେତେବେଳେ ମହିଳା ବେଶରେ ସେକ୍ସ ରାକେଟରେ ସମ୍ପୃକ୍ତ ରହିଥିବା କଥା ସ୍ତ୍ରୀ ଥାନାରେ ଅଭିଯୋଗ କରିଛନ୍ତି । ସୋର ଥାନା ମୁଳିସିଂ ପଞ୍ଚାୟତର ଆମ୍ବଗଡ଼ିଆ ଅଞ୍ଚଳର ଚିରଞ୍ଜିତ ଖିଲାରଙ୍କ ନାମରେ ଆସିଛି ଏମିତି ଅଭିଯୋଗ । ସ୍ତ୍ରୀଙ୍କ ଅଭିଯୋଗ ମୂଳେ, ସ୍ୱାମୀ ଗୁଜୁରାଟରେ ଇଂଜିନିୟର ଥିବା କଥା କହି ସେଠାରେ ପୁରୁଷ ବେଶ୍ୟା ଭାବେ ବୃତ୍ତି କରୁଥିଲେ । ଏମିତି କି ରାତିରେ ମହିଳା ବେଶରେ ମଧ୍ୟ ଏହି ବୃତ୍ତିକୁ ସେ ଆପଣେଇ ନେଇଥିଲେ ।

ଏ ସମସ୍ତ ଦୃଶ୍ୟ ସ୍ତ୍ରୀ ସ୍ବାମୀଙ୍କ ମୋବାଇଲ ଓ ଲାପଟପରେ ଦେଖିବା ପରେ ତାଙ୍କର ହୋସ ଉଡିଯାଇଥିଲା । ଏହାକୁ ନେଇ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କୁ ଏମିତି କାର୍ଯ୍ୟରୁ ନିବୃତ୍ତ ରହିବାକୁ କହିଥିଲେ ମଧ୍ୟ ସ୍ୱାମୀ ଚିରଞ୍ଜିତ ସ୍ତ୍ରୀଙ୍କ କୌଣସି କଥା ଶୁଣି ନଥିଲେ । ଶେଷରେ ବାଧ୍ୟ ହୋଇ ସ୍ତ୍ରୀ ସୋର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ସୋର ପୋଲିସ ସ୍ୱାମୀ ଚିରଞ୍ଜିତଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.