ETV Bharat / state

ବନ୍ଦ ଶିଳ୍ପ ଗୁଡ଼ିକର ପୁନଃ କାର୍ଯ୍ୟକ୍ଷମ ଦାବି, ସାମାଜିକ କର୍ମୀଙ୍କ ଆମରଣ ଅନଶନ - ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ

ବାଲେଶ୍ବରରେ ବନ୍ଦ ପଡ଼ିଥିବା ସର୍ବପୁରାତନ ଶିଳ୍ପ ଗୁଡ଼ିକର ପୁନଃ କାର୍ଯ୍ୟକ୍ଷମ ଦାବିରେ ବିଭିନ୍ନ ଅନୁଷ୍ଠାନ ଓ ସାମାଜିକ କର୍ମୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଛନ୍ତି । ଅଧିକ ପଢ଼ନ୍ତୁ

hunger strike by social workers in balasore
ବନ୍ଦ ଶିଳ୍ପଗୁଡ଼ିକର ପୁନଃ କାର୍ଯ୍ୟକ୍ଷମ ଦାବି, ସାମାଜିକ କର୍ମୀଙ୍କ ଆମରଣ ଅନଶନ
author img

By

Published : Nov 14, 2022, 1:17 PM IST

ବାଲେଶ୍ଵର: ଜିଲ୍ଲାରେ କ୍ରମାଗତ ଭାବେ ଶିଳ୍ପର ଅବକ୍ଷୟ ହେବା ସହ ନୂତନ ଶିଳ୍ପ ସଂସ୍ଥାର କୌଣସି ପ୍ରୋତ୍ସାହନ ନଥିବାରୁ ନିଯୁକ୍ତି କ୍ଷେତ୍ରରେ ଅନେକ ସମସ୍ୟା ହେଉଛି । ଅନେକ ଶିଳ୍ପସଂସ୍ଥା ବନ୍ଦ ହୋଇ ପଡ଼ିଛି । ହଜାର ହଜାର କର୍ମଚାରୀ ରୋଜଗାର ହରାଇ ଏବେ ବେଉସା ବଦଳାଇଲେଣି । ଏହାକୁ ନେଇ ବାଲେଶ୍ଵରର ବିଭିନ୍ନ ଅନୁଷ୍ଠାନ ଓ ସାମାଜିକ କର୍ମୀମାନେ ଏକଜୁଟ ହୋଇଛନ୍ତି । ବନ୍ଦ ପଡ଼ିଥିବା ଶିଳ୍ପର ପୁନଃକାର୍ଯ୍ୟକ୍ଷମ ଓ ନୂଆ ଶିଳ୍ପ ପ୍ରତିଷ୍ଠା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି ।

ବନ୍ଦ ଶିଳ୍ପଗୁଡ଼ିକର ପୁନଃ କାର୍ଯ୍ୟକ୍ଷମ ଦାବି

ସୂଚନା ଅନୁସାରେ, ୯୦ ଦଶକରେ ସାରା ଓଡ଼ିଶାରେ ଆରମ୍ଭ ହୋଇଥିବା ଶିଳ୍ପ ବିପ୍ଳବର ପ୍ରକୃତ ରୂପରେଖ ବାଲେଶ୍ଵରରେ ହିଁ ହୋଇଥିଲା। ଫଳ ସ୍ଵରୂପ ଭାରତର ବହୁ ନାମୀଦାମୀ କମ୍ପାନିର ବ୍ୟବସାୟୀ ପ୍ରତିଷ୍ଠାନ ଏହି ଜିଲ୍ଲାରେ ଆରମ୍ଭ ହେବାକୁ ଲାଗିଲା । ସେଥିରେ ବିର୍ଲା ଟାୟର୍ସ, ଇସ୍ପାତ ଏଲୋୟଜ୍ ଲି, ଇମାମୀ ପେପର ମିଲ୍ସ ଭଳି ବହୁ ସଂସ୍ଥା ନିଜର ବ୍ୟବସାୟ ଆରମ୍ଭ କରିଥିବାବେଳେ ଓରି ପ୍ଲାଷ୍ଟ (Ori-plast), ଏଲପିଜି ବୋଲ୍ଟିଙ୍କ ପ୍ଲାଣ୍ଟ (LPG Bottling Plant) ଓ ବହୁତ କୁଟୀରଶିଳ୍ପ ମଧ୍ୟ ବାଲେଶ୍ଵରରେ ପାଦ ଥାପିଥିଲେ। ଏହାଦ୍ୱାରା ବାଲେଶ୍ଵର ଆର୍ଥିକ ଓ ସାମାଜିକ ସ୍ତରରେ ସୁଦୃଢ଼ ହୋଇ ପାରିଥିଲା। ମାତ୍ର ଗତ ଏକ ଦଶନ୍ଧିରୁ ଊର୍ଦ୍ଧ୍ଵ ହେବ ଉକ୍ତ ଶିଳ୍ପ ସଂସ୍ଥା ଗୁଡିକ ଅବକ୍ଷୟ ହେବାକୁ ବସିଛି ।

ଏହା ମଧ୍ୟ ପଢ଼ନ୍ତୁ: ଆଉ ଜଣେ ଓମକାର ହୋତା, ଅପହଞ୍ଚ ଇଲାକାରେ ନିଶୁଳ୍କ ସେବା ଯୋଗାଉଛନ୍ତି ଡାକ୍ତର ସୁକାନ୍ତ

ବର୍ତ୍ତମାନ ବିର୍ଲା ଟାୟାର ଓ ଇସ୍ପାତ ଆଲଏଜ ବନ୍ଦ ପଡିଥିବା ବେଳେ ହଜାର ହଜାର କର୍ମଚାରୀ ରୋଜଗାର ହରାଇଛନ୍ତି । ବନ୍ଦ ପଡିଥିବା ଶିଳ୍ପସଂସ୍ଥା ପୁନଃ କାର୍ଯ୍ୟକ୍ଷମ ନେଇ କୌଣସି ରାଜନୈତିକ ଦଳର ଇଚ୍ଛା ପ୍ରକାଶ ପାଉନଥିବା ଅଭିଯୋଗ ହୋଇଛି । ଏଥିପାଇଁ ବାଲେଶ୍ବରର ବୁଦ୍ଧିଜୀବୀ, ସାମାଜିକ କର୍ମୀ ଓ ସାମାଜିକ ଅନୁଷ୍ଠାନ ପକ୍ଷରୁ ଆମରଣ ଅନଶନ କରାଯାଇଛି । ଏନେଇ ଯୁବନେତା ବିକ୍ରମ ପଣ୍ଡା କହିଛନ୍ତି, "90 ଦଶକ ବଡ଼ ବଡ଼ ଶିଳ୍ପ ବନ୍ଦ ପଡ଼ିବାରି ବାଲେଶ୍ବରବାସୀ ଅନେକ କ୍ଷତି ସହିଛନ୍ତି । ତେଣୁ ଯଥାଶୀଘ୍ର ଏହାର ପୁନରୁଦ୍ଧାର କରିବାକୁ ଉଭୟ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନକୁ ଦାବି କରାଯାଇଛି।"

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.