ETV Bharat / state

ଏମିତି ଦୁଃଖ କାହାକୁ ନମିଳୁ: ବାପା ମା’ ଦୃଷ୍ଟିବାଧିତ, 4 ବର୍ଷ ଝିଅକୁ କ୍ୟାନସର, ସାହାଯ୍ୟ ମାଗୁଛି ପରିବାର - କ୍ୟାନ୍ସର 4 ବର୍ଷର ଝିଅ ହରାଇଲା ଦୃଷ୍ଟିଶକ୍ତି

ପିତାମାତା ଦୃଷ୍ଟିବାଧିତ ହେବା ପରେ ଶିଶୁ କନ୍ୟାର ବି ସମାନ ଅବସ୍ଥା । ଆଖିରେ କ୍ୟାନସର 4 ବର୍ଷର ଝିଅ ହରାଇଲା ଦୃଷ୍ଟିଶକ୍ତି । ଶିଶୁ କନ୍ୟାର କ୍ୟାନ୍ସର ଚିକିତ୍ସା ପାଇଁ ସହାୟତା ଲୋଡିଲା ପରିବାର । ଅଧିକ ପଢନ୍ତୁ

helpless family
helpless family
author img

By

Published : Jul 30, 2023, 10:44 AM IST

ବାଲେଶ୍ବର: କଥାରେ ଅଛି ନା ଦୁଃଖ ଯେତେବେଳେ ଆସେ ଭାଇବନ୍ଧୁ କୁଟୁମ୍ବଙ୍କ ସାଙ୍ଗରେ ନେଇ ଆସେ । ଠିକ ସେମିତି ଦଇବର ନିଷ୍ପତ୍ତି ଆଗରେ ଏ ମଣିଷ ବା କଣ କରିପାରେ । ଗୋଟିଏ ପରିବାର ଦୁଇ ଓଳି ଭଲରେ ଖାଇବାକୁ ପାଉ ନଥିବା ବେଳେ ଏବେ ପୁରା ପରିବାର ବେସାହାରା ହୋଇ ଅନ୍ୟର ହାତକୁ ଚାହିଁ ବସିଛନ୍ତି । ଆମେ କହୁଛୁ ବାଲେଶ୍ଵର ଜିଲ୍ଲା ସଦର ବ୍ଲକ ଦିଗିଦା ଗ୍ରାମର ଅଶୋକ କୁମାର ନାୟକଙ୍କ ପରିବାରର କଥା ।

ଅଶୋକଙ୍କ ପରିବାରରେ ଜନ୍ମରୁ କେହି ବି ଦୃଷ୍ଟିବାଧିତ ନଥିଲେ । ବରଂ ବିଭିନ୍ନ ରୋଗ ଆକ୍ରାନ୍ତ ପରେ ଏବେ ପରିବାର ସାରା ହରାଇ ବସିଛନ୍ତି ଦୃଷ୍ଟିଶକ୍ତି । ଏମିତିକି ଏହି ଦମ୍ପତିଙ୍କ କୋଳକୁ ଆସିଥିବା ଶିଶୁ କନ୍ୟାଟି ମଧ୍ୟ ମାତ୍ର 4 ବର୍ଷ ବୟସରେ କର୍କଟ ରୋଗରେ ପୀଡିତ ହୋଇ ଦୃଷ୍ଟିଶକ୍ତି ହରାଇଥିବା ପରିବାର ଲୋକେ କହିଛନ୍ତି । କୁନି ଝିଅଟିର ଅତ୍ୟାଧୁନିକ ଉପାୟରେ ଚିକିତ୍ସା କରାଇଲେ ସେ ଦୁନିଆ ଦେଖି ପାରିବ ବୋଲି ଡାକ୍ତର କହୁଥିବା ବେଳେ ଏଥିପାଇଁ ପ୍ରାୟ 15 ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଗରିବ ପରିବାର ବଞ୍ଚିବାର ରାହା ଖୋଜୁଥିବା ବେଳେ ଏତେ ଟଙ୍କା କେଉଁଠୁ ଆଣିବେ ଓ କିପରି ଚିକିତ୍ସା କରାଇବେ ସେନେଇ ଚିନ୍ତା ପ୍ରକଟ କରିଛନ୍ତି ।

ସୂଚନା ଅନୁଯାୟୀ, ଅଶୋକ ବାଲେଶ୍ୱର ସହର ଛାଡି ପୁରୀ ଅଞ୍ଚଳକୁ ରୋଜଗାର ଆଶାରେ ଯାଇଥିଲେ । ସେଠାରେ ପିପିଲି ଥାନା ମଙ୍ଗଳପୁରରେ ଏକ ଭଡା ଘରେ ରହୁଛନ୍ତି ଅଶୋକଙ୍କ ସମେତ ତାଙ୍କ ପତ୍ନୀ ସୁମିତ୍ରା ନାୟକ ଓ କୁନିଝିଅ । ପିପିଲି ବଜାରରେ ଖବରକାଗଜ ବିକ୍ରି କରି ଯାହା ଦୁଇ ପଇସା ରୋଜଗାର କରନ୍ତି ସେଇଥିରେ ପରିବାର ଚଳେ।

କୁନି ଝିଅଟି ୨୦୨୦ ମସିହା ନଭେମ୍ବର ମାସରେ ଘରେ ଖେଳୁଥିବା ବେଳେ ତଳେ ପଡିଯାଇ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଭୁବନେଶ୍ବରର ଏକ ଘରୋଇ ଚକ୍ଷୁ ଚିକିତ୍ସାଳୟରେ ଦେଖାଇବା ପରେ ଝିଅର ବାମପାର୍ଶ୍ବ ଆଖିରେ କର୍କଟ ହୋଇଥିବା ଜଣାପଡ଼ିଥିଲା । ଏହା ଧୀରେ ଧୀରେ ଡାହାଣପାର୍ଶ୍ବ ଆଖିକୁ ସଂକ୍ରମିତ କରୁଥିବା ଡାକ୍ତର କହିଥିଲେ । କେମୋ ଦିଆଯିବା ପରେ ବି ବାମଆଖି ଆଉ ଭଲ ହୋଇନଥିଲା । ପରେ କୁନିଝିଅର ଡାହାଣ ଆଖିରେ ମଧ୍ୟ ଧୀରେ ଧୀରେ ଦୃଷ୍ଟିଶକ୍ତି କମିବାରେ ଲାଗିଥିଲା ।

ଅଶୋକ ୨୦୨୨ରେ ପୁଣି ଝିଅକୁ ନେଇ ଉକ୍ତ ଚକ୍ଷୁ ଚିକିତ୍ସାଳୟକୁ ଯାଇଥିଲେ। କିନ୍ତୁ ଆଖି ଆଉ ଭଲ ହୋଇପାରିବ ନାହିଁ ବୋଲି କହିଥିଲେ ଡାକ୍ତର । ଝିଅକୁ ଭଲ କରିବା ଆଶାରେ ଅଶୋକ ହାତଉଧାର କରି ଚେନ୍ନାଇସ୍ଥିତ ଶଙ୍କର ନେତ୍ରାଳୟକୁ ଯାଇଥିଲେ। ସେଠାରେ ଝିଅର ଆଖି ପରୀକ୍ଷା ପରେ ପୁଣି ଥରେ ଦୃଷ୍ଟିଶକ୍ତି ଫେରିପାଇବ ବୋଲି ଡାକ୍ତର କହିଛନ୍ତି । ଏଥିପାଇଁ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି । ଏନେଇ ଅଶୋକ ପୁରୀ ଜିଲ୍ଲାପାଳଙ୍କୁ ସହାୟତା ପ୍ରଦାନ ପାଇଁ ନିବେଦନ କରିଛି ପରିବାର । ତେବେ ଯଦି କୌଣସି ବ୍ୟକ୍ତି କିମ୍ବା ଅନୁଷ୍ଠାନ ଅଶୋକଙ୍କୁ ସହାୟତାର ହାତ ବଢାଇବାକୁ ଚାହୁଁଛନ୍ତି ତେବେ ତାଙ୍କ ମୋବାଇଲ/ଫୋନ୍‌ ପେ ନମ୍ବର: ୮୪୫୬୦୭୯୬୦୬ରେ ଯୋଗାଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.