ETV Bharat / state

ବାଲେଶ୍ଵରରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ୫ ଗିରଫ - ବାଲେଶ୍ବରରୁ ଗଞ୍ଜେଇ ଜବତ

ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ । ବାଲେଶ୍ବରରୁ ପଶ୍ଚିମବଙ୍ଗକୁ ହେଉଥିଲା ଚାଲାଣ । ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଅଧିକ ପଢ଼ନ୍ତୁ

ବିପୁଳ ପରିମାଣର ଗଞ୍ଜେଇ ଜବତ, ପାଞ୍ଚ ଗିରଫ
ବିପୁଳ ପରିମାଣର ଗଞ୍ଜେଇ ଜବତ, ପାଞ୍ଚ ଗିରଫ
author img

By

Published : Jul 30, 2022, 7:40 PM IST

ବାଲେଶ୍ଵର: ଜିଲ୍ଲା ଅବକାରୀ ବିଭାଗ ଦ୍ଵାରା ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ଏହି ଘଟଣାରେ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ସେମାନଙ୍କ ନିକଟରୁ ୯୨ କେଜି ଗଞ୍ଜେଇ ଜବତ କରାଯାଇଛି । ସୂଚନାନୁସାରେ ବାଲେଶ୍ଵରରୁ ପଶ୍ଚିମବଙ୍ଗକୁ ଏହି ଗଞ୍ଜେଇ ଚାଲାଣ ହେଉଥିବା ଖବର ବାଲେଶ୍ଵର ଅବକାରୀ ବିଭାଗ ବିଶେଷ ସୂତ୍ରରୁ ଜାଣିବାକୁ ପାଇଥିଲା । ପରେ ୪ଟି ଟିମ୍ ବାହାନଗା ବସଷ୍ଟାଣ୍ଡ, ବାଲେଶ୍ଵର ସହର ଗୋଧୀ ବସା, ଯାମୁଝଡ଼ି ବସ୍ ଷ୍ଟପ୍ ସମେତ ବାଲେଶ୍ଵର ବସଷ୍ଟାଣ୍ଡ ଅଞ୍ଚଳରେ ଆଲର୍ଟ ରହିଥିଲା ।

ଯୋଜନା ମୁତାବକ ବାଲେଶ୍ଵରରୁ ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ବେଳେ କାବୁ କରିଥିଲା ଅବକାରୀ ବିଭାଗ । ଜବତ ହୋଇଥିବା ୯୨ କିଲୋଗ୍ରାମ ଗଞ୍ଜେଇର ଦାମ୍ ପ୍ରାୟ ୪ଲକ୍ଷ ୬୦ ହଜାର ହେବ ବୋଲି ଜଣାପଡ଼ିଛି । ଗଞ୍ଜେଇ ସବୁ ଓଡ଼ିଶାର କନ୍ଧମାଳ, କଟକରୁ ବାଲେଶ୍ଵର ଦେଇ ପଶ୍ଚିମବଙ୍ଗକୁ ଚାଲାଣ ଯୋଜନା ରହିଥିଲା । ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତମାନେ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.