ETV Bharat / state

ବହି ଭିତରେ ଚାଲିଥିଲା ବ୍ରାଉନସୁଗାର ସପ୍ଲାଏ, ଏମବିଏ ଛାତ୍ର ଗିରଫ - Huge brown sugar seized in Balasore

ବାଲେଶ୍ଵରରେ ଏସଟିଏଫ ଟିମ ଚଢ଼ାଉ କରି ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରିବା ସହ ଜଣେ ଏମବିଏ ଛାତ୍ରଙ୍କୁ ଗିରଫ କରିଛି ।

brown-sugar-seized
ଏମବିଏ ଛାତ୍ର ଗିରଫ
author img

By

Published : Aug 18, 2020, 1:59 PM IST

Updated : Aug 18, 2020, 3:13 PM IST

ବାଲେଶ୍ଵର: ଏସଟିଏଫ ହାତରେ ବ୍ରାଉନସୁଗାର ବେପାରୀ । ବାଲେଶ୍ଵରରେ ଏସଟିଏଫ ଟିମ ଚଢ଼ାଉ କରି ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରିବା ସହ ଜଣେ ଏମବିଏ ଛାତ୍ରଙ୍କୁ ଗିରଫ କରିଛି ।

brown-sugar-seized
ଏମବିଏ ଛାତ୍ର ଗିରଫ

ସୋମବାର ରାତିରେ ଭୁବନେଶ୍ବର ଏସଟିଏଫର ଏକ 6 ଜଣିଆ ଟିମ ବାଲେଶ୍ଵର ମଛୁଆସାହି ଅଞ୍ଚଳରେ ଚଢ଼ାଉ କରିଥିଲା । ଏହି ଚଢ଼ାଉରେ 1 କେଜି 325 ଗ୍ରାମ ବ୍ରାଉନସୁଗର ଜବତ କରିବା ସହ ଏଥିରେ ସମ୍ପୃକ୍ତ ଜଣେ ଛାତ୍ରଙ୍କୁ ଗିରଫ କରିଛି । ଯାହାର ଆନୁମାନିକ ମୂଲ୍ୟ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେବ ।

ବହି ଭିତରେ ବ୍ରାଉନସୁଗାର ସପ୍ଲାଏ

ଗିରଫ ହୋଇଥିବା ଛାତ୍ର ଜଣଙ୍କ ଶେଖ ରିଆଜଉଦ୍ଦିନ ବୋଲି ଜଣାପଡିଛି । ସେ ପୋଲିସକୁ ଚକମା ଦେଇ ବ୍ରାଉନସୁଗାର କାରବାର କରୁଥିଲା । ବହି ଭିତରେ କଟିଂ କରି ବ୍ରାଉନସୁଗାର ସପ୍ଲାଏ କରୁଥିଲା । ପୋଲିସ ସ୍କାନରରୁ ଖସିବାକୁ ଷ୍ଟୁଡେଣ୍ଟର ପରିଚୟ ଦେଇ ବହି ଦେଖାଇ ଖସିଯାଏ । ହେଲେ କୋରୋନା ସମୟରେ ଏମିତି ଢଙ୍ଗରେ ବ୍ରାଉନସୁଗାର ସପ୍ଲାଏ କରୁଥିବା, ଏହି ଏମବିଏ ଛାତ୍ର ସେକ୍ ରିୟାଜଉଦ୍ଦିନକୁ ଗିରଫ କରିଛି ଏସଟିଏଫ।

ବହି ଭିତରେ ବ୍ରାଉନସୁଗାର ସପ୍ଲାଏ

ରିୟାଜଉଦ୍ଦିନ ଘର ବାଲେଶ୍ବର ବଙ୍କା ଖଜୁରୀ ସୁନା ହାଟ ବୋଲି ଜଣାପଡିଛି । ସେ ଭୁବନେଶ୍ବରର ଏକ ଘରୋଇ କଲେଜରେ ୩ୟ ବର୍ଷରେ ଏମବିଏ ଛାତ୍ର ଥିଲେ । ଏନେଇ ଅଧିକ ତଦନ୍ତ ଜାରି ରଖିଛି ଏସଟିଏଫ । ତେବ ୨୦୨୦ ବର୍ଷ ଆରମ୍ଭରୁ ଏଯାବତ ଏସଟିଏଫ ହାତରେ ୨୧ଟି କେସରେ ୧୬ କେଜି ୭୧୧ଗ୍ରାମ ବ୍ରାଉନସୁଗାର ଜବତ ସହ 41ଜଣଙ୍କୁ ଗିରଫ କରିଛି ଏସଟିଏଫ ଟିମ ।

ଭୁବନେଶ୍ବରରୁ ତାପସ କୁମାର ପରିଡା ଓ ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Aug 18, 2020, 3:13 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.